ଉକୁଣୀ ଓ ଛାରପୋକ କଥା

       ଛାରପୋକର କାକୁତି ମିନତି ଶୁଣି ଉକୁଣୀ ମନରେ ଟିକିଏ ଦୟା ହେଲା । ସେ କହିଲା, “ତା’ ହେଲେ ଠିକ୍ ଅଛି ରହ । ହେଲେ ଯେତେବେଳେ ଇଚ୍ଛା ସେତେବେଳେ ରାଜାଙ୍କୁ କାମୁଡିବୁନି । ଯେ ପର୍ଯ୍ୟନ୍ତ ରାଜା ନିଘୋଡ ନିଦରେ ନ ଶୋଇଛନ୍ତି, ସେପର୍ଯ୍ୟନ୍ତ ତାଙ୍କ ପାଖ ମାଡିବୁନି । ରାଜା ଶୋଇ ପଡିଲା ପରେ ଆସ୍ତେ କରି ଟିକିଏ କାମୁଡି ଦେବୁ ।”

       ଛାରପୋକ ଉକୁଣୀ କଥାରେ ରାଜି ହେବାରୁ ତା’ ଘରେ ରହିଲା । ସେଦିନ ରାତିରେ ରାଜା ଖାଇପିଇ ଆସି ଶୋଉ ଶୋଉ ଛାରପୋକ ତାଙ୍କ ରକ୍ତର ବାସନା ପାଇଗଲା । ସେ ଲୋଭ ସମ୍ଭାଳି ନ ପାରି ତରବରିଆ ହୋଇ ରାଜାଙ୍କ ପାଖକୁ ଚାଲିଗଲା । ଉକୁଣୀ ଏତେ ସତର୍କ କରି କହିଥିଲେ ମଧ୍ୟ ସେ ସବୁକଥା ଭୁଲିଯାଇ ଛାରପୋକ ରାଜାଙ୍କୁ ରଟ୍ କରି କାମୁଡି ଦେଲା । ରାଜା ଚିତ୍କାର କରି କହିଲେ, “ଇରେ, ମୋତେ କ’ଣ ଗୋଟିଏ କାମୁଡି ଦେଲାରେ ।” ସାଂଗେ ସାଂଗେ ରାଜା ଶେଯରୁ ଉଠି ପଡିଲେ । “ ଶେଯରେ କ’ଣ ଅଛି ଦେଖ, ଦେଖ ” ବୋଲି ଛାମୁଘରିଆମାନେ ଦଉଡି ଆସିଲେ । ସେମାନଙ୍କର ପାଟିଗୋଳ ଶୁଣି ଛାରପୋକ ସେ ଜାଗା ଛାଡି ପଳାଇଗଲା । ଉକୁଣୀ ବିଚରା ଏକଥା ଜାଣି ନ ଥିଲା । ରାଜାଙ୍କ ଛାମୁଘରିଆମାନେ ଶେଯ ଝାଡି ବଛାବଛି କଲା ପରେ ଉକୁଣୀ ଧରାପଡିଗଲା । ତାକୁ ନବ ଖଣ୍ଡ କରି ମାରିଦେଲେ ।

       ଛାରପୋକ ପରି ଦୁର୍ବଳ ସାଙ୍ଗରେ ରହି ଉକୁଣୀ ବିଚରା ଜୀବନରୁ ଗଲା । ଏଣୁ ଯଥାର୍ଥରେ କୁହାଯାଏ ।

       “ ଦୁର୍ଜ୍ଜନ ସଂଗେ କଲେ ବାସ ନିଶ୍ଚେ ଘଟିବ ସର୍ବନାଶ । ”


ଗପ ସାରଣୀ

ତାଲିକାଭୁକ୍ତ ଗପ