ଆଜ୍ଞାବହ ଆରୁଣୀ

                ଦିନକର ଘଟଣା । ସେ ଦିନ ପ୍ରବଳ ବର୍ଷା ହେଲା । ନିକଟସ୍ଥ ପାହାଡ ମାନଙ୍କରୁ ବର୍ଷାଜଳ ତଳକୁ ଖସିବା ଫଳରେ ଧାନ କ୍ଷେତ ଗୁଡିକର ବନ୍ଧବାଡ ସବୁ ବୁଡି ଯାଇ ପାଣି ଆଗକୁ ଆଗ ଗଡି ଚାଲିଲା । ଏଭଳି ବର୍ଷା ଦେଖି ଗୁରୁଦେବ ମନେ ମନେ କେବଳ ପ୍ରମାଦ ଗଣିବାକୁ ଲାଗିଲେ । ସେ ଜାଣି ପାରୁଥିଲେ କି ଏହି ବର୍ଷାଜଳ ସବୁ ତଳକୁ ଗଡିଯିବା ଫଳରେ କ୍ଷେତ ସହିତ ଫସଲ ଗୁଡିକ ବି ଧୋଇ ହୋଇ ଯିବ ଏବଂ କ୍ଷେତରୁ ସବୁ ପାଣି ନିଗିଡି ଯିବା ଦ୍ୱାରା କ୍ଷେତରେ ବାକିଥିବା ଗଛ ଗୁଡିକ ପାଣି ଅଭାବରେ ଭଲ ଫସଲ ଅମଳ ହେବ ନାହିଁ । ଏଣେ ବର୍ଷା କ୍ରମେ ପ୍ରବଳରୁ ପ୍ରବଳ ମାତ୍ରାରେ ହେବାକୁ ଲାଗିଲା । ତେଣୁ ଗୁରୁଦେବ ବାଧ୍ୟ ହୋଇ ଶିଷ୍ୟ ଆରୁଣୀକୁ ନିଜ ପାଖକୁ ଡକାଇ ଏ ବିଷୟରେ ସୂଚନା ଦେଲେ । ବର୍ଷା ଟିକିଏ ଛାଡି ଯିବାରୁ ଗୁରୁଙ୍କ କଥାନୁସାରେ ଆରୁଣୀ କିଆରି ଗୁଡିକୁ ଦେଖିବାକୁ ଗଲା । ଦେଖିଲା, ପାହାଡ ପାଖରେ ପ୍ରବଳ ବେଗରେ ବର୍ଷାପାଣି ଗଡିଯାଇ କିଛି ଫସଲ ନଷ୍ଟ କରି ପକାଇଥିଲା । ବନ୍ଧ ଭାଙ୍ଗି କିଆରିରୁ ପାଣି ସବୁ ନିଗିଡି ଯାଉଛି । ଏପଟେ ଆଶ୍ରମର କିଆରିର ମଧ୍ୟ ସମଦଶା । ସେ ପାଣି ବନ୍ଧ କରିବା ପାଇଁ କିଆରି ଗୁଡିକର ବନ୍ଧଗୁଡିକ ସଜାଡିବାରେ ଚେଷ୍ଟା ଚଳାଇଲା । କିନ୍ତୁ ପାଣିର ପ୍ରବଳ ସୁଅରେ ମାଟିଗୁଡିକ ଧୋଇଗଲା । ତେଣୁ ଆରୁଣୀର ସମସ୍ତ ଚେଷ୍ଟା ବିଫଳ ହେବାରୁ ସେ ଖୁବ୍ ଚିନ୍ତିତ ହୋଇ ପଡିଲା । ଶେଷରେ ସେ ନିରୁପାୟ ହୋଇ ପାଣିକୁ ଆକଟ କରିବା ପାଇଁ କିଆରି ହିଡରେ ଶୋଇ ଯାଇ ପାଣି ଅଟକାଇ ରଖିଲା । ଏଣେ ଦିନ ପ୍ରାୟ ଶେଷ ହୋଇ ଆସୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ