ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ

“ଲଣ୍ଡନରେ ଥରେ ଇଣ୍ଡିଆକୁ ଯେବେ ଦେଇଥିଲା କଟୁ ମନ୍ତବ୍ୟ ଜଣେ

    ଏଥିଲାଗି ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତରଟି ଦୁଃଖ ଦେଲା ତା’ ମନେ ।

    ଆମେ ଇଣ୍ଡିଆନ ଦେବା ଶିଖିଅଛୁ, ମାତ୍ର ଶିଖି ନାହୁଁ ନେବା ଛଡାଇ

    ଏହି କଥା ସ୍ୱାମୀ ଭାଷଣ ଛଳରେ ଦେଇଥିଲେ ଠିକେ ଠିକେ ବତାଇ ।

    ଜୋକ ମୁହେଁ ଲୁଣ ଦେଲା ଭଳି ତୁନି ହୋଇଗଲା ସେହି ସମାଲୋଚକ

    ନ ଥିଲା ତା’ ମୁହେଁ ଆଉ ପଦେ କଥା, ସତେ କି ପାଲଟି ଗଲା ସେ ମୂକ?”

                ଏକଦା ସ୍ୱାମୀ ବିବେକାନନ୍ଦ ଲଣ୍ଡନ ଗସ୍ତରେ ଯାଇ ଥାଆନ୍ତି । ସେ ସବୁ ସଭା ସମିତିରେ ଭାଷଣ ପ୍ରସଙ୍ଗରେ ଇଣ୍ଡିଆର ଗୌରବ ବର୍ଣ୍ଣନା କରିବା ପାଇଁ କେବେହେଲେ ଭୁଲି ନ ଥାନ୍ତି ।

                ଦିନକର କଥା । ଏକ ସଭାରେ ସ୍ୱାମିଜୀ ଇଣ୍ଡିଆର ଗୌରବବର୍ଣ୍ଣନା କରିବା ବେଳେ ଜଣେ ଇଣ୍ଡିଆ ବିରୋଧୀ ସମାଲୋଚକ ଉଠିପଡି ସ୍ୱାମିଜୀଙ୍କୁ ପ୍ରଶ୍ନ କଲେ, “ସ୍ୱାମିଜୀ! ଆପଣ ତ ଖୁବ୍ ବଡବଡ କଥା କହୁଛନ୍ତି, ହେଲେ ଇଣ୍ଡିଆନ ହିନ୍ଦୁମାନେ ଆଜିଯାଏଁ କ’ଣ କରିପାରିଛନ୍ତି? ସେମାନେ ତ କାହିଁ ଏ ପର୍ଯ୍ୟନ୍ତ କୌଣସି ଦେଶ କି ଜାତି ଉପରେ ବିଜୟ ହାସଲ କରିପାରି ନାହାଁନ୍ତି?”


ଗପ ସାରଣୀ

ତାଲିକାଭୁକ୍ତ ଗପ