ଅସରନ୍ତି ଧନ

ଶିବୁ ତାକୁ ମିଠାଇ ଖୁଆଇ ଶାନ୍ତ କଲା ଓ କାଖେଇ ଧରି ତା’ ଘରକୁ ନେଇଗଲା । ସେଠାରେ ତା’ର ମୋହରଟିଏ ଗଲା । ପିଲାକୁ ପାଇ ତା’ ମା’ବାପା ବହୁତ ଖୁସି ହେଲେ । କିନ୍ତୁ ତା’ପରେ ସେମାନେ କହିଲେ, “ଆମେ ବଡ ଦରିଦ୍ର, ତୁମର ଏଭଳି ସାହାଯ୍ୟ ପାଇଁ ଧନ୍ୟବାଦ ବ୍ୟତୀତ ଦବାପାଇଁ ଆମ ପାଖରେ ଆଉ କିଛି ହେଲେବି ନାହିଁ ।”

ଶିବୁ କହିଲା, “ମୁଁ କୌଣସି ପୁରସ୍କାରର ଆଶା ରଖି ତୁମ ପିଲାକୁ ଏଠାକୁ ଆଣିନାହିଁ ।” ତା’ପରେ ସେ ତା’ ନିଜ ଗାଁକୁ ଫେରିଲା ।

ଫେରିବା ରାସ୍ତାରେ ଦେଖିଲା ରାସ୍ତା କଡକୁ ଗୋଟିଏ ଛୋଟ ଗଣ୍ଠିଲି ପଡିଛି । ଖୋଲି ଦେଖିଲା, ତହିଁ ଭିତରେ ଶହେ ମୋହର ଅଛି ସେ ବହୁସମୟ ଅପେକ୍ଷା କଲା ଏବଂ ସେତକ ଧରି ଚାଲିଲା । ଯାଉଯାଉ ଦେଖିଲା ରାସ୍ତାରେ ଲୋକ ଗଦା ହୋଇଛନ୍ତି । ଝିଅଟିଏ ବସି ବ୍ୟାକୁଳ ଭାବରେ କାନ୍ଦୁଛି । ଖବର ନେବାରୁ ଜଣାଗଲା କି ତା’ର ସ୍ୱାମୀକୁ ସାପ କାମୁଡିଛି । ବୈଦ୍ୟ ଟଙ୍କା ଦାବୀ କରୁଛି । ଟଙ୍କା ଦେଇ ନପାରି ସେ ସେଠାରେ ବସି କାନ୍ଦୁଛି ।

ଶିବୁ ସେ ସ୍ତ୍ରୀ ପାଖକୁ ଯାଇ ତାକୁ ଥଳୀଟି ଦେଇ ଦେଇ କହିଲା, “ଭଉଣୀ, କାନ୍ଦନା, ନିଅ, ଏଥିରେ ଶହେ ମୋହର ଅଛି ଏବେ ତୁମେ ତୁମ ସ୍ୱାମୀଙ୍କର ଚିକିତ୍ସା ଶୀଘ୍ର ଆରମ୍ଭ କର ।” ଏତିକି କହି ସେଠାରୁ ସେ ଚାଲିଗଲା । ତା’ପରେ ସେ ଜଙ୍ଗଲ ରାସ୍ତାଦେଇ ଘରକୁ ଫେରିବାବେଳେ ଚିନ୍ତାମଣି ନାମକ ଜଣେ ଲୋକସହ ତା’ର ହଠାତ୍ ଦେଖା ହେଲା । ଦୁହେଁ ଖୁସି ଗପ କରି ବାଟ ଚାଲୁଥା’ନ୍ତି । ହଠାତ୍ ଚାରିଜଣ ଚୋର କେଉଁ ଆଡୁ ଆସି ସେ ଦୁଇଜଣଙ୍କ ରାସ୍ତା ରୋକିଲେ ।

ଚିନ୍ତାମଣି ପାଖରେ କିଛି ସୁନା ଥିଲା । ଚୋରମାନେ ଶିବୁର ଲୁଗା ପଟା ଖୋଜି ସେଥିରୁ କିଛି ନ ପାଇବାରୁ ଚିନ୍ତାମଣିର ଗଣ୍ଠିଲି ଫିଟାଇ ତାହା ଖୋଜିଲେ । ଇତିମଧ୍ୟରେ ଚିନ୍ତାମଣି ଶିବଦାସର ଥଳୀରେ ଚଟକରି ନିଜ ସୁନାତକ ଭର୍ତ୍ତି କରିଦେଲା । ତେଣୁ ତା’ ପାଖରୁ ବି କିଛି ମିଳିଲା ନାହିଁ । ସେ ଦୁହିଁଙ୍କୁ ଗାଳି ଦେଇ ଦେଇ ଚୋରମାନେ ସେଠାରୁ ଚାଲିଗଲେ ।

ସେମାନେ ସେଠୁ ଯିବାପରେ ଚିନ୍ତାମଣି ଶିବୁର ଥଳୀରୁ ସୁନା ବାହାର କରି କହିଲା, “କେବଳ ତୁମ ଯୋଗୁଁ ମୁଁ ଆଜି ବଞ୍ଚିଗଲି । ତେଣୁ ମୁଁ ତୁମକୁ କିଛି ସୁନା ପୁରସ୍କାର ଦେଉଛି । ଶିବୁ ନାହିଁ କରୁ କରୁ ସେ ତାକୁ କିଛି ସୁନା ଦେଇ ପଳାଇଲା ।”

ଟିକିଏ ଆଗକୁ ଯାଇ ଶିବୁ ଦେଖିଲା ଜଣେ ଲୋକ ଗଳାରେ ଦଉଡି ଦେଇ ଆତ୍ମହତ୍ୟା କରୁଛି । ତାକୁ ଦେଖି ଶିବୁ ମନରେ ଉଭୟ ଦୁଃଖ ଓ କ୍ରୋଧ ଆସିଲା । ଶିବୁ ସେହି ଲୋକ ପାଖକୁ ଯାଇ ତାକୁ ପଚାରିଲା, “ତୁମର କ’ଣ ହୋଇଛି, ଶୁଣିଛି ଏପରି କାମ କରିବା ଘୋର୍ ଅପରାଧ ।”

ସେ ଲୋକଟିର ନାମ ଦାମୋଦର । ସେ ନିଜ ଝିଅର ବିବାହରେ ଜ୍ୱାଇଁକୁ ଯୌତୁକ ଦେବାକୁ କଥା ଦେଇଥିଲା । ଠିକ୍ ସମୟରେ ଯୌତୁକ ନ ଦେଇ ପାରିବାରୁ ତାକୁ ସେମାନେ ବହୁତ ଗାଳି ଦେଲେ ଓ ଅପମାନ ବି ଦେଲେ । ଅପମାନ ସହି ନ ପାରି ଆତ୍ମହତ୍ୟା କରିବାକୁ ସେ ଯାଉଥିଲା ।

ଶିବୁ କହିଲା, “ଯୌତୁକ ଯଦି ଦେଇ ନ ପାରିବ ତେବେ କାହିଁକି କଥା ଦେଉଥିଲ? ନିଅ ଏତକ ସୁନା ନେଇ ଝିଅର ବିବାହ କରାଇ ଦିଅ ।” ଏତିକି କହି ଚିନ୍ତାମଣି ଦେଇଥିବା ସୁନାତକ ଶିବୁ ଦାମୋଦର ହାତରେ ଦେଲା ।

କୃତଜ୍ଞତାରେ ଦାମୋଦର ଆଖିରୁ ଅଶ୍ରୁ ଝରିଲା । ସେ କହିଲା, “ମନେ ହେଉଛି ବୟସରେ ତୁମେ ମୋଠାରୁ କେତେ ଛୋଟ । ମୋ ପରି ଏକ ମୁର୍ଖ ଲୋକକୁ ତମେ ବହୁତ ସାହାଯ୍ୟ କରିଛ । ମୁଁ ତୁମକୁ ଆଶିର୍ବାଦ କରୁଛି ଯେ ଭଗବାନ୍ ତୁମକୁ ଅସରନ୍ତି ଧନସମ୍ପତ୍ତି ଦିଅନ୍ତୁ । ମୋ ସହିତ ଆସି ମୋ ଝିଅକୁ ଆଶିର୍ବାଦ ଦିଅ । ମନା କରନାହିଁ ।”

ଶିବୁ ତାଙ୍କ ସହିତ ଗଲା । ବାହାଘର ବେଳକୁ ଜଣେ ଲୋକ ସେମାନଙ୍କ ପାଖକୁ ଆସି କହିଲା, “ତୁମେ ରାମଦାସଙ୍କର ପୁଅ ନା? ମୋ ନାମ ନାଗେଶ୍ୱର । ଚାରିବର୍ଷ ପୂର୍ବେ ଚୋରମାନେ ମୋତେ ଖୁବ୍ ପିଟିଥିଲେ । ସେତେବେଳେ ମୁଁ ବଡ ଆହତ ହୋଇ ପଡିଥିଲି । ତୁମ ବାପା ମୋତେ ସେଦିନ ମୃତ୍ୟୁ ମୁଖରୁ ବଂଚାଇ ମୋ ଘରେ ମୋତେ ନେଇ ପହଁଚାଇ ଦେଇଥିଲେ । ଏବେ ସେ କିପରି ଅଛନ୍ତି?”

ଶିବୁ କହିଲା କି ତାଙ୍କର ମୃତ୍ୟୁ ହୋଇ ଯାଇଛି । ଏକଥା ଶୁଣି ନାଗେଶ୍ୱର ବହୁତ ମନଦୁଃଖ କଲା । ସେ ଶିବୁକୁ ନିଜ ଘରକୁ ନେଲା ଓ ତାକୁ ନୂଆ ବସ୍ତ୍ର ଦେଇ ସେ କହିଲା, “ସେତେବେଳେ ତୁମ ବାପାଙ୍କୁ ପୁରସ୍କାର ଦେବାକୁ ମୋ ପାଖରେ ଧନ ନଥିଲା । ମୋର ଆଜି ଏହି ଛୋଟ ପୁରସ୍କାରଟି ନେଇ ମୋତେ ଋଣ ମୁକ୍ତ କର ।” ଏତିକି କହି ସେ ତାକୁ ହଜାରେ ମୋହର ଦେଲେ ।

ମୋହରତକ ଧରି ସେ ସିଧା ତା’ ନିଜ ଗାଁ ମୁଖିଆଙ୍କ ପାଖରେ ପହଁଚି କହିଲା, “ଏଇ ହଜାରେ ମୋହର ଦେଖନ୍ତୁ ଏବେ ଆପଣ କହିପାରିବେ ଯେ ମୁଁ ଯେତେ ଧନ ପାଇଛି ତାହା ଅସରନ୍ତି ।” ସେ ପଚାରିଲେ “ଆଚ୍ଛା ତୁ ତ କହିଲୁ ନାହିଁ, କିପରି ତୁ ଏତେ ଧନ ପାଇଲୁ?” ଯାହାଯାହା ଘଟଣା ଘଟିଥିଲା ଶିବୁ ସବିସ୍ତାର ତାଙ୍କୁ ସବୁ ଶୁଣାଇଲା । ସବୁକଥା ଶୁଣିବା ପରେ ଭୂଷଣ ଅଳ୍ପହସି କହିଲେ, “ତୋ ସହିତ ଏତେ ଘଟଣା ଘଟିବା ପରେ ମଧ୍ୟ ତୁ ବୁଝିପାରିଲୁନାହିଁ ଅସରନ୍ତି ଧନର ଅର୍ଥ କ’ଣ? ଏବେ ମୁଁ ଆଶା କରୁଛି ତୁ ଠିକ୍ ବୁଝିପାରିଥିବୁ ଧନର ଅର୍ଥ କ’ଣ? ପୁଣି ଅସରନ୍ତି ଧନର ଅର୍ଥ କ’ଣ? ତୁ ତ ଅସରନ୍ତି ଧନର ସଂଧାନ ପାଇସାରିଲୁଣି ତେବେ ତୋର ଆଉ ଦୁଃଖ କ’ଣ ପାଇଁ । ତୁ ଆନନ୍ଦରେ ଜୀବନ ଯାପନ କର । ଅସରନ୍ତି ଧନର ସନ୍ଧାନ ଯିଏ ଥରେ ତା’ ଜୀବନରେ ପାଇଛି ସେ ଆଉ ତାକୁ କେବେବି ଭୁଲେ ନାହିଁ ବା ହରାଇ ବସେ ନାହିଁ ।

ଭୂଷଣଙ୍କ କଥା ଶୁଣି ଶିବୁକୁ ଏମିତି ଲାଗିଲା ସେ ଯେପରି ସ୍ୱପ୍ନଲୋକରୁ ବାସ୍ତବତାକୁ ଓହ୍ଲାଇ ଆସିଛି । ଶେଷକୁ ସେ ଭୂଷଣଙ୍କୁ ପ୍ରଣାମ କରି କହିଲା, “ମହାଶୟ, ଆପଣଙ୍କ ଦୟାରୁ ମୁଁ ଅସରନ୍ତି ଧନର ଭଣ୍ଡାର ପାଇଛି । ତାହା ମୋହରି ଭିତରେହିଁ ଅଛି ।”

ଭୂଷଣ ତାକୁ ଆଶୀର୍ବାଦ ଦେଇ କହିଲେ, “ସାଧାରଣ ଧନ ସଂସାରରେ କେହି ଅସରନ୍ତି ଭାବରେ ଅର୍ଜନ କରି ପାରି ନାହିଁ । ଅସରନ୍ତି ଧନ ହେଉଛି ନିଜ ମଧ୍ୟରେ ଥିବା ସଦଗୁଣ ।”

ଶିବୁ କହିଲା, “ଏବେ ମୁଁ କ’ଣ କରିବି?” ଭୂଷଣ କହିଲେ, “ତୁ ମୋ କ୍ଷେତରେ କାମ କର । ମୁଁ ତତେ ଭଲ ବେତନ ଦେବି ଓ ଭଲ ଝିଅଟିଏ ଦେଖି ତା’ସହିତ ତୋର ବିବାହ କରାଇବି । ଧନ ଖର୍ଚ୍ଚ କରିବା ବେଳେ ଦରକାର ନ ହେଲେ ବେଶି କରିବୁ ନାହିଁ ।”

ସେହିଦିନଠାରୁ ଶିବୁ ଭୂଷଣଙ୍କ ପାଖରେ ରହି କାମ କଲା । ସମସ୍ତଙ୍କର ପ୍ରଶଂସାର ପାତ୍ର ହେଲା । ଘର ସଂସାର କରି ମହା ଆନନ୍ଦରେ ସେ ତା’ ଦିନ ବିତାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ