ଇଣ୍ଡିଆର ନଦନଦୀ ସରସ୍ୱତୀ

                କିନ୍ତୁ ଭାଇମାନେ ତା’କଥା କିଛି ବି ଶୁଣିଲେ ନାହିଁ । ହେଟା ସେଠାରୁ ଅଦୃଶ୍ୟ ହେବା ପରେ ସେମାନେ ତଳକୁ ଆସି ଦେଖିଲେ ତ୍ରିତ ତା’ ନିଜ ଥଳିଟି ଖାତ ମୁହଁରେ ପକାଇ ଦେଇ ଯାଇଛି । ସେମାନେ ସେ ଥଳିଟି ଧରି ତରବରରେ ସେଠାରୁ ଚାଲିଗଲେ । ତ୍ରିତର ଡାକ ଶୁଣି ମଧ୍ୟ ସେମାନେ ଶୁଣିଲେ ନାହିଁ । ଏଣେ ଯଜ୍ଞ ମୁହୂର୍ତ୍ତ  ପାଖେଇ ଆସୁଥାଏ । ତ୍ରିତ ବଡ ବ୍ୟାକୁଳ ହେଲା, କିନ୍ତୁ ସେ ଏବେ କରିବ ବା କ’ଣ? ତେବେ ସେ ଯେଉଁ ପରିସ୍ଥିତିରେ ଅଛି, ସେହି ପରିସ୍ଥିତିରେ ହିଁ ଯଜ୍ଞ କରିବାକୁ ସେ ମନସ୍ଥ କଲା । ଖାତ ଭିତରେ ଥିବା ଦୁର୍ବାଦଳକୁ ସେ ଅଗ୍ନି ବୋଲି ଧାରଣା କଲା । ଗୋଟାଏ ଗାତରେ ଥିବା ସାମାନ୍ୟ ପାଣିକୁ ସେ ଘୃତ ବୋଲି ଜ୍ଞାନ କଲା । ତେଣେ ଦୁଇ ବଡ ଭାଇ ଅନ୍ୟ ଏକ ସ୍ଥାନରେ ଯଜ୍ଞର ଆୟୋଜନ କଲେ । ପାଖ ଗାଁରୁ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ସେମାନେ ମନ୍ତ୍ର ଉଚ୍ଚାରଣ କରି ଆହୁତି ଦେଲେ । କିନ୍ତୁ ସେମାନଙ୍କ ମନରେ କୌଣସି ଶ୍ରଦ୍ଧା ବା ଭକ୍ତି ନଥିଲା । ମନ୍ତ୍ର ମଧ୍ୟ ଶୁଦ୍ଧ ଭାବରେ ସେମାନେ ଉଚ୍ଚାରଣ କରିପାରୁ ନଥିଲେ । ତେଣୁ ସେମାନଙ୍କ ଯଜ୍ଞ ନିଷ୍ଫଳ ହେଲା ।

ତ୍ରିତର ଶ୍ରଦ୍ଧା ଭକ୍ତିରେ ମୁଗ୍ଧ ହୋଇ ତା’ ଆଗରେ କିନ୍ତୁ ଦେବତାମାନେ ପ୍ରତ୍ୟକ୍ଷ ହେଲେ ଓ ତାକୁ ବର ମାଗିବାକୁ କହିଲେ । ତା’ପରେ ସେ ତ୍ରିତ କରଯୋଡି କହିଲା, ସେ ଖାତରେ ଥିବା ଜଳ ଯେପରି ଯଜ୍ଞର ଉପଯୁକ୍ତ ହେଲା ଭଳି ପବିତ୍ର ହୁଏ । ତା’ର ଯାହା ହେଲେ ମଙ୍ଗଳ ହେବ, ଦେବତାମାନେ ହିଁ ତାକୁ ସେ ବର ଦିଅନ୍ତୁ – ଏହାହିଁ ହେଲା ତା’ର ବକ୍ତବ୍ୟ । ହଠାତ୍ ବିପୁଳ ଜଳରାଶି ସେ ଖାତରୁ ନିର୍ଗତ ହୋଇ ତ୍ରିତକୁ ଖାତ ଉପରକୁ ଉଠାଇ ଦେଲା । ତା’ପରେ ଉଚ୍ଛଳ ଜଳଧାରା ନଦୀ ରୂପରେ ସେଠାରୁ ପ୍ରବାହିତ ହେବାକୁ ଲାଗିଲା । ଏହି ନଦୀର ନାମ ହେଲା ସରସ୍ୱତୀ । ତ୍ରିତ ତା’ ନିଜ ତପସ୍ୟା ବଳରେ ସରସ୍ୱତୀ ନଦୀକୁ ଭୁଗର୍ଭରୁ ବାହାରକୁ ଆଣି ପାରିଥିବା ହେତୁ ଗଭୀର ସନ୍ତୋଷ ଅନୁଭବ କଲା । ବୈଦିକ ଯୁଗର ଋଷିମାନେ ସରସ୍ୱତୀ ନଦୀକୁ କେତେ ପ୍ରକାରେ ବନ୍ଦନା କରିଛନ୍ତି । ଏହି ପବିତ୍ର ନଦୀ କୂଳରେ କେତେ ଋଷି ତପସ୍ୟା କରିଛନ୍ତି । କାଳକ୍ରମେ ସରସ୍ୱତୀ ନଦୀ ଭୁପୃଷ୍ଠରୁ ଅନ୍ତର୍ହିତ ହୋଇ ଭୁଗର୍ଭରେ ରହିଲେ । ଏଲାହାବାଦ ନିକଟବର୍ତ୍ତୀ ପ୍ରୟାଗଠାରେ ସରସ୍ୱତୀ ଗଙ୍ଗା ଓ ଯମୁନା ସହ ଏକତ୍ର ହୋଇଛନ୍ତି । ସେ ପୁଣ୍ୟ ସ୍ଥାନକୁ ତ୍ରିବେଣୀ ସଙ୍ଗମ କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ