ଅଲୀନଚିତ ଜାତକ

       ସୂତ୍ରଧରମାନେ କାଠରେ ବିଭିନ୍ନ ଜିନିଷ ତିଆରି କଲାବେଳେ ଠକ୍ ଠକ୍ ଶବ୍ଦ ହେଉଥିଲା । ହାତୀ ସେହି ଶବ୍ଦ ଶୁଣି ବିଚାର କଲା – ଏଠି ନିକଟରେ ମନୁଷ୍ୟମାନେ କାର୍ଯ୍ୟ କରୁଅଛନ୍ତି । ମୋର ଦୁର୍ଦ୍ଧଶା ଦେଖିଲେ ସେମାନେ ନିଶ୍ଚୟ ଦୟାକରି ମୋ ପାଦରୁ କାଠଖଣ୍ଡିକ ବାହାର କରିଦେବେ । ଏହିପରି ବିଚାରି ସେ ତିନି ପାଦରେ ଭରା ଦେଇ ବହୁକଷ୍ଟରେ ସୂତ୍ରଧରମାନଙ୍କ ପାଖରେ ଉପସ୍ଥିତ ହେଲା । ସେମାନେ ପରୀକ୍ଷା କରି ଦେଖିଲେ, ହାତୀର ଗୋଟିଏ ପାଦରେ କାଠ ଖିଲଟିଏ ଗଳିଯାଇଥିବାରୁ ପାଦଟି ପାଚି ଫୁଲିଛି । ସେମାନେ ତୀକ୍ଷ୍ଣ ଅସ୍ତ୍ର ସାହାଯ୍ୟରେ ପାଦର ଚର୍ମକୁ କାଟି ଖିଲଟିକୁ କାଢିଦେଲେ ଓ ଚିପି ପୂଜ ବାହାରକରିଦେଲେ । ଗରମ ଜଳରେ ଧୋଇ ବଣରୁ କେତେକ ଚେରମୂଳ ଆଣି ତା’ର ପାଦରେ ବାନ୍ଧିଦେଲେ । ସେମାନେ କିଛି ଡାଳପତ୍ର ଆଣି ହାତୀକୁ ଆହାର ନିମନ୍ତେ ଦେଲେ । ଏହିପରି ଚିକିତ୍ସା ଓ ବିଶ୍ରାମ ଫଳରେ ଦୁଇତିନି ଦିନ ପରେ ହାତୀଟି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭକଲା ।

       ହାତୀ ସୂତ୍ରଧରମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଭାବିଲା, “ଏମାନେ ମୋର ଜୀବନ ରକ୍ଷା କରିଅଛନ୍ତି । ସେମାନଙ୍କର କିଛି ଉପକାର କରିବା ମୋର ଏକାନ୍ତ କର୍ତ୍ତବ୍ୟ । ତାହା ନକଲେ ମୁଁ କୃତଘ୍ନତା ଦୋଷରେ ଅପରାଧୀ ହେବି ।” ଏହିପରି ଚିନ୍ତା କରି ସେ ସେମାନଙ୍କୁ ସାହାଯ୍ୟ କରିବାକୁ ଲାଗିଲା । ବଡ ବଡ କାଠଗଡକୁ ସେ ସେମାନଙ୍କ ନିକଟକୁ ନେଇଆସେ, କାହାର ହତିଆର ତା ହାତକୁ ବଢାଇଦିଏ ଓ ଏହିପରି ସେମାନଙ୍କପାଇଁ ଅନ୍ୟାନ୍ୟ କାମ କରେ । ସୂତ୍ରଧରମାନେ ମଧ୍ୟ ନିଜ ନିଜ ଖାଦ୍ୟରୁ କିଛି କିଛି ତାକୁ ଦିଅନ୍ତି । ପ୍ରତ୍ୟେକେ ଅଳ୍ପ ଅଳ୍ପ ଦେଲେହେଁ ପାଂଚଶହ ଜଣଙ୍କର ମିଶି ତା’ର ପେଟ ପୂରିଯାଏ । ଏହିପରି ହାତୀ ଓ ସୂତ୍ରଧରମାନଙ୍କ ମଧ୍ୟରେ ବନ୍ଧୁତା ପ୍ରତିଷ୍ଠିତ ହେଲା ।

       ଏହି ହାତୀଟିର ଗୋଟିଏ ସୁନ୍ଦର ଛୁଆ ଥିଲା । ଛୁଆଟିର ଦେହ ସଂପୂର୍ଣ୍ଣ ଧଳା । କ୍ରମେ ଛୁଆଟି ବଢି କାର୍ଯ୍ୟ କରିବାକୁ ସମର୍ଥ ହେଲା । ତେଣୁ ହାତୀ ବିଚାର କଲା, “ମୁଁ ବୁଢା ହୋଇ ଆସିଲିଣି । ଆଉ କାର୍ଯ୍ୟ କରିବାକୁ ଶକ୍ତି ନାହିଁ । ମୋର ଏହି ପୁଅଟିକୁ ସେମାନଙ୍କ ସେବାରେ ଲଗାଇ ମୁଁ ବଣରେ ଚରି ବୁଲି ଚଳିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ