କର୍ତବ୍ୟପାଳନ ସମୟଠାରୁ ବି ବଡ

       ଗୋଟିଏ ଦେଶରେ ଜଣେ ରାଜା ଥିଲେ । ତାଙ୍କର ଦୁଇଟି ରାଣୀ, ଏବଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ପୁତ୍ରର ଜନନୀ । ବଡରାଣୀଙ୍କ ପୁଅର ନାମ ‘ସୂର୍ଯ୍ୟ’ ଏବଂ ସାନରାଣୀର ପୁତ୍ର ‘ଚନ୍ଦ୍ର’ । ଉଭୟଙ୍କର ବୟସ ତାରତମ୍ୟ ବହୁତ କମ୍ ।

       ଦୁଇ ପୁଅଙ୍କର ବିଦ୍ୟାଶିକ୍ଷା ବୟସ ଉପଗତ ହେବାରୁ ରାଜା ତାଙ୍କୁ ଗୁରୁକୁଳ ଆଶ୍ରମରେ ଛାଡିଦେଲେ । ଆଶ୍ରମରେ ସବୁ ଶିଷ୍ୟଙ୍କୁ ପଛରେ ପକାଇ ଦୁଇଭାଇ ପାଠପଢାରେ ବେଶ୍ ଆଗେଇ ଗଲେ ସତେଯେମିତି କେହି କାହାଠାରୁ ଊଣା ନୁହଁନ୍ତି ।

       ଠିକ୍ ଦଶବର୍ଷ ପରେ ବିଦ୍ୟାଶିକ୍ଷା ଶେଷ ହେଲା । ଏବେ ଦୁଇଭାଇ ଫେରିଲେ ରାଜନଅର । କେବଳ ପାଠରେ କାହିଁକି ଅସ୍ତ୍ରଚାଳନାରେ ବି ଧୂରନ୍ଧର ହୋଇଥିବା କଥା ରାଜ୍ୟରେ ଚହଳ ପଡିଯାଇଥାଏ । ଫଳରେ ଦୁଇଭାଇଙ୍କର ସବୁରି ମୁହଁରେ ଭୁରି ଭୁରି ପ୍ରଶଂସା । ଏଥିପାଇଁ ରାଜା ଓ ରାଣୀ ବି ମନେ ମନେ ଗର୍ବ ଅନୁଭବ କରୁଥାନ୍ତି ।

       ସମୟ ସବୁବେଳେ ସମାନ ଯାଏନି । ହଠାତ୍ ରାଜପରିବାରରେ ଅଶାନ୍ତିର ବହ୍ନି ଜଳି ଉଠିଲା । ଏହାର କାରଣ ଥିଲା – ରାଜା ତାଙ୍କର ବୃଦ୍ଧାବସ୍ଥାରେ ବଡପୁଅ ସୂର୍ଯ୍ୟକୁ ସିଂହାସନରେ ବସାଇ ସନ୍ନ୍ୟାସୀ ହେବାକୁ ଘୋଷଣା କଲେ । ଏହି ଖବର ଶୁଣି ରାଜ ମହଲଠାରୁ ଆରମ୍ଭ କରି ରାଜ୍ୟସାରା ସମସ୍ତେ ଖୁସି ହେଲେ ସିନା, ସାନରାଣୀ ମନ ଦୁଃଖରେ ବସିଲେ । ତାଙ୍କର ଏକଜିଦ୍ ନିଜର ପୁଅ ‘ଚନ୍ଦ୍ର’ ହିଁ ରାଜଗାଦିରେ ବସିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ