କପଟୀର ଅନ୍ତ ଖରାପରେ ଶେଷ ହୁଏ

                କିଛି ଦିନ ପରେ ସେଠ୍ଜୀ ବିନା ଔଷଧ ପତ୍ରରେ ଭଲ ହୋଇ ଗଲେ ଆଉ ଚଲା ବୁଲା ମଧ୍ୟ କରିବାକୁ ଲାଗିଲେ । ସେ କରିଥିବା ମାନସିକ କଥା ପୁରା ପୂରି ଭୁଲି ଗଲେ । ଏହା ଦେଖି ସେଠ୍ଜୀଙ୍କ ଧର୍ମ ପତ୍ନୀ କହିଲେ – ବର୍ତ୍ତମାନ ଚଢେଇ ଦିଅନ୍ତୁନା ଦେବତା ମାନଙ୍କୁ ଏକ ହଜାର ସ୍ୱର୍ଣ୍ଣ ମୁଦ୍ରା ।

                ଓହୋ ! ମୋର ତ ଜମା ମନେ ନଥିଲା । କାଲି ହିଁ ଚଢେଇ ଦିଅ ଏକ ହଜାର ଅଟାର ମୁଦ୍ରା । ଏକ ହଜାର ମାନେ ଏକ ହଜାର ଅଟାର ମୁଦ୍ରା ।

                ସେଠାନୀ ବ୍ୟସ୍ତ ହୋଇ କହିଲେ – ତୁମେ ଏ କ’ଣ କହୁଛ? ଦେବତା ମାନଙ୍କୁ ଅଟାରେ ତିଆରି ମୁଦ୍ରା ଚଢେଇବ । ଅର୍ଥାତ୍ ସ୍ୱର୍ଣ୍ଣ ମୁଦ୍ରା ବଦଳରେ ଅଟାର ମୁଦ୍ରା?

                ସେଠ୍ଜୀ ହସି ହସି କହିଲେ – ତୁମର ତ ବୁଦ୍ଧି କହିଲେ କିଛି ନାହିଁ । ବୁଝୁଛ ସାରୁଟା । ବେକାରଟାରେ ବ୍ୟସ୍ତ ହୋଇ ଯାଉଛ ସବୁ ବେଳେ । ଦେବତା ମାନଙ୍କ ପାଇଁ ଯେଉଁ ଭଳି ସ୍ୱର୍ଣ୍ଣ ମୁଦ୍ରା ଠିକ୍ ସେହିପରି ଅଟାର ମୁଦ୍ରା । ସ୍ୱର୍ଣ୍ଣ ଓ ଅଟା ଦୁଇ ଜଣ ଯାକ ସମାନ ବୋଲି ସେମାନେ ଭାବନ୍ତି । ସେମାନେ କ’ଣ ମୁଦ୍ରା ଚାହାଁନ୍ତି? ସେମାନେ ଚାହାଁନ୍ତି କେବଳ ପୂଜା । ସେମାନଙ୍କୁ ପୂଜା କଲେ ସେମାନଙ୍କର ଗୁଣ ଗାନ କଲେ ସେମାନେ ସେଥିରେ ହିଁ ସନ୍ତୁଷ୍ଟ ।

                ସେଠାନୀ ମନେ ମନେ କହିଲେ – ଏମିତି କର ନାହିଁ । ଯାହା ଥରେ କହିଛ ତାକୁହିଁ ପାଳନ କର । ଘରେ ଭଗବାନଙ୍କ ଇଚ୍ଛାରେ ସବୁ କିଛି ତ ଅଛି । କୌଣସିଥିରେ ତ କିଛି କମ୍ ନାହିଁ । ତେଣୁ ଦେବତା ମାନଙ୍କୁ ଅସନ୍ତୁଷ୍ଟ କରି ଲାଭ କ’ଣ?

                ସେଠ୍ଜୀ ପାଟି କରି କହି ଉଠିଲେ – କାହିଁକି ବକ୍ ବକ୍ କରୁଛ? ମୁଁ ବଡ ବଡ ପଣ୍ଡିତ ମାନଙ୍କୁ ବୋକା କରିଛି । ଏହି ବେକାର ଦେବତା ମାନେ କେଉଁ ଗଣତିରେ ଯିବେ? ଯଦି ସେମାନେ ବିଗିଡି ଯିବେ ତେବେ ସେମାନେ ମୋର କ’ଣ ବା କରି ପାରିବେ?

                ସେଠ୍ଜୀ ସତରେ ତା’ ପରଦିନ ଏକ ହଜାର ଅଟାର ମୁଦ୍ରା ଦେବତା ମାନଙ୍କୁ ମାନସିକ ସ୍ୱରୂପ ଦାନ କଲେ । ରାତିରେ ସ୍ୱପ୍ନରେ ଗୋଟିଏ ଭୂତ ଦର୍ଶନ ଦେଇ କହିଲେ – ଆଜି ତୁ ଦେବତା ମାନଙ୍କୁ ଯେଉଁ ପୂଜା କଲୁ ସେଥିରେ ଦେବତାମାନେ ବହୁତ ପ୍ରସନ୍ନ ହୋଇ ଯାଇ ଛନ୍ତି । ବାସ୍ ତୁ ସକାଳୁ ସକାଳୁ ପାଖରେ ଥିବା ଜଙ୍ଗଲକୁ ଯିବୁ ସେଠାରେ ମାଟି ଖୋଳିବୁ ଆଉ ସେଠାରୁ ମୋଠାରୁ ହଜାର କାହିଁକି ଲକ୍ଷ ଲକ୍ଷ ମୁଦ୍ରା ପ୍ରାପ୍ତ କରିବୁ ।

                ଏଥର ସେଠ୍ଜୀ ଖୁସିରେ ପାଗଳ ହୋଇଗଲେ । ସେ ସକାଳ ହେବା ଆଗରୁ ସେହି ଜଙ୍ଗଲରେ ଯାଇ ପହଁଚି ଗଲେ । ସେଠାରେ ଚୋରର ରାଜ୍ୟ ଥିଲା । ଚୋର ମାନେ ତାକୁ ଦେଖିବା ମାତ୍ରେ ହିଁ ସେଠ୍ଜୀଙ୍କୁ ଧରି ପକାଇଲେ । ଚୋର ମାନଙ୍କୁ ସେ ବହୁତ କାକୁତି ମିନତି କରି କହିଲେ – ମୋତେ ଛାଡି ଦିଅ ମୁଁ ତୁମକୁ ହଜାର ଦୁଇ ହଜାର ସ୍ୱର୍ଣ୍ଣମୁଦ୍ରା ଦେବି । ତା ବଦଳରେ ମୋତେ ଏଠାରୁ ମୁକ୍ତି ଦିଅ ।

କିନ୍ତୁ ଚୋର ମାନେ ତାଙ୍କର କାନ୍ଦଣା ପ୍ରତି ଧ୍ୟାନ ଦେଲେ ନାହିଁ । ସେମାନେ ଅଟା ଖାଇବାକୁ ଦେଲେ । ତା’ପରେ ତାଙ୍କୁ ଗୋଟିଏ କୋଠରୀରେ ରହିବାକୁ ମଧ୍ୟ ଦେଲେ । ଚୋର ମାନେ ସେଠ୍ଜୀଙ୍କ ମୁଦ୍ରା ଦେବା କଥା ଶୁଣି କହିଲେ ତୁମେ ଦେବତା ମାନଙ୍କୁ ଠକି ଦେଉଛ ଆମକୁ ତ ଛାର ମାତ୍ର । କିଛି ଦିନ ରହିବା ପରେ ସେଠାରେ ପୋଲିସ୍ ଆସି ସମସ୍ତ ଚୋରଙ୍କ ସହିତ ସେଠ୍ଜୀଙ୍କୁ ମଧ୍ୟ ଚୋର ଭାବରେ ବାନ୍ଧି ଜେଲ୍ରେ ଭର୍ତ୍ତି କରି ଦେଲେ । ଗପ ସରିବା ପର୍ଯ୍ୟନ୍ତ ଠକ ସେଠ୍ଜୀ ଜେଲ୍ରେ ଥିଲେ ତାଙ୍କର କୌଣସି ବିଚାର ହୋଇ ନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ