ଇଲ୍ଲିସସେଠ୍ ଜାତକ

       ସେଇଆ ହେଲା । ରାଜା ଭଣ୍ଡାରୀକୁ ଡକାଇ ଆଣିଲେ । ଭଣ୍ଡାରୀ ଆସି ଦି’ଜଣଙ୍କର ମୁଣ୍ଡ ଦେଖିଲା । ଦୁହିଁଙ୍କ ମୁଣ୍ଡରେ ଏକା ଭଳି ଭାତୁଡି ଥିଲା । ତେଣୁ କିଏ ଅସଲ ଇଲ୍ଲିସ ଭଣ୍ଡାରି ତା କହିପାରିଲାନି ।

       ଇଲ୍ଲିସ ସେଠ୍ର ସବୁ ଆଶା ମଉଳିଗଲା । ତା’ର ମୁଣ୍ଡ ଘୂରିଗଲା । ସେ ଚେତା ହରାଇ ତଳେ ପଡିଗଲା । ଲୋକମାନେ ତା ମୁହଁରେ ପାଣି ଛିଂଚିବାରୁ ତା’ର ଚେତା ଫେରିଆସିଲା । ଏହା ପରେ ଇନ୍ଦ୍ର ଆକାଶକୁ ଉଠିଗଲେ । ସେ ଶୂନ୍ୟରେ ଥାଇ କହିଲେ – “ହେ ରାଜା ! ମୁଁ ଇଲ୍ଲିସ ନୁହେଁ । ଯିଏ ଚେତା ହରାଇ ପଡିଥିଲା ସେ ପ୍ରକୃତ ଇଲ୍ଲିସ । ମୁଁ ତା’ର ବାପା । ମୁଁ ଏବେ ସ୍ୱର୍ଗରେ ଇନ୍ଦ୍ରପଦ ପାଇଚି । ମୁଁ ମୋର ପୁଅକୁ ଭଲ ବାଟକୁ ଆଣିବା ପାଇଁ ତା ବେଶ ଧରି ମର୍ତ୍ୟକୁ ଆସିଥିଲି । ମୁଁ ଆପଣଙ୍କ ପାଖକୁ ଯାଇଥିଲି । ମୁଁ ସବୁ ଧନସମ୍ପତ୍ତି ବାଂଟିଦେଇଥିଲି ।”

       ତା ପରେ ଇନ୍ଦ୍ର ପୁଅ ଇଲ୍ଲିସକୁ କହିଲେ – “ତୁ ଏସବୁ ଧନ ଅର୍ଜନ କରି ନଥିଲୁ । ସବୁ ଧନ ମୋର । ମୁଁ ଥିବାବେଳେ ଗରିବମାନଙ୍କୁ ଦୟା କରୁଥିଲି । ସେମାନଙ୍କୁ ଖାଇବାକୁ ଦେଉଥିଲି । ଅତିଥିମାନଙ୍କ ପାଇଁ ଘର ତୋଳାଇଥିଲି । ରୋଗୀମାନଙ୍କୁ ଔଷଧ ବାଂଟୁଥିଲି । ସେଥିପାଇଁ ମୁଁ ଏବେ ସ୍ୱର୍ଗରେ ଇନ୍ଦ୍ର ହୋଇ ବସିଚି । ତୁ ମୋର ପୁଅ ହୋଇ କ’ଣ କଲୁ? ତୁ କୃପଣ ହୋଇ କାହାରିକୁ କଉଡିଟିଏ ବି ଦେଲୁନି । ଗରିବମାନଙ୍କୁ ଘରୁ ତଡିଦେଲୁ । ତୋ ପାଖରେ ଥିବା ଧନର କି ମୂଲ୍ୟ ଅଛି? ଯେଉଁ ଧନ କାହାରି କାମରେ ନଲାଗେ, ସେ ଧନ ରଖି ଲାଭ କ’ଣ? ତୁ ଏବେ ଧର୍ମ କାର୍ଯ୍ୟକର, ଗରିବମାନଙ୍କୁ ଦାନକର । ତାହା କଲେ ତୋର ମଙ୍ଗଳ ହବ । ମୃତ୍ୟୁପରେ ତୁ ମୋ ପରି ସ୍ୱର୍ଗରେ ରହିବୁ ।”

       ଇନ୍ଦ୍ରଦେବତା ଏହା କହି ଉଭାନ ହୋଇଗଲେ । ସେଇଦିନଠାରୁ ଇଲ୍ଲିସ ସେଠ୍ର ମନ ବଦଳିଗଲା । ସେ ଭଲକାମ କରିବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ