ଓଟର ନାଚ

ବହୁତ ଦିନ ତଳେ ଜନ୍ତୁମାନଙ୍କର ଗୋଟିଏ ବିରାଟ ଧରଣର ସଭା ହୋଇଥିଲା । ସେଥିରେ ସମସ୍ତେ ମାଙ୍କଡମାନଙ୍କୁ ନାଚିବାକୁ କହିଲେ । ତାପରେ ମାଙ୍କଡମାନେ ଖୁସି ହୋଇ ନାଚିଲେ । ଆଉ ସେ ମାଙ୍କଡମାନଙ୍କର ନାଚ ଦେଖି ସମସ୍ତେ ଖୁସି ହୋଇ ତାଳି ବଜାଇଲେ । ସେମାନଙ୍କ ନାଚ ଦେଖି ଓଟର ମଧ୍ୟ ନାଚିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଓଟ ଉଠି ପଡି ନାଚିବାକୁ ଆରମ୍ଭ କଲା । ଓଟର ଗୋଡ ଓ ଶରୀରର ଗଠନ ଏପରି ଯେ ତା ପକ୍ଷରେ ନାଚିବା ଆଦୌ ସମ୍ଭବ ନୁହେଁ, କିନ୍ତୁ ସେ ତାହା ନ ଭାବି ନାଚି ଚାଲିଲା ।

                ଓଟର ନାଚ କାହାକୁ ବି ଭଲ ଲାଗିଲା ନାହିଁ କି କେହି ମଧ୍ୟ ତାଳି ଦେଲେନାହିଁ ବରଂ ସେମାନେ ପାଟିକରି ଓଟକୁ ସେଠାରୁ ଘଉଡାଇ ଦେଲେ ।

ଯେଉଁ କାମ ତୁମକୁ ଶୋଭା ଦିଶେ ନାହିଁ, ତାହା କଲେ ସମସ୍ତେ ହସିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ