ଆମ୍ର ଜାତକ

       ଚାଣ୍ଡାଳ ବୋଧିସତ୍ୱ ଏକ ନୂତନ ମନ୍ତ୍ର ଜାଣିଥିଲେ । ତା’ବଳରେ ସେ ଅଦିନରେ ଗଛରେ ଆମ୍ବ ଫଳାଇ ପାରୁଥିଲେ । ସେ ନିତି ବଣକୁ ଆଙ୍କୁଡି ଓ ଟୋକେଇ ନେଇ ଯାଉଥିଲେ । ଆମ୍ବଗଛର ସାତପାଦ ଦୂରରେ ଠିଆହୋଇ ମନ୍ତ୍ର ପଢୁଥିଲେ । ତା’ପରେ ଆମ୍ବଗଛ ଉପରକୁ କିଛି ପାଣି ଛାଟିଦେଉଥିଲେ । ପାଣି ପଡିଲାମାତ୍ରେ ଗଛରେ ବଉଳ ଆସିଯାଉଥିଲା । ତା’ପରେ ଆମ୍ବ ଫଳି ପାଚିଯାଉଥିଲା । ବୋଧିସତ୍ୱ ସେଇ ଆମ୍ବଗୁଡିକ ତୋଳି ଘରକୁ ନେଇଆସୁଥିଲେ । ତାଙ୍କ ଘରେ ସମସ୍ତେ ସେ ଆମ୍ବ ଖାଉଥିଲେ । ଯାହା ବଳୁଥିଲା ତାକୁ ବିକିଦେଉଥିଲେ । ସେଇ ପଇସାରେ ତାଙ୍କର ଘର ଚଳୁଥିଲା ।

       ବ୍ରାହ୍ମଣ ଯୁବକ ସେ ଗାଁରେ ବୁଲିବାବେଳେ ଦେଖିଲା ଯେ, ଜଣେ ଚାଣ୍ଡାଳ ପାଚିଲା ଆମ୍ବ ବିକୁଚି । ଯୁବକ ଭାବିଲା – ଏ ଋତୁରେ ତ ଆମ୍ବ ଫଳେନି, ତେବେ ଏ ଲୋକ କେଉଁଠୁ ଆଣି ପାଚିଲା ଆମ୍ବ ବିକୁଚି? ଏ ଆମ୍ବଗୁଡିକ ପୁଣି କି ସୁନ୍ଦର ଦିଶୁଚି! ବାସନାରେ ସ୍ଥାନ ମହକାଇ ଦେଉଚି । ସେ ଭାବିଲେ – ଏ ଚାଣ୍ଡାଳ ନିଶ୍ଚୟ କିଛି ମନ୍ତ୍ର ଜାଣିଚି । ତା’ରି ବଳରେ ଆମ୍ବ ଫଳାଇ ପାରୁଚି । ଚାଣ୍ଡାଳଠାରୁ ସେ ମନ୍ତ୍ରଟା ଶିଖିବାକୁ ହବ । ଯେତେ କଷ୍ଟ ହେଉ ପଛକେ, ମୁଁ ନିଶ୍ଚୟ ସେଇ ମନ୍ତ୍ର ଶିଖିବି । ମନ୍ତ୍ରଟା ପାଇଗଲେ ମୋର ଆଉ ଦୁଃଖ ରହିବନି ।

       ମନରେ ଏପରି ଭାବି ଯୁବକ କିଛିଦିନ ପାଇଁ ସେଇ ଚାଣ୍ଡାଳ ଗାଁରେ ରହିଗଲେ । ସେ ଚାଣ୍ଡାଳ ରୂପରେ ଥିବା ବୋଧିସତ୍ୱଙ୍କର ସବୁ ଚଳଣି ଦେଖୁଥିଲା । ଯୁବକ ଦିନେ ଲୁଚିକରି ବଣକୁ ଗଲା । ବୋଧିସତ୍ୱ କିପରି ଆମ୍ବ ଫଳାଉଛନ୍ତି, ନିଜ ଆଖିରେ ତା’ ଦେଖିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ