ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ

                ସେହି ସମାଲୋଚକଙ୍କ କଥାଟି ସ୍ୱାମିଜୀଙ୍କୁ ଭାରି ବାଧିଲା । ହେଲେ ସିଏ ତ ଆଉ ଛାଡିବା ଲୋକ ନୁହଁନ୍ତି, ଇଣ୍ଡିଆକୁ ଏଭଳି କଟୁ ସମାଲୋଚନା ସହିଥାନ୍ତେ ବା କିପରି? ସେଇଠୁ ସ୍ୱାମିଜୀ କ୍ରୋଧାନ୍ୱିତ ନ ହୋଇ ଧୀରସ୍ଥିର ତଥା ନମ୍ର ଭାବରେ ଜଣେ ଅବୁଝା ଲୋକକୁ ବୁଝାଇବା ଢଙ୍ଗରେ କହିଲେ, “ଆପଣ ପୁରାପୁରି ଠିକ୍ କଥା କହିଛନ୍ତି । ଇଣ୍ଡିଆନ ହିନ୍ଦୁମାନେ କାହାରିକୁ ଜୟ କରିପାରି ନାହାଁନ୍ତି ବୋଲି ନୁହେଁ, କୁହନ୍ତୁ ଯେ କେବେ ବି କାହାକୁ ସେମାନେ ଜୟ କରିପାରିବେ ନାହିଁ । ସତରେ ହିନ୍ଦୁଜାତ କେବେବି ଅନ୍ୟ ଜାତିର ରକ୍ତରେ ହୋଲି ଖେଳି ପୃଥିବୀକୁ ରକ୍ତରଂଜିତ କରି ନାହିଁ କି କରିବ ବି ନାହିଁ । ଏହାହିଁ ହିନ୍ଦୁଜାତି ଓ ତା’ଦେଶ ଇଣ୍ଡିଆର ଗୌରବ । ସେ ଅନ୍ୟ ଦେଶ ଉପରେ ଅଧିକାର କରିବ କାହିଁକି? ଏହାତ ଏକ ଅମାନୁଷିକ କାର୍ଯ୍ୟ ।”

                ପୁନଶ୍ଚ ସ୍ୱାମିଜୀ ଇଣ୍ଡିଆର ଗୌରବକୁ ଶତଗୁଣରେ ବଢାଇ ଦେବାଲାଗି କହିଲେ, “ଭଗବାନ୍ ତ ଇଣ୍ଡିଆକୁ ଦାତାର ମହିମାମୟ ଆସନରେ ବସାଇ ଦେଇଛନ୍ତି । ସୁତରାଂ ସେ ସବୁବେଳେ ଦେଇ ଶିଖିଛି, ମାତ୍ର କେବେ କାହାଠାରୁ ଛଡେଇ ନେବା କଥା ତାର ଜାତକରେ ବି ସୁଦ୍ଧା ନାହିଁ । ଏଇ ଦେଖୁନ, ଇଂରେଜମାନେ ସିନା ମୋ’ଦେଶକୁ ବଳପୂର୍ବକ ଛଡେଇ ନେଇ ବଳପୂର୍ବକ ଶାସନ କଲେ, ହେଲେ ଇଣ୍ଡିଆ ତା’ବଦଳରେ କଲା କଅଣ? ଅହିଂସା ଲଢେଇ କରି ତାକୁ ତଡିବା ଛଡା ଆଉ କିଛି କରିଛି କି? ସୁତରାଂ ଇଣ୍ଡିଆବାସୀ ଆପଣମାନଙ୍କ ଭଳି ରକ୍ତପିପାସୁ ଦସ୍ୟୁ ନୁହଁନ୍ତି । କେବଳ ସେଇଥିପାଇଁ ମୁଁ ମୋର ପୂର୍ବଜଙ୍କ ଗୌରବରେ ନିଜକୁ ଗୌରବାନ୍ୱିତ ମନେକରେ ।”

                ସେଦିନ ସ୍ୱାମୀ ବିବେକାନନ୍ଦଙ୍କର ଏଭଳି ଉତ୍ତର ସେହି ସଭାରେ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । ଜୋକ ମୁହଁରେ ଲୁଣ ଦେଲାପରି ସେହି ସମାଲୋଚକ ଜଣକ ସେହିଠାରେ ସତେ ଯେମିତି ମୂକ ପାଲଟି ଯାଇଥିଲେ ।

ସ୍ୱାର୍ଥ ଚିନ୍ତା ଯା’ର ନ ଥିଲା ତିଳେ

 “ସ୍କୁଲ ପିଲାଙ୍କୁ ସେ ଭଲପାଉଥିଲେ ନିଜ ପୁଅଝିଆରୁ ବଳି

ନଥିଲା ମନରେ ସ୍ୱାର୍ଥଚିନ୍ତା ତିଳେ ନିଜଘର ଛୁଆପିଲା ବୋଲି ।

ବିଦ୍ୟାଳୟେ ପୁରସ୍କାର ବିତରଣ ଚାଲିଥାଏ ଦିନେ ଧୁମ୍ଧାମେ

ଏତିକି ବେଳରେ ଖବର ମିଳିଲା ତାଙ୍କ ଝିଅ ନାହିଁ ଇହଧାମେ ।

ସଭାପତି ଭାବେ ସଭାରେ ସେଦିନ ଝିଅବାପା ଯୋଗେଇଦେଇଥିଲେ

ମୃତ୍ୟୁଖବରଟା ପାଇବି ତାଙ୍କର ମନରେ ନଥିଲା ଦୁଃଖ ତିଳେ ।

ଦୁଃସମ୍ବାଦ ପାଇ ସଭାସ୍ଥଳ ଛାଡି ଗଲେ ନାହିଁ ଜମା ଯେଉଁ ବ୍ୟକ୍ତି

ସିଏ ଥିଲେ ପୂଜ୍ୟ ଜାକିର୍ ହୋସେନ୍ ଆମ ପୂର୍ବତନ ରାଷ୍ଟ୍ରପତି ।”

ଦିଲ୍ଲୀର କୌଣସି ଏକ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ ବେଶ୍ ଧୁମଧାମ୍ରେ ପାଳିତ ହେଉଥାଏ । ପିଲାମାନଙ୍କର ଆନନ୍ଦ କହିଲେ ନ ସରେ । ସଭାରେ ଉପସ୍ଥିତ ସଭାପତି ବି ପିଲାଙ୍କର ଆନନ୍ଦ ଦେଖି ବିହ୍ୱଳିତ । ସଭାକାର୍ଯ୍ୟ ଯଥାରୀତି ଚାଲିଛି । ଶେଷରେ ପୁରସ୍କାର ବିତରଣ ହେବ । ପ୍ରତିଯୋଗୀଙ୍କର ନାମ ତାଲିକା ପଢାଯିବା କ୍ଷଣି ସେମାନଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା । ପୁରସ୍କାର ପାଇବା ପାଇଁ ପିଲାମାନେ ଚାହିଁ ବସିଥାନ୍ତି କେତେବେଳେ କାହାର ପାଳି ପଡିବ?


ଗପ ସାରଣୀ

ତାଲିକାଭୁକ୍ତ ଗପ