ଆକବରଙ୍କ ଚାକର

         ଚାକର ରାଜରାସ୍ତାରେ ସମ୍ରାଟଙ୍କ ଆଦେଶ ପାଳନ କରିବାକୁ ଧଇଁସଇଁ ହୋଇ ଧାଉଁଥାଏ । ସେହି ରାଜପଥରେ ତା’ର ବିରବଲଙ୍କ ସହିତ ସାକ୍ଷାତ ହୋଇଗଲା । ଚାକର ଭାବିଲା ସମ୍ରାଟଙ୍କ ଦରବାରରେ ଏକମାତ୍ର ଚାଲାଖ୍ ଓ ଚତୁର ଲୋକ ହେଉଛନ୍ତି ବିରବଲ । ତାଙ୍କର ଯେବେ ଏ ଗରିବ ଉପରେ ଦୟା ହେବ ତାହା ହେଲେ ସେ ମୋତେ ଏହି ବିପଦରୁ ରକ୍ଷା କରିଦେବେ । ଏହିପରି ଚିନ୍ତା କରି ବିରବଲଙ୍କ ପାଦତଳେ ଲମ୍ବ ହୋଇ ପଡିଯାଇ ସମସ୍ତ କଥା କହି ଦେଲା ।

         ଚାକରଠାରୁ ଏପରି କଥା ଶୁଣନ୍ତେ ବିରବଲ ଏଥର ଭଲ ଭାବରେ ବୁଝି ପାରିଲେ ଯେ ଚାକର ଦ୍ୱାରା ସମ୍ରାଟ୍ ଯେଉଁ ଏକ କିଲୋ ଚୂନ ମଗାଉଛନ୍ତି ତାହାକୁ ସେ ସବୁ ଚାକରକୁ ଖୁଆଇବେ । ଏତେଗୁଡାଏ ଚୂନ ଖାଇ ଚାକର ସତରେ ବଂଚିପାରିବ ତ?

         ଚାକର ପାଦତଳେ ପଡି ଖୁବ୍ ଅନୁନୟ ହୋଇ ବିକଳରେ କହୁଛି, ଆପଣ ମୋତେ ରକ୍ଷାକରିବେ ସାଆନ୍ତେ । ଆପଣଙ୍କ ବିନା ଆଜି ସମ୍ରାଟଙ୍କ ପାଖରୁ ମୋତେ କିଏବା ବଂଚାଇପାରିବ ।

         ଚାକରର ଏପରି ବିକଳପଣ ଦେଖି ବିରବଲ କହିଲେ, ତୁ ଆଉ ବ୍ୟସ୍ତ ହୁଅନାହିଁ । ତୁ ଗୋଟେ କାମ କରିବୁ । ସାତଶ ପଚାଶ ଲହୁଣି କିଣି କରି ସେଥିରେ ଅଢେଇ ଶହ ଚୂନ କିଣି ମିଶାଇ ତୁ ସମ୍ରାଟଙ୍କ ରାଜ ଦରବାରକୁ ଯିବୁ । ମୁଁ ସେଠାରେ ଅଛି । ଦେଖିବା କ’ଣ ହେଉଛି?

         ବିରବଲଙ୍କଠାରୁ ଏକଥା ଶୁଣନ୍ତେ ଚାକର ମନରେ ଟିକେ ସାହସ ଆସିଲା । ତହୁଁ ସେ ବିରବଲଙ୍କଠାରୁ ବିଦାୟ ନେଇ ଦଉଡି ଦଉଡି ଯାଇ ବିରବଲଙ୍କ କହିବାନୁସାରେ ସାତଶ ପଚାଶ ଲହୁଣିରେ ଅଢେଇଶହ ଚୂନ ମିଶାଇ ନେଇ ଆସିଲା ଓ ସମ୍ରାଟଙ୍କର ଦରବାର ଚାଲୁଥିବା ସମୟରେ ଚାକର ଯାଇ ଚୂନ ନେଇ ପହଁଚିଗଲା ।

         ଚାକରକୁ ଦେଖି ସମ୍ରାଟ୍ ପଚାରିଲେ, ତୁ ଚୂନ ଆଣିଲୁ ତ । ଚାକର ମଥା ଅବନତ କରି କହିଲା, ହଜୁର୍ ଆଜ୍ଞା ।

         ସମ୍ରାଟ୍ କହିଲେ ଶୀଘ୍ର ଶୀଘ୍ର ତୁସେହି ଚୂନତକ ଖାଇଦେ । ତା’ପରେ ତୋ’ର ନିଶ୍ଚୟ ସମ୍ରାଟଙ୍କର ଦେଇଥିବା ଆଦେଶ ପ୍ରତି ନଜର ରହିବ ।

         କ’ଣ କରିବ ବିଚରା? ସମ୍ରାଟଙ୍କ ଯାଆ ଆଜ୍ଞା ହେଲା ତାହାକୁ ପାଳନ କରିବା ବାଧ୍ୟତାମୂଳକ ଭାବି ସେହି ରାଜଦରବାରରେ ସମସ୍ତଙ୍କ ସମ୍ମୁଖରେ ଚୂନତକ ଖାଇ ଶେଷ କରି ଦେଇ ବେହୋଷ ହୋଇ ଦରବାରରେ ପଡିଗଲା । ଦରବାରରେ ଉପସ୍ଥିତ ଥିବା ସଦସ୍ୟମାନେ ଚାକର ଉପରେ ପାଣି ଛିଂଚି ଚେତା କରାଇଲେ ।

         ଏହାପରେ ଚାକର ଦରବାର ଛାଡି ଘରକୁ ଗଲା । ପରଦିନ ଉଆସରେ ଆସି କାର୍ଯ୍ୟ କଲା । ସମ୍ରାଟ୍ ଉଆସରେ ବୁଲାବୁଲି କରୁଥିବା ସମୟରେ ଚାକରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଗୋଟିଏ କିଲୋ ଚୂନ ସେ ଖାଇ ଦେଇଥିଲା । ସମ୍ରାଟ୍ ଜାଣିଥିଲେ ଯେ କାଲି ନିଶ୍ଚୟ ସେ ଅସୁସ୍ଥ ହୋଇପଡିବ । କିନ୍ତୁ ସମ୍ରାଟ୍ ଦେଖିଲେ ଚାକର ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଲାଗି ଯାଇଛି । ଏହା ଦେଖି ଭାବିଲେ ନା, ଏହି ଚୂନ ଖାଇବା ମଧ୍ୟରେ ନିଶ୍ଚୟ କିଛି ନା କିଛି ରହସ୍ୟ ଅଛି ।

         ତହୁଁ ସମ୍ରାଟ୍ ଚାକରକୁ ପ୍ରାଣଭୟ ଦେଖାଇ ଧମକ ଚମକ ଦେବାରୁ ସେ ବିରବଲଙ୍କ କଥା କହିଦେଲା ।

         ସମ୍ରାଟ୍ ବିରବଲଙ୍କ ନାମ ଶୁଣି ଯେତିକି ବିରକ୍ତ ହେଲେ ତାଙ୍କର ସୂକ୍ଷ୍ମ ବିଚାର ଦେଖି ସେତିକି ପ୍ରଶଂସା ମଧ୍ୟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ