କର୍ତବ୍ୟପାଳନ ସମୟଠାରୁ ବି ବଡ

       ମାତ୍ର ରାଜା ସାନରାଣୀଙ୍କୁ ସବୁଠାରୁ ଅଧିକ ଭଲ ପାଉଥିବାରୁ ତାଙ୍କର କଥାକୁ ବି ଏଡାଇ ପାରିଲେ ନାହିଁ । ଫଳରେ କିଏ ରାଜାହେବ ନିଷ୍ପତି ନିଆଯାଇପାରିଲା ନାହିଁ । ବେଳକୁବେଳ ରାଜା ତ ଅଧିକ ଚିନ୍ତାଗ୍ରସ୍ତ ହୋଇ ପଡିଲେ ଆଉ ରାଜା ପରିବାରରେ ବି ଅଶାନ୍ତି ବଢିବାକୁ ଲାଗିଲା ।

       ଏହିଭଳି ସଙ୍କଟକାଳରେ ଦୁଇ ଭାଇଙ୍କ ଶିକ୍ଷା ଗୁରୁ ଆସି ରାଜମହଲରେ ପହଂଚିଗଲେ । ଏହା ଦେଖି ଗୁରୁଙ୍କୁ ସମ୍ମାନ ଜଣାଇ ଦୁଇଭାଇଙ୍କ ସହିତ ରାଜା ଓ ରାଣୀମାନେ ପାଛୋଟି ନେଇ ଅତିଥିଶାଳାରେ ବସାଇଲେ । ସମସ୍ତେ ଗୁରୁଙ୍କ ଆଗରେ ବସିଗଲେ । ଗୁରୁଙ୍କ ଆଶ୍ରମଠାରୁ ରାଜନଅରର ଭଲମନ୍ଦ ଖବର ସେଠାରେ ଆଲୋଚନା କରାଗଲା ।

       ଏବେ ଗୁରୁଦେବ ଅତିଥି ଅଭ୍ୟର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ, ‘ମହାରାଜ ! ତୁମେ ଅତ୍ୟନ୍ତ ଭଦ୍ର ଓ ଅତିଥିପରାୟଣ । ତୁମେ ଯେମିତି ସୁଲକ୍ଷଣା ଦୁଇ ରାଣୀ ପାଇଛ ତା’ ଠାରୁ ବଳି ତୁମର ରାଜକୁମାର ଦ୍ୱୟ । ଧନରତ୍ନ ବିଭବରେ ଯେପରି ତୁମର ରାଜପୁରୀ ପୂର୍ଣ୍ଣ, ଠିକ୍ ସେହିପରି ଅଶେଷ ସୁଖଶାନ୍ତିରେ ରହିଛନ୍ତି ରାଜ୍ୟର ପ୍ରଜାଗଣ; ମାତ୍ର ମୁଁ ତୁମ ମନରେ ଖୁସି ନ ଦେଖିବାର କାରଣ କ’ଣ? ଏବେ ପୁତ୍ର ଦ୍ୱୟ ତ ରାଜ୍ୟଭାର ସମ୍ଭାଳିବା ପାଇଁ ଉପଯୁକ୍ତ ହେଲେଣି । ସୁତରାଂ ଆପଣଙ୍କ ସେମାନଙ୍କ ଉପରେ ଦାୟିତ୍ୱଦେଇ ଈଶ୍ୱର ଆରାଧନାରେ ବ୍ୟସ୍ତରହିଲେ ଶାନ୍ତି ଲାଭ କରି ପାରିବେ ।”

       ଗୁରୁଦେବଙ୍କ ଠାରୁ ଏଭଳି କଥା ଶୁଣି ରାଜା କହିଲେ, “ଗୁରୁଦେବ ! ସମୟ ଖୁବ୍ ବଳବାନ । ସେହି ସମୟ ଆଜି ରାଜପୁରୀରେ ଅଶାନ୍ତି ସୃଷ୍ଟି କରିବାକୁ ଯାଉଛି । ଆପଣ ଚାହିଁଲେ ହିଁ ଏହାର ସମାଧାନ କରି ପାରିବେ । ଏବେ ରାଜସିଂହାସନ କାହାକୁ ଦିଆଯିବ ଆପଣ ବିଚାର କରନ୍ତୁ ।”

       ରାଜାଙ୍କ କଥାରେ ବଡରାଣୀ ସମ୍ମତ ଜଣାଇଲେ ସିନା ସାନରାଣୀ ପୂର୍ବଭଳି ତାଙ୍କ ଜିଦ୍ ରେ ଅଟଳ ରହିଲେ । ତହୁଁ ସେ ଗୁରୁଙ୍କୁ କହିଲେ, “ଗୁରୁଦେବ ! ସୂର୍ଯ୍ୟ ଆଉ ଚନ୍ଦ୍ର କେଇଟି ମୁହୂର୍ତ ବଡ ସାନ, ଦୁହେଁ ଯାଆଁଳା ଭାଇଭଳି ଦେଖାଯାଆନ୍ତି, ଦୁହେଁ ବି ତାଙ୍କର ଜ୍ଞାନ ବୁଦ୍ଧି ବଳରେ କେହି କାହାଠାରୁ ଊଣା ନୁହଁନ୍ତି । ତେଣୁ ସିଂହାସନରେ ବସିବା ପାଇଁ ସୂର୍ଯ୍ୟର ଯେଭଳି ହକ୍ ଅଛି ଚନ୍ଦ୍ର ମଧ୍ୟ ସେହିଭଳି ।”

       ଗୁରୁଦେବ ସବୁ ଶୁଣିବା ପରେ କିଛି ସମୟ ଚିନ୍ତାକରି କହିଲେ, “ଅବଶ୍ୟ ସାନରାଣୀ ଯାହା କହୁଛନ୍ତି ଠିକ୍ ହୋଇପାରେ । ମାତ୍ର ସମସ୍ୟା ଏହି ଯେ ଦୁଇଭାଇ ତ ଏକାବେଳକେ ସିଂହାସନରେ ବସିପାରିବେ ନାହିଁ । ସୁତରାଂ ଏଭଳି ପରିସ୍ଥିତିରେ ଦୁଇଭାଇ ହିଁ ମୋ ସମ୍ମୁଖରେ ନିଷ୍ପତି ନିଅନ୍ତୁ କିଏ ରାଜା ହେବ?”

       ପୁନଶ୍ଚ ଗୁରୁ ଦୁଇଭାଇଙ୍କୁ ଲକ୍ଷ୍ୟ କରି କହିଲେ, “ଏ ସୁଖମୟ ରାଜାପୁରୀରେ ସିଂହାସନକୁ ନେଇ ଯେଉଁ ଅଶାନ୍ତି ଦେଖା ଦେଇଛି ଏଥିପାଇଁ ଦାୟୀ କିଏ? ସମୟ ନା ତୁମର କର୍ତବ୍ୟ?”

       ଏକ ସ୍ୱରରେ ଦୁଇଭାଇ କହିଲେ, “ସମୟ ନୁହେଁ ଆମର କର୍ତବ୍ୟ ହିଁ ଏଥିପାଇଁ ଦାୟୀ ।”

       ଏଥର ଗୁରୁଦେବ କହିଲେ, “ଯଦି କର୍ତବ୍ୟ, ତେବେ ନିଜ ନିଜର କର୍ତବ୍ୟ ବୁଝି ନେବା ହିଁ ଉଚିତ୍ ।”

       ପ୍ରଥମେ ରାଜକୁମାର ଚନ୍ଦ୍ର ହାତଯୋଡି କହିଲେ, ‘ଗୁରୁଦେବ ! ରାଜପୁରୀର ନିୟମାନୁଯାୟୀ ବଡପୁଅ ହିଁ ରାଜସିଂହାସନରେ ବସିବ । ସୁତରାଂ କନିଷ୍ଠ ହିସାବରେ ମୋର କର୍ତବ୍ୟ ହେଉଛି ଜ୍ୟେଷ୍ଠ ରାଜକୁମାରଙ୍କୁ ସିଂହାସନ ଦାନ କରିବା । ସୁତରାଂ ବଡ ଭାଇ ରାଜସିଂହାସନରେ ବସନ୍ତୁ, ଆଉ ମୁଁ ତାଙ୍କୁ ରାଜ କାର୍ଯ୍ୟରେ ସହଯୋଗ କରିବି ।’

       ଏବେ ଚନ୍ଦ୍ରଙ୍କ କଥାରେ କାହାର କିଛି କହିବାକୁ ନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ