ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ

       କିଛି ସମୟ ପରେ ସନ୍ନ୍ୟାସୀ ଜଣକ ସେନାପତିଙ୍କ ହାତରୁ ବନ୍ଧୁକ ଆଣି ଗୋଟିଏ ଗୁଳିରେ ଲେମ୍ବୁଟିକୁ ଖସାଇଦେଲେ । କାରଣ ସେତେବେଳକୁ ଲେମ୍ବୁଟି ସ୍ଥିର ଅବସ୍ଥାକୁ ଆସିଯାଇଥିଲା ।

       ଏହା ଦେଖି ରାଜା ଓ ସେନାପତି ଦୁହେଁ ଲାଜରେ ମୁଣ୍ଡକୁ ତଳକୁ କରି ଠିଆ ହୋଇଗଲେ । ଦର୍ଶକମାନଙ୍କର କରତାଳି ମାଡ ଭାରି ବାଧିଲା ସେମାନଙ୍କୁ ।

       ଏବେ ରାଜା ବିସ୍ମିତ ହୋଇ ସନ୍ନ୍ୟାସୀଙ୍କୁ ପଚାରିଲେ, “ଆପଣ କ’ଣ ଆଗରୁ ବନ୍ଧୁକ ଚାଳନା ଜାଣିଥିଲେ?”

       ସନ୍ନ୍ୟାସୀ କହିଲେ, “ଆଜି ଏହା ହେଉଛି ମୋ ଜୀବନର ପ୍ରଥମ ବନ୍ଧୁକ ଚାଳନା ।”

       “ତା’ହେଲେ ଆପଣଙ୍କର ଲକ୍ଷ୍ୟ ଭେଦ କିପରି ଠିକ୍ ରହିଲା?” – ରାଜା ପୁଣି ପଚାରିଲେ ।

       ଏହାର ଉତ୍ତରରେ ସନ୍ନ୍ୟାସୀ କହିଲେ, “ଲେମ୍ବୁ ଦୋହଲିଲା ଭଳି ମୋର ମନକୁ ନ ଦୋହଲାଇ ଏକାଗ୍ରଚିତରେ ମାରିଥିବାରୁ ମୋତେ ସୁଫଳ ମିଳିଲା ।”କଥାଟା ରାଜାଙ୍କ ମନକୁ ବେଶ୍ ପାଇଲା, ସୁତରାଂ କଥାରେ ଅଛି –“ଯିଏ ଯେଉଁ କାର୍ଯ୍ୟ କରୁ ପଛେ, ଏକାଗ୍ର ଚିତରେ କାର୍ଯ୍ୟ କଲେ, ସୁଫଳ  ନିଶ୍ଚୟ ମିଳିଥାଏ  ।”


ଗପ ସାରଣୀ

ତାଲିକାଭୁକ୍ତ ଗପ