କପୋତ ଜାତକ

       ବୋଧିସତ୍ୱ କହିଲେ – “ମୋ ସାଙ୍ଗରେ ରହିଲେ ତୋର ଅସୁବିଧା ହବ । ତୁମେ କୁଆମାନେ ମାଂସଖାଅ । ମୁଁ ଖୁଦ ଚାଉଳ ଭଳି ଜିନିଷ ଗୋଟାଇ ଖାଏ ।

       କୁଆ ତ ଭାରି ଚାଲାକ୍ । ସେ କହିଲା – “ମୋର ଖାଇବା ପାଇଁ ଭାବନା ନାହିଁ । ତୁମେ ଏକ ଭାରି ଭଲ ଜୀବ । ତୁମ ସାଙ୍ଗରେ ରହିବା ଭାଗ୍ୟର କଥା । ମୁଁ ତୁମ ଭଳି ଖୁଦ ଚାଉଳ ବି ଖାଇପାରିବି । ତୁମ ସାଂଗେ ସବୁବେଳେ ରହିଥିବି । ମତେ ମନାକରନାହିଁ । ଦିହେଁ ସାଥୀ ହୋଇ ରହିବା ।”

       ଏହା ଶୁଣି ବୋଧିସତ୍ୱ କହିଲେ – “ତୁ ମୋ ପାଖରେ ରହିପାରୁ । କିନ୍ତୁ ଗୋଟିଏ କଥା ମନେରଖିବୁ, କାହାରିକୁ କେବେ ଠକିବୁନି ।”

       ସେଦିନଠାରୁ କପୋତ ଓ କୁଆ ଏକାଠି ଚରାବୁଲା କଲେ । ବୋଧିସତ୍ୱ ବୁଲି ବୁଲି ଚାଉଳ, ଗହମ, ବୁଟ ଆଦି ଗୋଟାଇ ଖାଇଲେ । କୁଆ ପୋକଜୋକ ଖାଇଲା । ସଂଜ ହେବାରୁ ଦୁହେଁ ଫେରିଆସିଲେ । ବୋଧିସତ୍ୱ ଟୋକେଇ ଭିତରେ ପଶିଲେ । ରାନ୍ଧୁଣୀ କୁଆକୁ ଦେଖି କହିଲା – “ଯାହାହେଉ, କପୋତଟି ଗୋଟିଏ ସାଙ୍ଗ ପାଇଚି ।” ସେ ଆଉ ଗୋଟିଏ ଟୋକେଇ ରଖିଦେଲା । କୁଆ ତା ଭିତରେ ରହିଲା । ସେଇଦିନଠାରୁ ବୋଧିସତ୍ୱ ଓ କୁଆ ସାଙ୍ଗ ହୋଇ ରହିଲେ ।

       ସେଠ୍ଙ୍କ ରୋଷେଇଘରେ ନିତି ଭଲ ଭଲ ଜିନିଷ ରନ୍ଧା ଯାଉଥାଏ । ତା’ର ବାସନାରେ ଚାରିଆଡ ମହକି ଉଠୁଥାଏ । କୁଆର ମନହେଉଥାଏ ସେସବୁ ଖାଇବା ପାଇଁ, କିନ୍ତୁ ସେ ଖାଇପାରେନି । ଖାଇବାଲୋଭରେ ଖାଲି ଛଟପଟ ହେଉଥାଏ । ଦିନେ ସେଠ୍ ଘରକୁ ଗୋଟିଏ ବଡ ମାଛ ଆଣିଥିଲେ । କୁଆ ମାଛଟା ଦେଖିଲା । ତା’ର ପାଟିରୁ ଲାଳ ବୋହିଲା । ମାଛ ଖାଇବ ବୋଲି ସେ ଗୋଟିଏ ଫିକର କଲା । ସେ ତା’ର ଦେହ ଖରାପ ହେଇଚି ବୋଲି ଛଳନା କରିବାକୁ ଲାଗିଲା । ରାତିରେ ମଝିରେ ମଝିରେ କୁନ୍ଥାଇଲା – ଯେ ଶୁଣିବ ଭାବିବ ଯେ କୁଆକୁ ସତରେ ବଡ କଷ୍ଟ ହେଉଚି ।


ଗପ ସାରଣୀ

ତାଲିକାଭୁକ୍ତ ଗପ