ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ

       ହେଲେ ଏହି କାମ କେହି କରିପାରିବେ ନାହିଁ ବୋଲି ଶିଳ୍ପୀମାନେ ସେମାନଙ୍କର ଅସାମର୍ଥ୍ୟ ଜଣାଇ ନୀରବ ରହିଲେ । ଶେଷରେ ଜଣେ କାରିଗର ଏହି କାର୍ଯ୍ୟ କରିବା ପାଇଁ ରାଜି ହୋଇଗଲା । ସେ ମନେ ମନେ ଭାବିଲା ରାଜା ଯାହା ବୁଝିଥିବେ ସେଇଆ । କେହି ରାଜି ନ ହେଲେ ରାଜ୍ୟର ଶିଳ୍ପୀକୁଳର ମୁଣ୍ଡକାଟ ହେବା କିଛି ଅସମ୍ଭବ ନୁହେଁ । ସୁତରାଂ କାମଟି କରିଦେବା ପାଇଁ ରାଜି ହୋଇଗଲା । ଏବେ ଶିଳ୍ପୀଟି ସିନା ହଁ କରିଦେଲା, ହେଲେ କାମଟି କରିବା ଏତେ ସହଜ ନଥିଲା ।

       ଭଙ୍ଗା ପିଆଲା ଯୋଡିବାପାଇଁ ପ୍ରତିଶ୍ରୁତି ଦେଇ ଶିଳ୍ପୀଟି ଗଲା ତା’ର ଅଜା ପାଖକୁ । ସିଏ ଚମଧୁଡୁଧୁଡୁ ବୁଢାଟିଏ ଓ ତା’ର ଚାଲି ସିନା ଧୀର, ହେଲେ ମାଟିରେ ପାତ୍ର ଗଢିବାରେ ସେ ଥିଲା କରିତ୍ କର୍ମା । ରାଜାଙ୍କ ଆଦେଶ କଥା ଶିଳ୍ପୀଟି କହିବାରୁ ବୁଢା ହସିଦେଇ କହିଲା, “ଏଇ କଥା ତ, ହଉ କରିଦେବା । ମାତ୍ର ଏଥିପାଇଁ ଏକ ବର୍ଷ ସମୟ ଦରକାର?

       ଏହାଶୁଣି ଶିଳ୍ପୀଟି ମୁହଁରେ ହସ ଫୁଟି ଉଠିଲା । ସତେ ଯେମିତି ତାର ପିଣ୍ଡରେ ପ୍ରାଣ ପଶିଲା ଭଳି ଲାଗିଲା । ମନେ ମନେ ଭାବିଲା ଯାହାହେଉ ଶିଳ୍ପୀକୁଳ ବଂଚିଗଲେ ।

       ରାଜା ସବୁକଥା ଶୁଣିଲେ ଓ ପିଆଲା ପାଇବା ପାଇଁ ବର୍ଷେ କାଳ ଅପେକ୍ଷାରେ ରହିଲେ ।

       ଏବେ ବୃଦ୍ଧ ଶିଳ୍ପୀଟି ଭଙ୍ଗା ଖଣ୍ଡଗୁଡିକ ସାଇତି ରଖି ନୂଆ ପିଆଲା ଗଢିବାରେ ଲାଗିଲେ । ଏହା ଭିତରେ ୩୬୪ ଦିନ ବିତିଗଲାଣି, ଠିକ୍ ବର୍ଷେ ପୂରିବାକୁ ଆଉ ଗୋଟିଏ ଦିନ ବାକି ଥାଏ, ଶେଷ ଦିନ ବୃଦ୍ଧ ଶିଳ୍ପୀଟି ଅନ୍ୟ ଗୋଟିଏ ପିଆଲା ଠିକ୍ ପୂର୍ବ ପିଆଲାର ରଂଗ ଓ ଆକୃତିର ନେଇ ରାଜାଙ୍କ ହାତରେ ଧରାଇ ଦେଲେ ।

       ଏହା ଦେଖି ରାଜା ବହୁତ ଖୁସି ହୋଇଗଲେ । ଯଦି ଭଙ୍ଗା ପିଆଲାଟି ପାଖରେ ଥାଆନ୍ତା ତେବେ ହୁଏତ ଦୁଇଟି ଭିତରେ ତୁଳନା କରି ପାର୍ଥକ୍ୟ କିଛି ଜାଣି ହୋଇଥାନ୍ତା । ମାତ୍ର ଭଙ୍ଗାଟି ପାଖରେ ନଥିବାରୁ ରାଜା କିଛି ଜାଣି ପାରିଲେ ନାହିଁ । ନୂଆ ପିଆଲାଟି ତାଙ୍କର ପୂର୍ବ ଭଙ୍ଗା ପିଆଲାର ନୂତନ ରୂପ ଭାବି ବୃଦ୍ଧ କାରୀଗର ବହୁତ ଧନ ରତ୍ନ ଉପହାର ସ୍ୱରୂପ ଦେଲେ ।

       ଏଥର ବୃଦ୍ଧ କାରୀଗର ସତକଥାଟି ରାଜାଙ୍କ ଆଗରେ କହିଦେଲା । ସେ ହସି ହସି କହିଲା, “ମଣିମା ! ଭଙ୍ଗା ପିଆଲା କେବେହେଲେ ଯୋଡି ହୁଏ ନାହିଁ । ଆମ ଶିଳ୍ପୀକୁଳକୁ ବିପଦରୁ ରକ୍ଷା କରିବା ପାଇଁ ମୁଁ ମନ ଲଗାଇ ଏକବର୍ଷକାଳ ସମୟ ନେଇ ଅବିକଳ ପିଆଲାଟିଏ ଗଢିଦେଇଛି । ସତରେ କାର୍ଯ୍ୟ କରିବାରେ ମନଥିଲେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଯାଇଥାଏ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ