ଆତ୍ମାଭିମାନ

                ରବିଶଙ୍କର ରାଜାଙ୍କ କଥାକୁ ସ୍ୱୀକାର କଲେ । ସେହିଦିନଠାରୁ ବଂଶୀଧରର ପ୍ରାଧାନ୍ୟ ଧିରେଧିରେ କମିଗଲା ।

                ଦିନେ ଦେବଦତାଙ୍କ ମାଉସୀଝିଅ ଭଉଣୀ ରାଜକୁମାରୀ ପଦ୍ମରଜନୀ ସେଠାକୁ ଆସି ଥା’ନ୍ତି । ଦୁହେଁ ଖୁସି ହୋଇ ବହୁ ସମୟ ଗଳ୍ପ କଲେ । ସେହି ସମୟରେ ପଦ୍ମରଜନୀ ତାଙ୍କ ସଖୀଙ୍କ ହାତରୁ ଶୁକପକ୍ଷୀ ଥିବା ପିଞ୍ଜରାଟି ଧରି କହିଲେ, “ଅପା, ଏହି ଶୁକପକ୍ଷୀ କଥା କୁହେ ଓ ଗୀତ ମଧ୍ୟ ଗାଏ । ପକ୍ଷୀଟି କିଛି ସମୟ ମଧୁର ଭାବରେ କଥା କହିଲା ଓ ତା’ପରେ ସେ ଗୀତ ମଧ୍ୟ ଗାଇଲା । ଦେବଦତା ଏଥିରେ ଖୁବ୍ ମୁଗ୍ଧ ହେଲେ ।

ସଂଧ୍ୟାବେଳକୁ ବଗିଚାରେ ଦୁଇ ଉଉଣୀଙ୍କର ମନୋରଞ୍ଜନ ପାଇଁ ବଂଶୀଧରକୁ ଡକାହେଲା । ସେ ବଂଶୀ ମଧୁର ଭାବରେ ବଜାଇଲା । ରବିଶଙ୍କରଙ୍କ ଅନୁପସ୍ଥିତି ଯୋଗୁଁ ବଂଶୀଧରକୁ ସୁଯୋଗ ମିଳିଲା ।

ବଂଶୀଧରର ବଂଶୀବାଦନ ପଦ୍ମରଜନୀଙ୍କୁ ବହୁତ ଭଲ ଲାଗିଲା; ସେ ଦେବଦତାଙ୍କୁ କହିଲେ, “ଏପରି ସୁନ୍ଦର ବଂଶୀବାଦନ ବହୁତ କମ୍ ଲୋକ କରିପାରିବେ । ତମେ ଏହି ବ୍ୟକ୍ତିକୁ ଆମ ରାଜ୍ୟକୁ ମୋ ସହିତ ପଠାଇ ଦିଅ । ତୁମର ତ ଅନ୍ୟ ଜଣେ ବଂଶୀବାଦକ ଅଛନ୍ତି, ମୁଁ ଏହାଙ୍କର ସଂଗୀତ କଳାରେ ବହୁତ ମୁଗ୍ଧ ।”

ତା’କଥା ଶୁଣି ଦେବଦତା ହସିହସି କହିଲେ “ରଜନୀ, ଅବଶ୍ୟ ତୁ ତାଙ୍କୁ ନେଇ ଯାଇପାରୁ । କିନ୍ତୁ ତାର ବଦଳରେ ତୁ ତୋ ଶୁକପକ୍ଷୀକୁ ମୋତେ ଦେଇଯିବୁ ।”

ପଦ୍ମରଜନୀ କହିଲେ “ଅବଶ୍ୟ ଦେବି । କାରଣ ତା’ର କଥା ଓ ଗୀତ ଶୁଣିଶୁଣି ମୁଁ ଥକି ଗଲିଣି ।”

ବଂଶୀଧର ସେମାନଙ୍କର କଥାବାର୍ତ୍ତା ବସିବସି ଶୁଣୁଥିଲା । ତା’ପରେ ସେ କହିଲା, “କ୍ଷମା କରିବେ ରାଜକୁମାରୀ, ମୁଁ କାଲି ମୋ ଗ୍ରାମକୁ ଫେରିଯିବାକୁ ସ୍ଥିର କରିପାରିଛି ।”

ପଦ୍ମରଜନୀ କହିଲେ “ତୁମେ ବେତନର ଚିନ୍ତା କରୁଛ କି? ଏଠାରେ ଯାହା ମିଳୁଛି ସେଠାରେ ତୁମେ ତା’ର ଦୁଇଗୁଣା ପାଇବ ।”

ବଂଶୀଧର ଦୃଢ ସ୍ୱରରେ କହିଲେ, “କ୍ଷମାକରନ୍ତୁ ରାଜକୁମାରୀ, ଆପଣ ଯେତେ ବେଶି ବେତନ ଦେଲେ ମଧ୍ୟ ମୁଁ ଆଉ କୁଆଡେ ଯାଉ ନାହିଁ ।”

ବେତାଳ ବିକ୍ରମାର୍କକୁ ଗଳ୍ପଟି କହିସାରି ପଚାରିଲା, “ରାଜନ୍ ସୂର୍ଯ୍ୟଶୀଳା ନଗରୀର ରାଜକୁମାରୀ ବଂଶୀଧରକୁ ବହୁ ପ୍ରଲୋଭନ ଦେଖାଇବା ସତ୍ତ୍ୱେ ସେ କାହିଁକି ନାହିଁ କରି ଦେଲା? ଏଇଟା ବଂଶୀଧରର ମୂର୍ଖତା ନୁହେଁ ତ ଆଉ କ’ଣ? କିମ୍ବା ରବିଶଙ୍କର ପ୍ରତି ଇର୍ଷ୍ୟାଭାବ ଯୋଗୁ ସେ ଏପରି କଲା? ଯେଉଁ ରାଜକୁମାରୀ ଦେବଦତା ତାକୁ ଗ୍ରାମରୁ ଆଣି ରାଜନଅରରେ ପ୍ରତିଷ୍ଠା କରାଇଲେ, ତାଙ୍କ ପ୍ରତି ତ ସେ ଆଦୌ କୃତଜ୍ଞତା ଜଣାଇଲା ନାହିଁ? ତେଣୁ ମନେ ହେଉଛି ସେ ଇର୍ଷ୍ୟାଳୁ, ମୂର୍ଖ ଓ କୃତଘ୍ନ । କୌଣସି ବିଷୟରେ କିଛି ନଭାବି ନଚିନ୍ତି ଏପରି ସ୍ଥିର କରିବା ଏକ ଭୁଲ୍ କଥା । ଏ ବିଷୟରେ ତୁମର ମତ କ’ଣ? ମୋର ଏଭଳି ସନ୍ଦେହର ଉତ୍ତର ଜାଣି ବି ତମେ ଯଦି କିଛି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ବିକ୍ରମାର୍କ ତତ୍କ୍ଷଣି କହିଲେ, “ବେତାଳ, ପଦ୍ମରଜନୀଙ୍କ ଇଚ୍ଛାକୁ ବଂଶୀଧର ମୂଲ୍ୟ ନଦେବାର ଅନ୍ୟ ଏକ କାରଣ ଅଛି । ଏକଥା ଭୁଲ୍ ଯେ ଗ୍ରାମକୁ ଫେରିବା ପାଇଁ ସ୍ଥିର କରିବା ମୂର୍ଖତା । କାରଣ ଦେବଦତା ବଂଶୀଧରର ମତ ନ ନେଇ ଶୁକପକ୍ଷୀ ବଦଳରେ ବଂଶୀଧରକୁ ଦେବାକୁ କହିବାଟା ବଂଶୀଧର ପ୍ରତି ଅନ୍ୟାୟ ଓ ଅପମାନଜନକ । ତେଣୁ ନିଜର ଆତ୍ମସମ୍ମାନ ରକ୍ଷା କରିବା ପାଇଁ ପଦ୍ମରଜନୀଙ୍କ ସହିତ ଯିବାକୁ ସେ ମନା କରିଦେଲା । ସେ ଇର୍ଷ୍ୟା, ମୂର୍ଖତା ବା କୃତଘ୍ନତା ଯୋଗୁ ଏସବୁ କରିନାହିଁ । ଏସବୁ ଦୁର୍ଗୁଣ ତା’ର ଚରିତ୍ରରେ ଆରୋପ କରିବା ଭୁଲ୍ କଥା ।”

ଉତ୍ତର ଦେବା ଦ୍ୱାରା ରାଜାଙ୍କର ମୌନଭଙ୍ଗ ହୁଅନ୍ତେ ଶବସ୍ଥିତ ବେତାଳ ଶବ ସହିତ ରାଜାଙ୍କ କାନ୍ଧରୁ ଖସି ଯାଇ ପୁଣି ପୂର୍ବୋକ୍ତ ବୃକ୍ଷଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ