ଆମ୍ର ଜାତକ

       ଯୁବକ ଗୁରୁଙ୍କ ପାଖକୁ ଗଲା । ତାଙ୍କ ଗୋଡ ତଳେ ପଡି କ୍ଷମା ମାଗିଲା । ଗୁରୁ କହିଲେ – “ମୁଁ ତ ତୁମକୁ ଆଗରୁ କହିଥିଲି ଯେ ମୋ ନାମ ଲୁଚାଇବ ନାହିଁ । ତୁମେ ବି ସତ୍ୟ କରିଥିଲ । ତୁମେ ମତେ ଗୁରୁ ବୋଲି ନକହିବା ଫଳରେ ତୁମ ନିଜର ହାନି କରିଚ – ମୋର କିଛି ହାନି ହୋଇନି । ତଥାପି ମୁଁ ତୁମକୁ କ୍ଷମାଦେଲି ।”

       ଯୁବକ ଅନେକ ମିନତି କରି ଗୁରୁଙ୍କୁ କହିଲା – “ଦୟାକରି ମନ୍ତ୍ରଟି ପୁଣି ଥରେ ମତେ ଶିକ୍ଷାଦିଅନ୍ତୁ । ରାଜା କହିଚନ୍ତି ଯେ, ମୁଁ ମନ୍ତ୍ର ଫେରିନପାଇଲେ ତାଙ୍କ ରାଜ୍ୟରେ ରହିପାରିବିନି । ମୁଁ ଆଉ କେବେ ଭୁଲ୍ କରିବିନି ।”

       ଗୁରୁ କହିଲେ – “ନା, ତା ଆଉ ହୋଇପାରିବନି । ତୁମକୁ ସେ ମନ୍ତ୍ର ଆଉ ମିଳିବନି ।”

       ଗୁରୁଙ୍କ କଥା ଶୁଣି ଯୁବକ ନିରାଶ ହେଲା । ସେ ମନ ଦୁଃଖରେ ବଣରେ ବୁଲିବାକୁ ଲାଗିଲା । ବୁଲିବୁଲି ଶେଷରେ ପ୍ରାଣହରାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ