ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ

ଏହା ଅସାଧ୍ୟ ସାଧନରେ ସହାୟକ ହୋଇଥାଏ । ଆଉ ଦ୍ୱିତୀୟଟି – ଜଣେ ସାଧାରଣ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତି ତନୁ ମନ ଲଗାଇ ଏକାଗ୍ରତାର ସହିତ ଧୈର୍ଯ୍ୟ ଧରି ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସେ ସଫଳତା ପାଇଥାଏ । ଉପରକୁ ଅତି କଠିନ, ଦୁରୂହ ଜଣାଯାଉଥିବା କାର୍ଯ୍ୟଟି ମଧ୍ୟ ଖୁବ୍ ସହଜରେ ହୋଇଯାଏ । ସେହି ମର୍ମରେ ବିଚାର କଲେ ଜଣାଯିବ ଯେ, ମୋ ପାଖରେ ସେଭଳି କିଛି ଅସାଧାରଣ ପ୍ରତିଭା ନାହିଁ । ମାତ୍ର ମୋ’ଠାରେ କାମ କରିବାର ନିଷ୍ଠା ରହିଛି, ଯାହା କି ମୋତେ ଆଜି ଏହି ପଦବୀରେ ଅଧିଷ୍ଠିତ କରିପାରିଛି ।

                ସୁତରାଂ ସାଧାରଣ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତିମାନେହିଁ ଧୈର୍ଯ୍ୟକଠିନ ଅଧ୍ୟବସାୟ ଓ ଏକାଗ୍ରତା ଦ୍ୱାରା ଅସାଧାରଣ ସଫଳତା ହାସଲ କରିପାରନ୍ତି । ଆଉ ଗୋଟେ କଥା ସବୁବେଳେ ମନେ ରଖିବାକୁ ହେବ ଯେ, ସାଧନା ଭିତରେ ହିଁ ସଫଳତା ଲୁଚି ରହିଥାଏ । ଅନ୍ୟର ସାହାଯ୍ୟ ନ ଲୋଡି ଯେଉଁମାନେ ନିଜ ଶକ୍ତିର ସମ୍ପୂର୍ଣ୍ଣ ବିନିଯୋଗ କରିଥାନ୍ତି ପ୍ରକୃତରେ ସେଇମାନେ ହିଁ ସଫଳତା ପ୍ରାପ୍ତିର ହକ୍ଦାର । ଉତ୍ତରାଧିକାରୀ ସୂତ୍ରରେ ଯେ କେହି ବି ଧନୀ ହୋଇପାରନ୍ତି, କିନ୍ତୁ ପ୍ରତିଭାବାନ୍ ହୋଇପାରିବେ ନାହିଁ । କଠିନ ପରିଶ୍ରମ କରିବାର ଇଚ୍ଛା ତଥା ସାମର୍ଥ୍ୟରୁ ହିଁ ଏହି ପ୍ରତିଭାର ଜନ୍ମ । ଆଉ ପ୍ରତିଭାବାନ୍ ବ୍ୟକ୍ତିର ପ୍ରତିଭାରେ କିଛି ଲୋକ ପ୍ରଭାବିତ ହୋଇଥାନ୍ତି । ସୁତରାଂ ପ୍ରତିଭାଧର ବ୍ୟକ୍ତିଙ୍କର ଶ୍ରେଷ୍ଠ ଯୋଗ୍ୟତା ହେଲା ସେ ନିଜ ପଥକୁ ନିଜେ ଆଲୋକିତ କରି ଅଗ୍ରସର ହେବା ସହିତ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇଥାନ୍ତି ସେଇ ପଥରେ ଯିବାପାଇଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ