କଠୋର ତପସ୍ୟା

ବିଜୟ ନଗର ରାଜ୍ୟରେ ପ୍ରତିବର୍ଷ ଠାରୁ ଏହି ବର୍ଷ ପ୍ରବଳ ଶୀତ ହେଲା । ରାଜାଙ୍କର ଦରବାରରେ ଏହି ଶୀତକୁ ନେଇ ଦିନେ ଖୁବ୍ ଚର୍ଚ୍ଚା ଚାଲିଲା ।

                ରାଜ ପୁରୋହିତ ମହାରାଜଙ୍କୁ କହିଲେ – “ମହାରାଜ, ଯଦି ଏହି ଶୀତ ଦିନେ ଆମ୍ଭେ ଏକ ଯଜ୍ଞର ଆୟୋଜନ କରିବା, ଯାହା ଫଳରେ କି ଯଜ୍ଞର ଧୂଆଁ ସମଗ୍ର ବାୟୁ ମଣ୍ଡଳକୁ ସ୍ୱଚ୍ଛ କରିଦେବ ।

                ପ୍ରକୃତରେ ସେତେବେଳେ ସେ ପୁରୋହିତଙ୍କର କଥାଟି ଗ୍ରହଣଯୋଗ୍ୟ ଥିଲା । ମହାରାଜଙ୍କ ମନକୁ ମଧ୍ୟ ଏହି କଥାଟି ବେଶ୍ ପାଇଲା । ରାଜକର୍ମଚାରୀମାନେ ମଧ୍ୟ ସେ ରାଜ ପୁରୋହିତଙ୍କ କଥାରେ ନିଜ ନିଜର ସମ୍ମତି ପ୍ରଦାନ କଲେ । ମହାରାଜ କହିଲେ, ଯଜ୍ଞ ପାଇଁ ଯାହା ଅର୍ଥ ଆବଶ୍ୟକ ସେସବୁ ରାଜକୋଷରୁ ନେଇପାରିବ । ଏହା ଶୁଣି ସେ ରାଜ ପୁରୋହିତ କହିଲେ, ମହାରାଜ, ଏହି ମହାନ ଯଜ୍ଞ ଦୀର୍ଘ ସାତ ଦିନ ପର୍ଯ୍ୟନ୍ତ ଚାଲିବ । ତେଣୁ ଏଥିଲାଗି କମ୍ ସେ କମ୍ ଏକଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଖର୍ଚ୍ଚ ହେବ । ଆଉ ପୁଣି ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ନଦୀର ଥଣ୍ଡା ପାଣିରେ ଠିଆ ହୋଇ ତପସ୍ୟା କଲେ ଦେବଗଣ ପ୍ରସନ୍ନ ହେବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ