ଆଗେ ଘରର ପଛେ ଅନ୍ୟର

       ମହିଳାମାନେ କହିଲେ, “ଧଳାରଂଗବୋଳା ସେଇ ଘରଟି, ହେଲେ ଘରର ମାଲିକଙ୍କୁ କିଛି ଦେଖାଯାଉନାହିଁ । ଆପଣମାନେ ତୁଚ୍ଛାଟାରେ ତାଙ୍କ ପାଖକୁ ଯାଉଛନ୍ତି ।”

       ଯେଉଁ ସରପଂଚଙ୍କ ପାଖକୁ ଲୋକମାନେ ସେମାନଙ୍କର ସମସ୍ୟା ସମାଧାନ ପାଇଁ ଦୌଡୁଛନ୍ତି ତାଙ୍କର ପୁଣି ଏଭଳି ଅବସ୍ଥା । ତଥାପି ଆଗନ୍ତୁକମାନେ ଆଗକୁ ବଢିଲେ । ସରପଂଚଙ୍କ ଘର ବାହାର ପଟ ଅଗଣାରେ ସେମାନେ ଜଣେ ବୁଢୀକୁ ଦେଖିଲେ । ତାଙ୍କୁ ଘରେ ସରପଂଚଙ୍କ ଉପସ୍ଥିତି ନେଇ ପଚାରିବାରୁ ସେ କହିଲେ, “ସରପଂଚ ତ ମରିଗଲେଣି, ଆପଣମାନେ ଯାଇ କ’ଣ କରିବେ?”

       ବୁଢୀ ମାଉସୀର ଏପ୍ରକାର କଥା ଭଦ୍ରବ୍ୟକ୍ତିମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା । ଠିକ୍ ଏତିକିବେଳେ ସରପଂଚବାବୁ ଘରୁ ହଠାତ୍ ବାହାରିଆସିଲେ । ସେ ଭଦ୍ରବ୍ୟକ୍ତିମାନଙ୍କୁ ଘରକୁ ଡାକି ବସାଇବା ସହିତ ଅତିଥି ସତ୍କାର କଲେ ।

       ତା’ପରେ ଆସିବାର କାରଣ ଆଗନ୍ତୁକମାନଙ୍କୁ ପଚାରିବାରୁ ସେମାନେ କହିଲେ, “ପ୍ରଥମେ ଆପଣ ନିଜ ବିଷୟରେ କୁହନ୍ତୁ । ଆପଣଙ୍କ ବିଷୟରେ ଲୋକମାନେ ଏଭଳି ସବୁ ମନ୍ତବ୍ୟ ଦେବାର କାରଣ କ’ଣ?”

       ସରପଂଚ କହିଲେ, “ମୋର ପରିବାର ବହୁତ ବଡ, ସେଥିରେ ଅନେକ ପ୍ରବୃତିର ଲୋକ ଅଛନ୍ତି । ଆପଣମାନେ ବାଟରେ ଦେଖି ଆସିଥିବା ହଳୁଆମାନେ ହେଲେ ମୋର ଚାରିପୁଅ । ସେମାନେ କାମ କରିବାକୁ ଚାହାନ୍ତି ନାହିଁ । ସବୁବେଳେ କଳିତକରାଳରେ ବ୍ୟସ୍ତ ରହନ୍ତି । କୂଅପାଖରେ ଥିବା ମହିଳାମାନେ ମୋର ବୋହୂ । ସେମାନେ ପରସ୍ପରର ଗହଣା ଗାଣ୍ଠିକୁ ଦେଖି ଈର୍ଷାପରାୟଣ ହୋଇ ଟିକିଏ ଟିକିଏ କଥାରେ ଗଣ୍ଡଗୋଳ ଭିଆଇଥାନ୍ତି । ଏଭଳି ଅମାନିଆ ପୁଅବୋହୂଙ୍କ କଥା ମୁଁ ଆଦୌ ଶୁଣେନାହିଁ ବୋଲି ସେମାନେ ମୋ ଉପରେ ଅସନ୍ତୁଷ୍ଟ । ଆଉ ଯେଉଁ ବୁଢୀଟି ଦୁଆରେ ବସି ରହିଥିଲା ସେ ମୋର ସ୍ତ୍ରୀ, ଯିଏ ପ୍ରତିଦିନ ମୋ ସହିତ ଝଗଡା କରେ ତୀର୍ଥଯାତ୍ରାରେ ଯିବ ବୋଲି । ତା’ର କଥାରେ ରାଜି ନ ହେବାରୁ ସେ ଏଭଳି କଥା କହୁଛି ।”

       ଏଥର ଆଗନ୍ତୁକମାନେ ବୁଝିଗଲେ ଯେ, ଏଭଳି ସମସ୍ୟା ସବୁ ଘରେ, ସବୁ ଗାଁରେ ରହିଛି । ସେ ସବୁକୁ ପ୍ରଥମେ ସମାଧାନ ନ କରି ଯିଏ ଅନ୍ୟର ସମସ୍ୟା ସମାଧାନ କରିବାକୁ ମନ ବଳାଏ, ସେଭଳି ଲୋକ ଏଇ ସରପଂଚଙ୍କ ଭଳି ହାସ୍ୟାସ୍ପଦ ହେବାକୁ ହୁଏ । ସୁତରାଂ ପ୍ରତ୍ୟେକ ବ୍ୟକ୍ତି ଧୈର୍ଯ୍ୟ, ସହନଶୀଳତା ଗୁଣରେ ନିଜର ସମସ୍ୟା ପ୍ରଥମେ ସମାଧାନ କରିବା ଉଚିତ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ