ଆଜ୍ଞାବହ ଆରୁଣୀ

ପୂର୍ବ କାଳରେ ବିଦ୍ୟାର୍ଥୀମାନେ ଗୁରୁ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରିବାର ପରମ୍ପରା ରହିଥିଲା । ପିଲାମାନେ ପାଂଚ ବର୍ଷ ବୟସରେ ଉପନୀତ ହେବା ପରେ ତାଙ୍କ ପିତାମାତା ମାନେ ସେମାନଙ୍କୁ ନେଇ ଗୁରୁ ଆଶ୍ରମରେ ଛାଡି ଦେଇ ଆସୁଥିଲେ । ସେହି ପିଲାମାନେ ସେଠାରେ ରହି ଗୁରୁଙ୍କ ସେବା କରିବା ସହିତ ଆଶ୍ରମରେ ରହିଥିବା ଗୋରୁ ଗାଈଙ୍କ ସେବା, କୃଷିକ୍ଷେତ୍ରରେ କୃଷିକାର୍ଯ୍ୟ, ରନ୍ଧନ ପାଇଁ କାଠ ସଂଗ୍ରହ ଆଦି କାର୍ଯ୍ୟମାନ କରୁଥିଲେ । ଯେତେବେଳ ପର୍ଯ୍ୟନ୍ତ ସେମାନେ ଏହି ସବୁ କାର୍ଯ୍ୟ କରିବାରେ ପାରଙ୍ଗମ ହୋଇପାରୁ ନଥିଲେ, ସେତେବେଳ ପର୍ଯ୍ୟନ୍ତ ସେମାନେ, ଗୁରୁଙ୍କ ପାଖରୁ ଶିକ୍ଷା ପାଇ ପାରୁ ନଥିଲେ । ଆଉ ସେମାନଙ୍କ ଶିକ୍ଷା ଶେଷ ହେବା ପରେ ସେମାନେ ଗୁରୁ ଆଶ୍ରମରୁ ନିଜ ନିଜ ଘରକୁ ବାହୁଡି ଆସୁଥିଲେ । ଏହିପରି କାର୍ଯ୍ୟକ୍ରମ ଭିତରେ ଗୁରୁ ଧୈମ୍ୟଙ୍କ ଆଶ୍ରମରେ ବି କାର୍ଯ୍ୟଧାରା ଚାଲି ଆସୁଥିଲା ।

                ସମୟ ବର୍ଷାଋତୁ । ଗୁରୁଦେବଙ୍କ ଆଶ୍ରମସ୍ଥିତ କୃଷିକ୍ଷେତ୍ରରେ ମଧ୍ୟ ଧାନଚାଷ ହୋଇଥାଏ । ଥରେ ଗୁରୁଦେବ କିଆରି ପାଖକୁ ଯାଇ ତା’ର ସୌନ୍ଦର୍ଯ୍ୟରେ ଅତ୍ୟନ୍ତ ମୁଗ୍ଧ ହୋଇଗଲେ । କାରଣ କ୍ଷେତରେ ଫସଲ ସହିତ କିଆରିର ରକ୍ଷଣାବେକ୍ଷଣ ଖୁବ୍ ଯତ୍ନର ସହିତ କରାଯାଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ