ଋଷି ଓ ମୂଷା କନିଆଁ କଥା

ଥରେ ଗୋଟିଏ ଚିଲ ଗୋଟିଏ ମୂଷାଛୁଆକୁ ଥଂଟରେ ଧରି ଉଡିଯାଉଥିବା ସମୟରେ, ମୂଷାଛୁଆଟି କୌଣସି ପ୍ରକାରେ ଚିଲ ଥଂଟରୁ ଖସି ଆସି ଋଷି ତର୍ପଣ କରୁଥିବା ସମୟରେ ଆଞ୍ଜୁଳାରେ ପଡିଗଲା । ମୂଷାଛୁଆର ଅବସ୍ଥା ଦେଖି ଋଷିଙ୍କ ମନରେ ଦୟା ହେଲା । ସେ ତାକୁ ମନ୍ତ୍ରପାଣି ଛିଂଚି ଗୋଟିଏ ସୁନ୍ଦରୀ ଝିଅରେ ପରିଣତ କରିଦେଲେ । ତା’ ପରେ ନିଜ ଆଶ୍ରମକୁ ନେଇ ଲାଳନ ପାଳନ କଲେ । ଆଶ୍ରମରେ ରହି ଝିଅଟି କ୍ରମେ କ୍ରମେ ଯୁବତୀରେ ପରିଣତ ହେଲା । ସେ ଝିଅଟିର ବିବାହ ବୟସ ହେବାରୁ ଋଷି ତା’ ପାଇଁ ବର ଖୋଜିଲେ । ଋଷି ତାଙ୍କ କନ୍ୟାଟିକୁ ସବୁଠାରୁ ବଳଶାଳୀ ବରହାତରେ ଟେକି ଦେବାକୁ ଚାହୁଁଥିଲେ । ଋଷିଙ୍କ ମତରେ ସୂର୍ଯ୍ୟଦେବ ସବୁଠାରୁ ଶକ୍ତିଶାଳୀ ଅଟନ୍ତି ।

       ତେଣୁ ସେ ମନେ ମନେ ସୂର୍ଯ୍ୟଦେବଙ୍କୁ ସ୍ମରଣ କଲେ । ସୂର୍ଯ୍ୟଦେବ ଆସି ପହଁଚିଲେ । ଋଷି କହିଲେ, “ ହେ ସୂର୍ଯ୍ୟଦେବ! ମୁଁ ମୋର ଝିଅଟିକୁ ସବୁଠାରୁ ଶକ୍ତିଶାଳୀ ବର ହାତରେ ଅର୍ପଣ କରିବାକୁ ଇଚ୍ଛା କରୁଛି । ତୁମଠାରୁ ଅଧିକ ବଳବାନ୍ ହୋଇ ଆଉ କେହି ନ ଥିବାରୁ ତୁମେ ହିଁ ଏ କନ୍ୟାକୁ ବିବାହ କର । ”

         ଏ କଥା ଶୁଣି ସୂର୍ଯ୍ୟଦେବ କହିଲେ, “ ଋଷିବର! ମେଘଦେବତା ଆକାଶରେ ଉଠିଲେ, ସେ ମୋତେ ଢାଙ୍କି ଦିଅନ୍ତି । ଗୋଟିଏ ମିନିଟ୍ ମଧ୍ୟରେ ମୋର ପରାକ୍ରମ ଉଭାନ୍ ହୋଇଯାଏ । ତେଣୁ ମେଘ ମୋଠାରୁ ଅଧିକ ବଳବାନ୍ । ଆପଣ ତାଙ୍କରି ହାତରେ କନ୍ୟାଦାନ କରନ୍ତୁ । ”


ଗପ ସାରଣୀ

ତାଲିକାଭୁକ୍ତ ଗପ