ଅସଲ ଆତସବାଜି

                “ଆସୁଛୁ ଆଜ୍ଞା,” ଷାଠିଏ ବର୍ଷର ନର୍ସିମା ଏ କଥା କହିଲେ ସାଥୀରେ ତିରିଶ ଜଣ ପିଲାଙ୍କୁ ଧରି ଆସିଲେ । ସେମାନେ ସମସ୍ତେ ପ୍ରାୟ ଚେତନ ଏବଂ ଚିନ୍ମୟ ବୟସର ଥିଲେ ।

                ଦୁହେଁ ସେମାନଙ୍କୁ ନିରେଖି ଦେଖୁ ଥାଆନ୍ତି । ସବୁ ପିଲାମାନେ ଛିଣ୍ଡା ପୋଷାକ ପିନ୍ଧିଥିଲେ । କେହି ଜଣେ ହେଲେ ବି ଭଲ ପୋଷାକ ପିନ୍ଧି ନଥିଲେ । ସତ କହିବାକୁ ଗଲେ କାହାର ଶରୀର ସଂପୂର୍ଣ୍ଣ ଢାଙ୍କି ହୋଇ ନଥିଲା । କୁନି କୁନି ଝିଅମାନେ ଛିଣ୍ଡା କନା ପିନ୍ଧିବା ପରି ମନେ ହେଉଥିଲା । ନୁଖୁରା ଅଲରା କେଶ ଓ ଏପରି ଦୟନୀୟ ଚେହେରା ଦେଖି ଚେତନ ଏବଂ ଚିନ୍ମୟ ନିଜର ପୋଷାକକୁ ଚାହିଁଲେ ଏବଂ ପରସ୍ପର ଆଡକୁ ଚାହିଁଲେ ।

ସେମାନେ ମନେ ପକାଉଥିଲେ ଯେ ସେମାନେ କିପରି ପ୍ରତିଥର ଉତ୍ସବ ବେଳେ ନିଜର ପୋଷାକକୁ ଅନ୍ୟ ସାଂଗର ପୋଷାକ ସହିତ ତୁଳନା କରିଥାନ୍ତି । ସେମାନେ ଆହୁରି ଭଲ ପୋଷାକ କିଣି ଦେବା ପାଇଁ ମାଆଙ୍କ ପାଖରେ ଅଳି କରିଥାନ୍ତି, ତଥା ଅଭିମାନ ମଧ୍ୟ କରିଥାନ୍ତି । ଡ୍ରାଇଭର ଗୋପୀ ମାଧବଙ୍କ କାର୍ରୁ ସମସ୍ତ ବ୍ୟାଗ୍ ଓହ୍ଲାଇ ଆଣିଲା । ମାଧବ ନୂଆ ସାର୍ଟ, ପ୍ୟାଂଟ୍, ସ୍କଟ୍ ଏବଂ ଫ୍ରକ୍ ସେହି ବ୍ୟାଗରୁ କାଢିଲେ ଏବଂ ସେସବୁ ପିଲାମାନଙ୍କ ଭିତରେ ବାଂଟି ଦେବା ପାଇଁ ଚିନ୍ମୟ ଓ ଚେତନକୁ କହିଲେ ।

ସେ ମଧ୍ୟ ନର୍ସିମା, ନାରାୟଣୀ ଏବଂ ଗୋପୀ ସହିତ ମିଶି ସେହି ପିଲାମାନଙ୍କୁ ନୂଆ ପୋଷାକ ପିନ୍ଧିବାରେ ସାହାଯ୍ୟ କଲେ । ସେମାନଙ୍କର ମୁଣ୍ଡ କୁଣ୍ଡାଇ ଦେଲେ । ତା’ପରେ ସେମାନଙ୍କ ସହିତ ସମସ୍ତେ ଫଟୋ ଉଠାଇଲେ ।

ଫେରିବା ପୂର୍ବରୁ ପିଲାମାନଙ୍କ ଭିତରେ ସେ ମିଠେଇ ବାଂଟିଲେ । ପୂର୍ବରୁ ନିରସ ଦିଶୁଥିବା ପିଲାଙ୍କ ମୁହଁରେ ହଠାତ୍ ଆନନ୍ଦର ରେଖା ଚମ୍କି ଉଠିଲା । ମାଧବ ଚେତନ ଏବଂ ଚିନ୍ମୟଙ୍କୁ ଦେଖାଇ ଦେଇ କହିଲେ, “ଦେଖ ପିଲାମାନେ କେତେ ଯେ ଖୁସି ହେଉଛନ୍ତି । ସେମାନେ ହେଉଛନ୍ତି ଏପରି ଘଡି ବାଣ ଯାହାକୁ ଜଳାଇବା ପାଇଁ ନିଆଁର କୌଣସି ଦରକାର ହୁଏ ନାହିଁ । କିନ୍ତୁ ସେମାନଙ୍କର ଆଲୋକ ଘଡି ବାଣର ସୁନେଲି ଓ ରୂପେଲି ଆଲୋକ ବର୍ଷା ଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ । ତୁମେମାନେ ଏ ଆତସବାଜି ଦେଖି ପାରୁଛ ତ? କେମିତି ଲାଗୁଛି?”

ଏକଥା ଶୁଣି ସେ ଦୁହେଁ ଜେଜେବାପାଙ୍କ ହାତ ଧରିପକାଇଲେ ଏବଂ ଆନନ୍ଦରେ କହିଲେ, “ଆମକୁ ବହୁତ ଭଲ ଲାଗୁଛି । ଆମେ ଆଜିଠାରୁ ଆଉ କେବେ ବି ଦୀପାବଳି ଉତ୍ସବରେ ନୂଆ ପୋଷାକ କିମ୍ବା ବାଣ କିଣି ଦେବା ପାଇଁ ବାପାମାଆଙ୍କ ପାଖରେ ଜିଦ୍ କରିବୁ ନାହିଁ । ଆମେ ସବୁ ଟଙ୍କା ସଂଚୟ କରି କେବଳ ଏହି ସତସତିକା ଆତସବାଜିର ଆଲୋକ ଦେଖିବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ