ଅସନ୍ତୋଷରେ ଲାଭ କ’ଣ?

ଏକଦା ସିଂହଟିଏ ବହୁତ ଦୁଃଖରେ ଥିଲା । ଦିନେ ସେ ଈଶ୍ୱରଙ୍କ ପାଖରେ ଯାଇ ପହଁଚିଲା ଏବଂ କହିଲା ପ୍ରଭୋ ! ମୋ ଶରୀରରେ ବଳ, ପରାକ୍ରମ, ସାହସ, ଆଉ ସୌନ୍ଦର୍ଯ୍ୟ ଭର୍ତ୍ତି ହୋଇ ରହିଛି । ଦାନ୍ତ ଆଉ ନଖ ମୋର ଏତେ ଶକ୍ତି ଶାଳୀ ଯେ ଯାହାକୁ ମୁଁ ଥରେ ଧରେ, ସେ ପ୍ରାଣୀ ମୋ କବ୍ଜାରୁ ଆଉ ଚାଲି ଯାଇ ପାରେ ନାହିଁ । ଉକ୍ତ ସବୁ କାରଣରୁ ମୁଁ ବଣର ଏକ ଛତ୍ରବାଦୀ ରାଜା ହୋଇ ବୁଲୁଛି । ସମସ୍ତ ପ୍ରାଣୀ ମାନେ ମୋତେ ଦେଖିଲେ ଛାନିଆରେ ସେଠାରୁ ପଳାଇ ଯାଆନ୍ତି । ଏତେ ସବୁ ଥାଇକି ମଧ୍ୟ ଗୋଟିଏ ଗଞ୍ଜା କୁକୁଡ଼ାର ଆୱାଜ୍ରେ ମୁଁ ଡରି ଯାଏ – ଏହା ମୋ ପାଇଁ ଲଜ୍ଜ୍ୟାର କଥା ନୁହେଁ କି? ପ୍ରଭୁ ମୋତେ ତିଆରି କରିବା ବେଳେ ଏହା କି ଧରଣର କଳଙ୍କ ମୋ ପଛରେ ଲେଖି ଦେଇଛନ୍ତି ।

ଈଶ୍ୱର ସିଂହର ଏଭଳି କଥା ଶୁଣି କହିଲେ – ବତ୍ସ! ଏହା କିଭଳି ଦୁଃଖର କାରଣ? ଏଥିରୁ ତୁମର କିଭଳି ଲାଭ ହେବ? ଯେଉଁ ମାନେ ସଂସାରରେ ଜନ୍ମ ହୁଅନ୍ତି, ସେମାନେ ସମସ୍ତେ କିଛି ନା କିଛି କଥାରେ କମଜୋର୍ ହୋଇ ଥାଆନ୍ତି । ଅର୍ଥାତ୍ ସେ ଯେତେ ବଡ ବୀର ହୁଅନ୍ତୁ ନା କାହିଁକି, ସେ ଅତି ସାମାନ୍ୟ ବସ୍ତୁରେ ଭୟଭୀତ ହୋଇ ଯାଆନ୍ତି । ଏହା ଦ୍ୱାରା ସେ ମଧ୍ୟ ଲାଭବାନ୍ ହୋଇ ଥାଏ । ଯାଅ ଏଥିରେ ଦୁଃଖିତ ନ ହୋଇ ଆନନ୍ଦରେ ଜୀବନ ଯାପନ କର ।


ଗପ ସାରଣୀ

ତାଲିକାଭୁକ୍ତ ଗପ