କଥାରେ କଥାରେ

ରାଜା କୀର୍ତ୍ତି ବର୍ମାଙ୍କର ବିଶାଳ ଦେଶରେ ଶାସନ ଥିଲା । ତାଙ୍କ ଶାସନ ଯୋଗୁଁ ତାଙ୍କ ରାଜ୍ୟ ସମୃଦ୍ଧିଶାଳୀ ଥିଲା ଓ ସେଠାକାର ପ୍ରଜାମାନେ ଅତ୍ୟନ୍ତ ଶାନ୍ତି ତଥା ଆନନ୍ଦରେ ରହୁଥିଲେ । ପଡୋଶୀ ରାଜ୍ୟର ବିଦୁଷକ ଥରେ ସେ ରାଜାଙ୍କ ସହିତ ଆସି କଥା କହୁ କହୁ କହିଲେ, “ଆପଣଙ୍କ ରାଜ୍ୟରେ ଶାନ୍ତି, ଆନନ୍ଦ, ବିଭବ ସବୁ ବିରାଜମାନ କରୁଛି । ହେଲେ ମୁଁ ଲକ୍ଷ୍ୟ କରି ଦେଖିଲି ଯେ, ମୂର୍ଖଙ୍କ ସଂଖ୍ୟା ମଧ୍ୟ ଶହେ ବାର ।”

      ଏହା ଶୁଣି ସେ ରାଜା ଟିକିଏ ନୀରବ ରହି କହିଲେ, “ମୋ ରାଜ୍ୟରେ ତ ଛୋଟ ବଡ ମିଶି ଶହେ ବାରଟି ଗାଁ । ମନେହୁଏ ପ୍ରତ୍ୟେକ ଗ୍ରାମରେ କେହି ନା କେହି ଜଣେ ମୂର୍ଖ ରହିଥା’ନ୍ତି ।”

      ବିଦୁଷକ କହିଲେ, “କଥା କ’ଣ କି ରାଜ୍ୟ ତ ଶାନ୍ତିରେ ପୂର୍ଣ୍ଣ । ମୁଖିଆମାନଙ୍କର ତ କୌଣସି ଆବଶ୍ୟକତା ନାହିଁ । ତଥାପି ସେମାନେ ବସି ଖାଉଛନ୍ତି । ଲାଗୁଛି ସେଇମାନେ ହିଁ ମୂର୍ଖ ।”

      ତାଙ୍କ କଥା ଶୁଣି ସେ ରାଜା କେବଳ ଅଳ୍ପ ହସିଦେଲେ ।

ସେଠାରେ ରାଜାଙ୍କ ବିଦୁଷକ ବିକଟହାସ ମଧ୍ୟ ଠିଆ ହୋଇଥିଲେ । ସେ କହିଲେ, “ମହାରାଜ, ଏହି ମହାଶୟଙ୍କ ହିସାବ ମୋଟେ ଠିକ୍ ନୁହେଁ । ଏବେ ତ ଆମ ରାଜ୍ୟର ମୂର୍ଖଙ୍କ ସଂଖ୍ୟା ଶହେ ତେର ।”

ଏକଥା ଶୁଣି ସେ ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କିପରି?”

ତା’ପରେ ବିକଟହାସ ଦାବନ ଦେଇ କହିଲେ, “ଆଜ୍ଞା ଶେଷ ଜଣକ ହେଲେ ଏହି ମହୋଦୟ । ସେ କେବଳ ପୁରସ୍କାର କଥା ମନରେ ରଖି ହିଁ ଆପଣଙ୍କୁ ପ୍ରଶଂସା କରି ଚାଲିଛନ୍ତି । ବୁଝିଲେ ଆଜ୍ଞା?” ମାତ୍ର ତାଙ୍କ ବ୍ୟଙ୍ଗରେ ଅତିଥି ବିଦୁଷକ ପ୍ରହାସ ଆଦୌ ବିଚଳିତ ହେଲେ ନାହିଁ । ସେ କହିଲେ, “ମୁଁ ପୁରସ୍କାର ପାଇଁ ଆସିଛି ବା ନୁହେଁ, ତାହା ତ ପରର କଥା । ରାଜା ମୋ କଥାରେ ଖୁସି ହେଲେ ତ ଜାଣ ମୁଁ ସବୁ ପାଇଗଲି । ରାଜ୍ୟର ଚତୁର୍ଦ୍ଦିଗ ବିଭବରେ ପୂର୍ଣ୍ଣ, ସର୍ବତ୍ର ଆନନ୍ଦ ଶାନ୍ତି ବିରାଜମାନ କରୁଛି ଏସବୁ ଦେଖି ପ୍ରଶଂସା ନକରି କିଏ ବା ଆଉ ରହିପାରିବ? ଯିଏ ବି ମହାରାଜାଙ୍କର ପ୍ରଶଂସା ନ କରିବ ସେ ମୂର୍ଖ ।” ପ୍ରହାସଙ୍କ କଥା ଶୁଣି ରାଜା ହସି ପକାଇଲେ ଓ କହିଲେ, “ମୁଁ ଜାଣିନି ଯେ ମୁଁ ତୁମର ପ୍ରଶଂସା ଦ୍ୱାରା ନା ବାକ୍ପଟୁତା ଦ୍ୱାରା ପ୍ରଭାବିତ ହୋଇଛି । ତେବେ ତୁମେ ପୁରସ୍କାର ପାଇବାର ଯୋଗ୍ୟ ଏବଂ ପାଇବ ମଧ୍ୟ ।”

      ଏତିକି କହି ରାଜା ନିଜ ଗଳାରୁ ସୁବର୍ଣ୍ଣମାଳା ଉତାରି ତାଙ୍କ ହାତରେ ଦେଇଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ