ଉଦାରତା

ଲୁବ୍ଧ ବର୍ମା ବନ୍ଧୁଙ୍କୁ ଦେଖି ଅନୁତାପ କଲେ । କୋହକୁ ରୋକି ନପାରି ଖାଲି ବିକଳ ହୋଇ ସେ କାନ୍ଦିଲେ । ବିଭିନ୍ନ ଦେଶରେ ଲୁଚାଇ ରଖିଥିବା ସମ୍ପତ୍ତି ଏବଂ ତାହାକୁ ବ୍ୟବହାର କରି ବନ୍ଧୁଙ୍କଠାରୁ ଅଧିକ ଯଶ ଖ୍ୟାତି ହାସଲ କରିବାର ଯୋଜନା ସବୁଦିନ ପାଇଁ ଶେଷ ହେବାକୁ ଯାଉଥିଲା । ସେ କୌଣସି କାର୍ଯ୍ୟ କରିବାକୁ ସମର୍ଥ ନଥିଲେ ।

ନିଲା ବର୍ମା ମଧ୍ୟ ବନ୍ଧୁଙ୍କର ଅସହାୟତା ଦେଖି ଭୋ ଭୋ ହୋଇ କାନ୍ଦିଲେ । ପ୍ରିୟ ବନ୍ଧୁଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କର ମନ ମଧ୍ୟ ବ୍ୟାକୁଳ ହୋଇ ଉଠିଲା ।

ଚିକିତ୍ସକମାନେ ଲୁବ୍ଧ ବର୍ମାଙ୍କର ଚିକିତ୍ସା ଆରମ୍ଭ କଲେ । ଫଳରେ ଖୁବ୍ ଶୀଘ୍ର ଲୁବ୍ଧ ବର୍ମା ସୁସ୍ଥ ହୋଇଗଲେ । ହାତ, ପାଦ ଉପରେ ସେ ନିୟନ୍ତ୍ରଣ ଫେରିପାଇଲେ । କଥା କହିବାକୁ ମଧ୍ୟ ସମର୍ଥ ହେଲେ । ଏହାପରେ ସେ ତୁରନ୍ତ ନିଲା ବର୍ମା ପାଖକୁ ଖବର ପଠାଇଲେ । ସେ ତାଙ୍କୁ କହିଲେ ଯେ ବିଦେଶ ଭୂମିରେ ସେ ପ୍ରଚୁର ଅର୍ଥ ଲୁଚାଇ ରଖିଛନ୍ତି । ବର୍ତ୍ତମାନ ସେ ଚାହାଁନ୍ତି ତାଙ୍କର ସେହି ଅର୍ଥରେ ସେହି ଦେଶର ଲୋକମାନଙ୍କ ପାଇଁ ଚିକିତ୍ସାଳୟ ନିର୍ମାଣ କରାଯାଉ ।

ନିଲା ବର୍ମା ତାଙ୍କ ବନ୍ଧୁ ଲୁବ୍ଧ ବର୍ମାଙ୍କ ଏପରି ପରିବର୍ତ୍ତନ ଦେଖି ମନେ ମନେ ଖୁବ୍ ଆନନ୍ଦିତ ହେଲେ । ସେ ପ୍ରତିଶୃତି ଦେଲେ ଯେ ବନ୍ଧୁଙ୍କର ଇଚ୍ଛା ଅନୁଯାୟୀ ସମସ୍ତ କାର୍ଯ୍ୟ କରିବେ । ସେ ଆଗ୍ରହର ସହିତ ପ୍ରତିଶ୍ରୁତି ପାଳନ ମଧ୍ୟ କଲେ । ନିଲା ବର୍ମାଙ୍କ ପରି ଖୁବ୍ କମ୍ ସମୟରେ ଲୁବ୍ଧ ବର୍ମାଙ୍କର ଯଶ ଖ୍ୟାତି ମଧ୍ୟ ଚାରିଆଡେ ବ୍ୟାପିଗଲା । ଲୁବ୍ଧ ବର୍ମା ଆନନ୍ଦିତ ହେଲେ । ପୁଅମାନଙ୍କ ସାହାଯ୍ୟରେ ସେ ତାଙ୍କର ମାତୃଭୂମିରେ ମଧ୍ୟ ବ୍ୟବସାୟ କରିବା ସହିତ ବହୁ ଦାତବ୍ୟ କାର୍ଯ୍ୟକଳାପରେ ସାମିଲ ହେଲେ । ଏହିପରି ଭାବରେ ସେ ତାଙ୍କ ଅବଶିଷ୍ଟ ଜୀବନ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ବିନିଯୋଗ କରି ବିତାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ