ଅସନ୍ତୋଷରେ ଲାଭ କ’ଣ?

ଈଶ୍ୱରଙ୍କର ଏଭଳି ଉପଦେଶରେ ମଧ୍ୟ ସିଂହ ମହାରାଜାଙ୍କର କୌଣସି ପ୍ରତିକ୍ରିୟା ସୃଷ୍ଟି ହେଲା ନାହିଁ କିମ୍ବା ସେ ସନ୍ତୋଷରେ ରହିଲା ନାହିଁ ।

ସେ ମନ ମଧ୍ୟରେ ଈଶ୍ୱରଙ୍କ ଉପରେ ଚିଡି ଚିଡା ହୋଇ ବଣ ଭିତରକୁ ଚାଲି ଆସିଲା । ସେ ଆସିଲା ବେଳେ ଦେଖିଲା ଯେ ଗୋଟିଏ ବିରାଟକାୟ ହାତୀ ତାର ବିରାଟକାୟ କାନକୁ ହଲାଇ ହଲାଇ ଆସୁଛି । ତାର କାନ ଗୁଡିକ ଯେଭଳି ବଡ ବଡ କୁଲା ଆକାରର ।

ସିଂହ ହାତୀକୁ ପଚାରିଲା – କ’ଣ ଭାଇ ତୁମର ଏତେ ବଡ ବଡ କାନକୁ ତୁମେ ବରାବର ହଲେଇ ହଲେଇ ଚାଲି ଯାଉଛ?

ହାତୀ ତାର ଗୋଡ ଆଗକୁ ବଢେଇ ଉତ୍ତର ଦେଲା – ତୁମେ ଏତିକି ମଧ୍ୟ ଜାଣି ନାହଁ କି ଏହି ଭଣ ଭଣ କରୁ ଥିବା ମଶା ମାନଙ୍କୁ ମୁଁ ବହୁତ ଡରେ । ଯଦି କୌଣସି କାରଣ ବଶତଃ ଗୋଟିଏ ମଶା ମୋ କାନ ଭିତରେ ପଶି ଯାଏ ତ…! ମୁଁ ବିଚଳିତ ହୋଇ ଯିବି ଆଉ ଛଟ ପଟ ହୋଇ ଶେଷରେ ମରି ଯିବି ।

ଏହି କଥା ଶୁଣିବା ସଂଗେ ସଂଗେ ସିଂହର ମନ ଖୁସି ହୋଇ ଗଲା । ସେ ନିଜକୁ ନିଜେ କହିଲା – ଅସନ୍ତୋଷରେ ଲାଭ କ’ଣ ମିଳିବ? ଈଶ୍ୱରଙ୍କର ବାଣୀ ସତରେ ଠିକ୍ ଅଟେ । କାରଣ ମୋର ଦୁଃଖିତ ହେବାର କୌଣସି କାରଣ ହିଁ ନାହିଁ । ଯେତେ ବେଳେ ହାତୀ ଭଳି ବିରାଟକାୟ ପଶୁ ଗୋଟିଏ ସାମାନ୍ୟ ମଶାକୁ ଡରି ଦିନ ରାତି କାନକୁ ହଲାଉ ଥାଏ ତେବେ କୁକୁଡା ତ ମଶା ଠାରୁ ବହୁତ ବଡ । ତେଣୁ କୁକୁଡାର ଡାକରେ ମୁଁ ଥରି ଉଠିବା ସ୍ୱାଭାବିକ । ତେବେ ଏଥିରେ ଲଜ୍ଜିତ ବା ଦୁଃଖିତ ହେବାର କୌଣସି କାରଣ ନାହିଁ? ତେଣୁ ସବୁ ଦୁଃଖ ପାଶୋରି ଦେଇ ସୁଖରେ କାଳାତିପାତ କରିବା ହିଁ ବିଜ୍ଞତାର ପରିଚୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ