ଏକତାର ମନ୍ତ୍ର

ଇଣ୍ଡିଆ ପରାଧୀନ ଥିବା ବେଳର ଘଟଣା । ସେତେବେଳେ ଗୋରା ଶାସନ କବଳରୁ ଇଣ୍ଡିଆକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ମୁଣ୍ଡ ଟେକୁଥାଏ । ଏକ ପକ୍ଷରେ ଚରମପନ୍ଥୀ ଓ ଅନ୍ୟ ପକ୍ଷରେ ନରମପନ୍ଥୀ । ସଶସ୍ତ୍ର ଆନ୍ଦୋଳନ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ତଡିବା ଚରମପନ୍ଥୀମାନଙ୍କର ଲକ୍ଷ୍ୟ ଥିଲା । ମାତ୍ର ଗାନ୍ଧିଜୀ ଥିଲେ ନରମପନ୍ଥୀ ନେତା, ଯିଏ କି ଅହିଂସା ଆନ୍ଦୋଳନ ମାଧ୍ୟମରେ ହିଁ ଦେଶକୁ ସ୍ୱାଧୀନ କରିବାକୁ ଚାହୁଁଥିଲେ ।

ମହାନ୍ ବିପ୍ଳବୀ, କ୍ରାନ୍ତିକାରୀ ନେତାଙ୍କ ଭିତରେ ଥିଲେ ସୁଭାଷଚନ୍ଦ୍ର ବୋଷ, ଯିଏ ଚାହୁଁଥିଲେ ଅସ୍ତ୍ରର ଜବାବ ଅସ୍ତ୍ରରେ ହିଁ ଦିଆଯିବା ଉଚିତ୍ । ସୁତରାଂ ସେ ଗଠନ କରିଥିଲେ ଏକ ଲଢୁଆ ବାହିନୀ ଯାହାକି ଆଜାଦ୍-ହିନ୍ଦ୍-ଫୌଜ୍ ନାମରେ ନାମିତ ଥିଲା ।

ସେହି ଫୌଜ ପାଇଁ ନେତାଜୀ ସବୁ ନୂଆ ନୂଆ ଯୁବକଙ୍କୁ ଗ୍ରହଣ କରୁଥାନ୍ତି । ଆଉ ସେହି ଯୁବକମାନେ ମଧ୍ୟ ନୂତନ ଉଦ୍ଦୀପନା, ଉତ୍ସାହରେ ନିଜ ପ୍ରାଣକୁ ବିସର୍ଜନ କରି ଦେଶକୁ ମୁକ୍ତ କରିବା ସଂକଳ୍ପରେ ଯୋଗ ଦେଉଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ