ଉପକାରକୁ ଭୁଲିବ କେମିତି?

ଦିନେ ଚାଲୁ ଚାଲୁ ପିମ୍ପୁଡିର ଗୋଡ ହଠାତ୍ ଖସିଗଲା । ତା’ପରେ ସେ ସିଧା ପାଣିରେ ପଡିଗଲା । ଠିକ୍ ଏହି ସମୟରେ ଚଢେଇଟି ଗଛରେ ବସି ଦେଖୁଥିଲା । ଏହା ଦେଖି ସେ ଚଢେଇଟି ଗୋଟିଏ ପତ୍ର ପାଣିରେ ପକେଇ ଦେଲା । ଫଳରେ ପିମ୍ପୁଡି ପତ୍ର ଉପରକୁ ଚଢିଯାଇ ନିଜର ପ୍ରାଣ ବଂଚାଇ ଦେଲା । ଚଢେଇ ଯଦି ସେ ପତ୍ରଟି ପକାଇ ନ ଥାଆନ୍ତା ତାହାହେଲେ ପିମ୍ପୁଡି ପାଣିରେ ବୁଡିମରି ଯାଇଥାଆନ୍ତା । କିଛିଦିନ ପରେ ସେ ପିମ୍ପୁଡି ଦେଖିଲା ଯେ, ଜଣେ ଶିକାରୀ ସେହି ଚଢେଇକୁ ତୀର ମାରିବାକୁ ଯାଉଛି । ତେଣୁ ସେ ହଠାତ୍ ଯାଇ ଶିକାରୀର ଗୋଡକୁ ରଟ୍କରି କାମୁଡି ଦେଲା । ଏଥିରେ ଶିକାରୀର ହାତ ଟିକେ ଚହଲିଗଲା ଓ ତୀର ଆଉ ସେ ଚଢେଇ ଦେହରେ ବାଜିଲା ନାହିଁ । ଚଢେଇଟି ବିଚରା ବଂଚିଗଲା ।

କାହାର ଉପକାରକୁ କେହି ବି ଭୁଲି ପାରେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ