ଇଏ ମଣିଷ ନା ଦେବତା

ହଜରତ୍ ଅବ୍ଦୁଲ୍ କାଦର ଜିଲାନୀ ଜଣେ ସମ୍ଭ୍ରାନ୍ତବଂଶୀୟ ପୁରୁଷ ଥିଲେ । ମାତ୍ର ତାଙ୍କର ଆଚରଣ ସାଧୁପ୍ରକୃତିର ଥିଲା ଓ ସେ ସମାଜର ମଙ୍ଗଳପାଇଁ ଲୋକମାନଙ୍କୁ ଦିଗ୍ଦର୍ଶନ ଦେଉଥିଲେ । ସୁତରାଂ ତାଙ୍କଠାରୁ ସୁଚିନ୍ତିତ ପରାମର୍ଶପାଇଁ ମଧ୍ୟ ଲୋକମାନେ ସବୁବେଳେ ଆସୁଥିଲେ ।

                ଥରେ ଜିଲାନୀଙ୍କ ପାଖକୁ କେତେକ ଲୋକ ଆସି ତାଙ୍କଠାରୁ ଧର୍ମୋପଦେଶ ଓ ପ୍ରବଚନ ଶୁଣିବା ପାଇଁ ଇଚ୍ଛା ପ୍ରକଟ କଲେ । ମାତ୍ର ହଜରତ୍ ନିଜେ ଉପଦେଶ ଦେବେ କ’ଣ, ଆଉ ଜଣେ ନାଁକରା ସନ୍ଥଙ୍କୁ ଏଥିଲାଗି ପଠାଇ ଦେବେ ବୋଲି କହି ସେମାନଙ୍କୁ ସେଠାରୁ ଫେରାଇଦେଲେ ।

                ଏହିଭଳି କେତେଦିନ ଚାଲିଗଲାଣି । ସେହି ଲୋକଙ୍କ ପାଖରେ କୌଣସି ସନ୍ଥ ନ ପହଁଚିବାରୁ ପୁଣି ଲୋକମାନେ ହଜରତ୍ଙ୍କୁ ଦେଖାକଲେ । ଏବେ ଲୋକମାନଙ୍କୁ ଦେଖି ପୁଣି ପୂର୍ବଭଳି ଠିକ୍ ସେହି କଥା ପଠାଇଦେବେ ବୋଲି କହିଲେ । ଏଥର ବି ଲୋକମାନେ ହଜରତ୍ଙ୍କ କଥାରେ ବିଶ୍ୱାସ କରି ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ