ଅସଦିସ ଜାତକ

       ବ୍ରହ୍ମଦତ କୁମାର ସିଂହାସନରେ ବସି ରାଜ୍ୟଶାସନ କରିବାକୁ ଲାଗିଲେ । ସେ ବହୁ କର୍ମଚାରୀ ଓ ଦାସଦାସୀଙ୍କଦ୍ୱାରା ପରବେଷ୍ଟିତ ରହୁଥିଲେ । କେତେକ ତୋଷାମଦକାରୀ ତାଙ୍କୁ ଅସଦୃଶ କୁମାରଙ୍କ ବିରୁଦ୍ଧରେ ଉତେଜିତ କରିବାକୁ ଆରମ୍ଭ କଲେ । ସେମାନେ କହିଲେ, “ମହାରାଜ! ଆପଣଙ୍କ ବଡଭାଇ ପ୍ରକୃତରେ ରାଜା ହେବାକୁ ଇଚ୍ଛା କରୁଛନ୍ତି । ଦିନେ କେବେ ସେ ଆପଣଙ୍କ ବିରୁଦ୍ଧରେ ଉଠି ରାଜ୍ୟ ଅଧିକାର କରିବେ । ଏହି ଉଦ୍ଧେଶ୍ୟରେ ନଗର ଲୋକମାନଙ୍କୁ ସେ ନିଜର କରିବାରେ ଲାଗିଛନ୍ତି ।” ବ୍ରହ୍ମଦତ କୁମାର ଏହି କଥାକୁ ବିଶ୍ୱାସ କରି ରାଜପଦକୁ ନିରାପଦ କରିବା ନିମନ୍ତେ ଅସଦୃଶ କୁମାରଙ୍କୁ ବନ୍ଦୀ କରିବାକୁ ସ୍ଥିରକଲେ । ସେ କେତେଜଣ ବିଶ୍ୱସ୍ତ ଭୃତ୍ୟଙ୍କୁ ଏହି ଉଦ୍ଧେଶ୍ୟରେ ପ୍ରେରଣ କଲେ ।

       ଦୈବାତ୍ ଅସଦୃଶ କୁମାରଙ୍କର ଜଣେ ଭୃତ୍ୟ ଏହା ଜାଣିପାରି ତାଙ୍କୁ କହିଲା, “ଆପଣଙ୍କୁ ବନ୍ଦୀ କରିବାର ବ୍ୟବସ୍ଥା ହୋଇସାରିଛି । ପରେ ହୁଏତ ଆପଣଙ୍କର ପ୍ରାଣନାଶ କରାଯାଇପାରେ । ଆପଣ ସ୍ୱେଚ୍ଛାରେ ରାଜ୍ୟ ତ୍ୟାଗ କରିଥିଲେ; ତଥାପି, ଆପଣଙ୍କ ସାନଭାଇ ଆପଣଙ୍କୁ ସନ୍ଦେହ କରୁଛନ୍ତି । ଅତଏବ ଏପରି ସ୍ଥାନରେ ରହିବା ଆପଣଙ୍କ ପକ୍ଷରେ ବିପଜ୍ଜନକ । ଶୀଘ୍ର ନିରାପଦ ସ୍ଥାନକୁ ପଳାୟନ କରନ୍ତୁ ।”

       ଅସଦୃଶ କୁମାର ଏହି ସମ୍ବାଦର ସତ୍ୟତା ଜାଣିପାରି ଅତିଶୀଘ୍ର ବାରାଣସୀ ରାଜ୍ୟ ତ୍ୟାଗ କରି ଅନ୍ୟ ଏକ ରାଜ୍ୟରେ ଉପସ୍ଥିତ ହେଲେ । ସେ ଉକ୍ତ ରାଜ୍ୟର ରାଜାଙ୍କ ନିକଟକୁ ଯାଇ ତାଙ୍କ ନିକଟରେ କର୍ମପ୍ରାର୍ଥୀ ହେଲେ । ରାଜା ପଚାରିଲେ, “ତୁମେ କି କାର୍ଯ୍ୟ କରିପାରିବ?” ଅସଦୃଶ କୁମାର କହିଲେ, “ମୁଁ ଧନୁର୍ବିଦ୍ୟା ଜାଣେ । ଧନୁଶରଦ୍ୱାରା ଯାହା କିଛି କରାଯାଇପାରିବ, ମୁଁ ତାହା କରିବି ।” ରାଜା ପୁଣି ପଚାରିଲେ, “ତୁମେ କେତେ ବେତନ ନେବ?”


ଗପ ସାରଣୀ

ତାଲିକାଭୁକ୍ତ ଗପ