କଦମ୍ବ ଓ କାଦମ୍ବିନୀ

ଏଣୁ ଏମାନଙ୍କୁ ଆଉ ଦୁଃଖ ଭୋଗ କରିବାକୁ ଦେବିନାହିଁ । ଏମାନେ ଖାଲି ସୁଖ ଭୋଗିବେ । ସମସ୍ତଙ୍କ ଦୁଃଖ ଲାଘବ କରିବେ । ସମସ୍ତଙ୍କ ମନରେ ଶାନ୍ତି ଓ ଆନନ୍ଦ ଖେଳାଇବେ । ଏକଥା ଭାବି ନୀରବ ରହିଯାଇଥିଲେ ଭଗବାନ । ଭଗବାନଙ୍କ ନୀରବତା ଦେଖି ଏମାନେ ଆଉ ଭଗବାନଙ୍କୁ ବିରକ୍ତ କରିବାକୁ ମନ ବଳାଇଲେ ନାହିଁ । ଫେରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଭଗବାନ୍ କହିଲେ କଦମ୍ବ ତୁମେ ନିଝୁମ ବର୍ଷାରେ ଫୁଲ ହୋଇ ଫୁଟି ସମସ୍ତଙ୍କ ମନରେ ଶାନ୍ତି ଓ ଆନନ୍ଦ ଖେଳାଇବ । ତୁମ ଭୁରୁଭୁରୁ ଗନ୍ଧରେ ସାରା ପରିବେଶ ମହକି ଉଠିବ ଏବଂ ମଣିଷ ଯେତେ ଦୁଃଖରେ ଥିଲେ ବି ତୁମ ପ୍ରତି ଆକୃଷ୍ଟ ହୋଇଯିବ । ଦ୍ୱାପର ଯୁଗରେ ମୁଁ ଶ୍ରୀକୃଷ୍ଣ ଅବତାରେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହେବି ଓ ତୁମ ସୁଗନ୍ଧ ଆହରଣ କଲେ ସେ କେବଳ ମୋତେ ଝୁରିହେବ ଓ ମୋତେ ପାଇବା ପାଇଁ ଅତି ବ୍ୟଗ୍ର ଓ ବ୍ୟାକୁଳ ହୋଇପଡିବ । କାଦମ୍ବିନୀକୁ ଡାକି କହିଲେ ତୁମେ ବର୍ଷା ଋତୁ ଆସିଲେ ଆକାଶରେ ମେଘମାଳ ହୋଇ ଘୋଟିରହିବ ଓ କଳାହାଣ୍ଡିଆ ମେଘ ହୋଇ ପୃଥିବୀରେ ବର୍ଷିଯିବ । ସାଗର, ତଟିନୀ, ପୃଥିବୀ, ଆକାଶ, ଘୂମନ୍ତ ବର୍ଷା ଏକାକାର ହୋଇଯିବ । ଜଳଜୀବମାନେ ଆନନ୍ଦରେ ବିଚରଣ କରିବେ । ଚଷାଭାଇ ଆନନ୍ଦରେ ଚାଷ କାମ କରିବ । ସବୁଜ ଓଢଣାରେ ଢାଙ୍କି ହୋଇଯିବ ପ୍ରକୃତି । ଗ୍ରୀଷ୍ମ ଝାଞ୍ଜିରେ ବ୍ୟତିବ୍ୟକ୍ତ ମଣିଷ ଅପାର ଆନନ୍ଦ ଲାଭକରିବେ । ଈଶ୍ୱରଭକ୍ତମାନେ ଶ୍ରାବଣ ମାସରେ ପବିତ୍ର ତଟିନୀମାନଙ୍କରୁ ନୁଆ ବର୍ଷ ଜଳ ନେଇ ଈଶ୍ୱର ମସ୍ତକରେ ଅର୍ପଣ କରି ଅସୀମ ଈଶ୍ୱର କୃପା ଲାଭ କରିବେ । ବର୍ଷାଋତୁ ଅପସରିଗଲା ପରେ ତୁମେମାନେ ପୁଣି ମୋ ନିକଟକୁ ଫେରି ଆସିବ । ବାସ୍ତବରେ ସେଇଆ ହିଁ ହେଲା । ବର୍ଷା ଋତୁ ଆସିଲେ କାଦମ୍ବିନୀ ଆକାଶରେ ଘୋଟି ରହିଥାଏ ଓ କଳା ହାଣ୍ଡିଆ ମେଘ ହୋଇ ବର୍ଷିଯାଏ । ଏଣୁ କାଦମ୍ବିନୀର ଅନ୍ୟ ନାମ “ମେଘମାଳା ।” ନଈନାଳ ବର୍ଷାରେ ଜଳ ପୂର୍ଣ୍ଣ ହୋଇଯାଏ । ସବୁଜ ଗଛଲତା ଫସଲ ଛାଇ ହୋଇଯାଏ ପୃଥିବୀ । ଠିକ୍ ସେହିପରି ନିଝୁମ୍ ବର୍ଷାରେ କଦମ୍ବ ଫୁଲ ଫୁଟି ମହମହ ବାସିଯାଏ । ଜନମନକୁ ଆକର୍ଷଣ କରେ । ସମସ୍ତେ ଦୁଃଖ ଭୁଲି ଯାଇଥାନ୍ତି ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ