କର୍ମଘେନି ଫଳ

                କିଛିଦିନପରେ ସେ ଧନୀ ଲୋକଜଣକ ତାଙ୍କ ଗାଁ ମୁଣ୍ଡରେ ଏକ ମନ୍ଦିର ତିଆରି କରିବା ପାଇଁ କାମ ଆରମ୍ଭ କଲେ । ଲୋକଙ୍କୁ ଲଗାଇ ଏକ ଶିବ ମନ୍ଦିର ତିଆରି କରାଇଲେ ଖୁବ୍ ଅଳ୍ପଦିନ ମଧ୍ୟରେ । ଆଉ ସେ ମନ୍ଦିର ପାଖରେ ଏକ ପୋଖରୀ ବି ଖୋଳାଇଲେ । କିଛି ଗଛ ମଧ୍ୟ ଲଗାଇଲେ । ତାଙ୍କର ଏପ୍ରକାର କାମ ଦେଖି ଗାଁ ଲୋକେ ଏବଂ ତା’ଆଖପାଖ ଗାଁର ଲୋକେ ଖାଲି ଧନ୍ୟ ଧନ୍ୟ କହିଲେ । କାହିଁକିନା ସେ ଅଂଚଳରେ ମନ୍ଦିର ନଥିବାରୁ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ । ଏବେ ମନ୍ଦିର ତିଆରି ହେବାରୁ ସମସ୍ତେ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ସେ ଧନୀ ଲୋକଟିକୁ ଖୁବ୍ ପ୍ରଶଂସା କଲେ । ଏଣେ ସେ ଧନୀ ଲୋକଟି ମଧ୍ୟ ନିଜକୁ ଖୁବ୍ ଧାର୍ମିକ ବୋଲି ଭାବିନେଲେ ।

                ସେ ମନ୍ଦିରରେ ପୂଜା କରିବା ସକାଶେ ଜଣେ ବ୍ରାହ୍ମଣକୁ ନିଯୁକ୍ତ କଲେ । ତାଙ୍କ ପାଇଁ ମାସିକ ବେତନ ଏବଂ ରହିବା, ଖାଇବା ବ୍ୟବସ୍ଥା ବି କରିଦେଲେ । ସେ ଧନୀ ଲୋକ ନିଜେ କିନ୍ତୁ ଦିନେ ହେଲେ କେବେ ବି ମନ୍ଦିରକୁ ଯାଆନ୍ତି ନାହିଁ କିମ୍ବା ପୂଜା କରନ୍ତି ନାହିଁ । ଧ୍ୟାନରେ ବସିବାକୁ ତାଙ୍କର ସମୟ ନାହିଁ? ଦିନରାତି ତ ତାଙ୍କର କେବଳ ବ୍ୟବସାୟ ଟଙ୍କା ପଇସାର ହିସାବକୁ ନେଇ ବିତିଯାଏ । ମଝିରେ ମଝିରେ ମନ୍ଦିର ପାଇଁ ଯାହା ଖର୍ଚ୍ଚ ଦରକାର ହୁଏ ସେ ଦିଅନ୍ତି ।

                କିଛି ବର୍ଷପରେ ସେଇ ସାଧୁ ପୁଣି ଗାଆଁକୁ ଆସିଲେ । ମନ୍ଦିରରେ ଅବସ୍ଥାନ କଲେ । ପ୍ରବଚନ ଦେଲେ । ଧନୀ ଲୋକଟି ସାଧୁଙ୍କୁ ନିଜ ଘରକୁ ଡାକି କହିଲେ, “ମହାପ୍ରଭୁ! ଆପଣଙ୍କ କଥା ଅନୁସାରେ ମୁଁ ମନ୍ଦିର ତୋଳି ଦେଇଛି । ପୂଜାରୀ ଖଞ୍ଜି ଦେଇଛି । ଏପରିକି ମନ୍ଦିରର ସବୁ ଖର୍ଚ୍ଚ ବି ବୁଝୁଛି । ଏବେ କୁହନ୍ତୁ, ମୋତେ ପୂଣ୍ୟଫଳ, ମିଳିବ କି ନାହିଁ? ମୁଁ ଧାର୍ମିକ ବୋଲି ଲୋକେ କହିବେ କି ନାହିଁ? ସବୁ ଶୁଣି ସେ ସାଧୁ କହିଲେ, ନା, ମହାଶୟ! ଆପଣ ମନ୍ଦିର ତିଆରି କରିଛନ୍ତି, ଏହା ତ ଏକ ମହତ କାମ । ଏଥିପାଇଁ ଲୋକେ ଆପଣଙ୍କୁ ମନେ ରଖିବେ । କିନ୍ତୁ ଆପଣ ତ ନିଜେ ପୂଜା କରୁ ନାହାଁନ୍ତି । ମନ୍ଦିର ବି ଯାଉ ନାହାଁନ୍ତି । ଦେବତାଙ୍କ ଦର୍ଶନ କରୁନାହାଁନ୍ତି । ନାମ ସଂକୀର୍ତ୍ତନ କରୁ ନାହାଁନ୍ତି, ଏଣୁ ପୁଣ୍ୟଫଳ ପାଇବେ ବା କିପରି? କର୍ମଘେନି ଫଳ ମିଳେ । ଯେ ଯେମିତି କର୍ମ କରେ ସେ ସେଇ ଅନୁସାରେ ଫଳପାଏ । ଭଲ କର୍ମର ଭଲଫଳ । ମନ୍ଦ କର୍ମର ମନ୍ଦଫଳ । ଆପଣଙ୍କ ପୁଅ ପାଠ ପଢୁଛି । ପରିକ୍ଷାରେ ନଲେଖି ସେ ପାଶ୍ କରିବ କିପରି? ଆପଣଙ୍କ ଚାକର ପୁଅକୁ ପ୍ରତି ଦିନ ସ୍କୁଲକୁ ନେଉଛି ଏବଂ ଆଣୁଛି । ତାକୁ ଆପଣ ଦରମା ଦେଉଛନ୍ତି । ଏଣୁ ପୁଅକୁ ସ୍କୁଲକୁ ନପଠାଇ ଚାକରକୁ ପଠାଇ ଦେଲେ କ’ଣ ଆପଣଙ୍କ ପୁଅର ଜ୍ଞାନ ବଢିଯିବ? ମନ୍ଦିର ଆପଣ ତୋଳିଛନ୍ତି । ପୂଜାରୀ ରଖିଛନ୍ତି, ତାକୁ ଦରମା ଦେଉଛନ୍ତି । ପୂଜାରୀ ନିଜେ ପୂଜା କରୁଛି । ସେ ନିତି ନିତି ଦେବତାଙ୍କ ଦର୍ଶନ କରୁଛି । ଧ୍ୟାନରେ ବସୁଛି । ମନ୍ତ୍ରଜପ କରୁଛି । ତା ପୂଜା, ଧ୍ୟାନ, ଜପର ଫଳ କେବଳ ତାକୁହିଁ ମିଳୁଛି, ଆପଣଙ୍କୁ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ