ଋଷି ଓ ମୂଷା କନିଆଁ କଥା

       ତା’ ପରେ ଋଷି ସୂର୍ଯ୍ୟଙ୍କୁ ଛାଡି ମେଘ ଦେବତାଙ୍କୁ ସ୍ମରଣ କଲେ । ମେଘଦେବତା ଆସି ପହଁଚିଲେ । ତା’ ପରେ ମୁନି କହିଲେ, “ ହେ ମେଘରାଜ! ତୁମେ ସବୁଠାରୁ ଅଧିକ ବଳବାନ୍ । ତୁମେ ମୋ ଝିଅକୁ ବିବାହ କର । ” ଏ ପ୍ରସ୍ତାବ ଶୁଣି ମେଘଦେବତା କହିଲେ, “ ହେ ମୁନିବର ! ମୁଁ କି ବଳବାନ୍ । ପବନ ଚାହିଁଲେ ମୋତେ କ୍ଷଣିକ ମଧ୍ୟରେ ଆକାଶର ଏ ମୁଣ୍ଡରୁ ସେ ମୁଣ୍ଡକୁ ଠେଲି ଦିଅନ୍ତି । ମୁଁ ତାଙ୍କ ହାତରେ ଖେଳନାପରି । ତେଣୁ ପବନ ଦେବତା ମୋଠାରୁ ଶହେ ଗୁଣରେ ବଳିୟାନ୍ । ”

       ଏହା ଶୁଣି ଋଷି ପବନଦେବତାଙ୍କୁ ଡାକି କହିଲେ, “ ହେ ପବନଦେବତା ! ସତରେ ତୁମେ ହିଁ ବଳବାନ୍ ! ତୁମେ          ମୋର କନ୍ୟାକୁ ବିବାହ କର । ” ବାୟୁଦେବତା କହିଲେ, “ ମୋର ଏତେ ବଳ ଥିଲେ କ’ଣ ହେବ? ଏହି ଯେଉଁ ହିମାଳୟ ପର୍ବତ ଦେଖୁଛନ୍ତି, ତାଙ୍କୁ ମୁଁ ଜୀବନକାଳ ମଧ୍ୟରେ ଥରେ ହେଲେ ମଧ୍ୟ ହଲାଇ ପାରିଲି ନାହିଁ । ପର୍ବତ ପାଖରେ ମୋର ବଳ କ୍ଷୟ ହୋଇଯାଏ । ତେଣୁ ପ୍ରକୃତରେ ପର୍ବତଦେବତା ମୋଠାରୁ ବହୁତ ବଳବାନ୍ ଅଟନ୍ତି । ”

       ଋଷି ଚିନ୍ତା କଲେ ପ୍ରକୃତରେ ଏ କଥାଟି ସତ୍ୟ ଅଟେ । ତେଣୁ ସେ ଯାଇ ହିମାଳୟ ନିକଟରେ କନ୍ୟା ବିବାହର ପ୍ରସ୍ତାବ ଦେଲେ । ଏ କଥା ଶୁଣି ହିମାଳୟ କହିଲା, “ ମୁନିଶ୍ରେଷ୍ଠ ! ମୁଁ ପବନଦେବତାଙ୍କଠାରୁ ଅଧିକ ସତ ! ମାତ୍ର ମୋଠାରୁ ମଧ୍ୟ ବଳଶାଳୀ ଅଛନ୍ତି । ” ଋଷି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ ତୁମଠାରୁ ଆଉ କିଏ ବଳଶାଳୀ ଅଛି? ”

       ହିମାଳୟ କହିଲେ, “ ବଳ ଓ ଶକ୍ତିରେ ମୁଁ ସମସ୍ତଙ୍କୁ ପରାଜିତ କଲି । ହେଲେ ଗାତୁଆ ମୂଷାମାନଙ୍କୁ ପରାଜିତ କରି ପାରିଲି ନାହିଁ । ସେମାନଙ୍କର ଶକ୍ତି ମୋ ଶକ୍ତିଠାରୁ ଅଧିକ ହୋଇ ଥିବାରୁ ସେମାନେ ମୋ ଶରୀରରେ ଗାତ କରିପକାଉଛନ୍ତି । ” ଦେବତାମାନଙ୍କଠାରୁ ସବୁକଥା ଶୁଣି ଋଷି ଚିନ୍ତା କଲେ, ମୂଷା ହିଁ ଏ କନ୍ୟାର ଉପଯୁକ୍ତ ବର । ତେଣୁ ଋଷି ଯାଇ ଗୋଟିଏ ଗାତୁଆ ମୂଷାକୁ କହିଲେ, “ ମୂଷିକରାଜ ! ତୁମେ ହିଁ ଏ କନ୍ୟାର ଉପଯୁକ୍ତ ପାତ୍ର ଅଟ । ତେଣୁ ତୁମେ କନ୍ୟାଟିକୁ ବିବାହ କର । ” ଏତେ ସୁନ୍ଦର ଝିଅକୁ ଦେଖି ମୂଷା ଆଶ୍ଚର୍ଯ୍ୟ ହୋଇ କହିଲା, “ ଏ ତ ବଡ ମଣିଷ । ମୋର ଏତେ ଛୋଟ ଗାତରେ ରହିବ କିପରି? ” ଋଷି ମୂଷିକରାଜାଙ୍କୁ କହିଲେ, “ ତୁମେ ସେଥି ପାଇଁ ଆଦୌ ଚିନ୍ତା କର ନାହିଁ । ମୁଁ ଏ କନ୍ୟାକୁ ମୂଷାରୁ ମଣିଷ କରିଥିଲି । ତାକୁ ପୁଣି ମୁଁ ମୂଷା କରିଦେବି । ” ଏହା କହି ମନ୍ତ୍ରପାଣି ବଳରେ ମଣିଷରୁ କନ୍ୟାଟିକୁ ମୂଷାକରି ଦେଲେ । ମୂଷିକରାଜ ଦେଖି ବହୁତ ଖୁସି ହେଲେ । ମୂଷାକନ୍ୟାଟିର ହାତଧରି ମୂଷିକରାଜ ସମ୍ମାନେ ଗାତ ଭିତରକୁ ନେଇଗଲେ । ଋଷି ଏହା ଦେଖି ବହୁତ ଖୁସି ହେଲେ ।

       ଯାହାର ଗୁଣ, ପ୍ରକୃତି ଯାହା ଥାଉନା କାହିଁକି । ସେ ଯେତେ ଯାହା କଲେ ମଧ୍ୟ ପୂର୍ବଗୁଣକୁ କେବେ ମଧ୍ୟ ଭୁଲିପାରେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ