ଅସମ୍ଭବ କିଛି ନାହିଁ ଏ ଜଗତେ

ଆମେରିକାର ନ୍ୟୁୟର୍କ ସହରର ଘଟଣା । ସେଠାକାର ବଡ ବିସ୍ମୟ ହେଲା – ବ୍ରୁକ୍ଲିନ୍ ପୋଲ । ଏହି ପୋଲଟି ନ୍ୟୁୟର୍କରୁ ଲଙ୍ଗ୍ ଥାଇଲାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି । ସେହି ପୋଲ ନିର୍ମାଣ ଏକ ସ୍ୱପ୍ନସଦୃଶ ଥିଲା । ଏହାକୁ ନିର୍ମାଣ କରିବା ପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବା ସହିତ କଠୋର ପରିଶ୍ରମ ବି କରିବାକୁ ପଡିଥିଲା ।

                ୧୮୮୩ ମସିହାରେ ଜନ୍ ରେବ୍ଲିଂ ନାମକ ଜଣେ ବ୍ୟକ୍ତି ଏହି ପୋଲ ନିର୍ମାଣର ସ୍ୱପ୍ନ ଦେଖିଥିଲେ । ଏହାଦ୍ୱାରା ଲୋକଙ୍କର ଅନେକ ହିତ ହେବ ବୋଲି ମନରେ ଚିନ୍ତାକରି ସେହି ବ୍ୟକ୍ତି ଏହାକୁ ନିର୍ମାଣ କରିବା ଲାଗି ଯୋଜନା ପ୍ରସ୍ତୁତ କଲେ । ସୁତରାଂ ରେବ୍ଲିଂ ବହୁ ରାଜମିସ୍ତ୍ରି ଓ ଇଞ୍ଜିନିୟରମାନଙ୍କ ସହିତ ଆଲୋଚନା ଜାରି ରଖିଲେ । ମାତ୍ର ଏକଥା ଯିଏ ବି ଶୁଣିଲା ସେ ତାଙ୍କୁ ଉତ୍ସାହିତ କରିବ କ’ଣ ଓଲଟି ଏହା ଏକାବେଳକେ ଅସମ୍ଭବ ବୋଲି ମନ୍ତବ୍ୟ ଦେଲା ।

                ପୋଲ ନିଶ୍ଚୟ ନିର୍ମାଣ କରାଯିବ, ଏହି ଆଶା ରେବ୍ଲିଂଙ୍କ ମନରେ ବସା ବାନ୍ଧି ସାରିଥାଏ । ଦିନେ ଏକଥା ସେ ତାଙ୍କର ପୁଅ ତଥା ଯୁବ ଇଂଜିନିୟର ୱାଶିଂଟନ୍ଙ୍କୁ କହିଲେ । ବାପାଙ୍କର ଏଭଳି ଅସମ୍ଭବ ଝୁଙ୍କଥିବା କଥା ଶୁଣି ପ୍ରଥମେ ତ ସେ ଚମକି ପଡିଲେ । ମାତ୍ର ଏହାକୁ କିପରି ସାକାର କରାଯିବ ଚିନ୍ତାମଗ୍ନ ସେ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ