ଆକବର ବିରବଲ

ଆକବରଙ୍କୁ ପାଣିଦେବା ସମୟରେ ଆକବର ପିଲାଟିକୁ  ତା’ର ନାମ ପଚାରିଲେ? ପିଲାଟି ସଂଗେ ସଂଗେ ଆକବରଙ୍କୁ କହିଲା, “ଆପଣ ପ୍ରଥମେ ଆପଣଙ୍କର ନାମ କୁହନ୍ତୁ । ତା’ପରେ ମୁଁ ମୋର ନାମ କହିବି ।” ପିଲାଟିର ଏପରି କଥା ଶୁଣି ଆକବର ତାକୁ ତାଙ୍କର କି ପରିଚୟ ଦେବେ ଜାଣି ପାରିଲେ ନାହିଁ ।

         କିଛି ସମୟ ନୀରବ ରହି ଆକବର କହିଲେ, “ତୁମେ ଜାଣିଛ ମୁଁ କିଏ?” ପିଲାଟି ମଧ୍ୟ ସଂଗେ ସଂଗେ ଆକବରଙ୍କୁ ସେହି କଥା କହିଲା । ପିଲାଟିର କଥାଶୁଣି ଆକବର ହସି ଉଠିଲେ । ନିଜ ହାତରୁ ତାଙ୍କର ମୁଦିଟି ବାହାର କରି ବାଳକ ହାତକୁ ବଢାଇଦେଲେ, ଏବଂ କହିଲେ, “ତୁମେ ଏହି ମୁଦିରୁ ହିଁ ମୋର ପରିଚୟ ଜାଣିପାରିବ ।

         ବାଳକଟି ଯେତେବେଳେ ମୁଦିରେ ରାଜାଙ୍କର ପ୍ରତୀକ ଦେଖିଲା ଆକବରଙ୍କୁ କ’ଣ କହିବ ନ’କହିବ କିଛି ଠିକ୍ କରି ପାରିଲା ନାହିଁ । ଆକବର ସେହିସମୟରେ ପିଲାଟିର ମୁହଁର ପ୍ରତିକ୍ରିୟାକୁ ଲକ୍ଷ୍ୟ କରୁଥାଆନ୍ତି । ଏହାପରେ ଆକବର ପିଲାଟିର ପିଠି ଥାପୁଡାଇ କହିଲେ, “ତୁମେ ବଡ ହେଲେ ଆଗ୍ରା ଯାଇ ମୋତେ ଦେଖା କରିବ । ସାଂଗରେ ଏଇ ମୁଦିଟିକୁ ନେବାକୁ କେବେ ଭୁଲିବ ନାହିଁ । କାରଣ ମୁଁ ଏହି ମୁଦି ମାଧ୍ୟମରେ ହିଁ ତୁମକୁ ଚିହ୍ନିବି ।” ଏହା କହି ଆକବର ଓ ତାଙ୍କର ବଂଧୁଗଣ ସେଠାରେ ଚାଲିଆସିଲେ ।

         ଏହାପରେ ବାଳକଟି ଘରକୁ ଆସି ତା’ର ମାଆଙ୍କୁ ଆକବର ଦେଇଥିବା ମୁଦିଟି ଦେଖାଇଲା ଓ ସମସ୍ତ କଥା ମାଆଙ୍କୁ କହିଲା । ମାଆ ତା’ର ମୁଦିଟି ଦେଖି ଖୁସି ହୋଇ ତାକୁ ଏକ ସୁରକ୍ଷିତ ସ୍ଥାନରେ ରଖିଲେ, ଏବଂ ପୁଅକୁ କହିଲେ, “ପୁଅରେ! ତୁ ମନଦେଇ ପାଠ ପଢ, କର୍ମରେ କେବେ ଅବହେଳା କରନାହିଁ । ତୁ ବିଦ୍ୟା ବୁଦ୍ଧିରେ ପ୍ରବୀଣ ହେଲେ ରାଜା ଦିନେ ନା ଦିନେ ତୋତେ ଏକ ବିଶିଷ୍ଟ ଆସନରେ ଆସୀନ କରାଇବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ