କଲ୍ୟାଣୀର ପରିଣୟ

“ହଁ?, ମାନୁଛି ଦୁଇବର୍ଷ ପୂର୍ବେ ମୁଁ ଏହା କହିଥିଲି । କିନ୍ତୁ ଏ ଭିତରେ ତ ପରିସ୍ଥିତି ଅନେକ ବଦଳି ଯାଇଛି । ମଙ୍ଗରାଜ ପୁରର ଶଙ୍କର ମହାଜନ ସ୍ୱୟଂ ନିଜେ ଆସି ଲକ୍ଷେଟଙ୍କା ଯୌତୁକ ସହ, ତାଙ୍କ କନ୍ୟା ପାଇଁ ସେ ପ୍ରସ୍ତାବ ପକାଇଛନ୍ତି । ଏଥିରେ ମୋର ବିଶେଷ ଇଚ୍ଛା ନଥିଲେବି, ମାତ୍ର ଆନନ୍ଦ ଏହି ପ୍ରସ୍ତାବକୁ ବିଶେଷ ଗୁରୁତ୍ୱ ଦେଉଛି । ସେ ଏବେ ସଫଳ ବ୍ୟବସାୟୀ କି ନା, ସବୁ କଥାକୁ ସେ ଲାଭ କ୍ଷତିରେ ବିଚାର କରୁଛି । ପଛ କଥାସବୁ ମନରୁ ପାଶୋରି ଦିଅ ।” ଏତିକି କହି ପାର୍ବତୀ ଜରୁରୀ କାମର ବାହାନା ଦେଖାଇ ଝଡପରି ସେଠାରୁ ବାହାରି ଗଲେ ।

ଏତେଦିନ ଯାଏଁ ଅନସୂୟା କଲ୍ୟାଣୀର ବାହାଘର ବିଷୟରେ ନିଶ୍ଚିନ୍ତ ଥିଲେ । କାହିଁକିନା ସେ ଭାବୁଥିଲେ ପାର୍ବତୀ କଲ୍ୟାଣୀକୁ ବୋହୂ କରିନେବେ, ମାତ୍ର ଏ ବିଶ୍ୱାସ ତାଙ୍କର ଏବେ ଧୂଳିସାତ୍ ହୋଇଗଲା ।

ଅନସୂୟା ମନେ ମନେ ସ୍ଥିର କରିଥିଲେ ଆନନ୍ଦ ବାହାଘର ପରଠାରୁ ମୁହୁର୍ତଟିଏ ବି ସେଠାରେ ସେ ଆଉ ରହିବେ ନାହିଁ । ଏଣୁ ଘରଭଡା ସନ୍ଧାନରେ ସେ ବାହାରି ପଡିଲେ । ଏଠି ସେଠି ବୁଝାବୁଝି କରି ସଂନ୍ଧ୍ୟାବେଳକୁ ସେ ନିରାଶହୋଇ ଘରକୁ ଫେରୁଥାନ୍ତି । ଦେଖିଲେ, ଗୋଟିଏ ଗୃହ । ତାର ସନ୍ନିକଟ ବାତାବରଣ ଖୁବ୍ଶାନ୍ତ ଲାଗୁଛି । ସେ ଗୃହର ଦୁଇଟି ପାଶ୍ୱର୍ରହିଛି । ମନେ ହେଉଛି ଯେପରି ସେଠାରେ ଆଉ କେହିବି ରହୁ ନାହାଁନ୍ତି । ଗୃହ ସମ୍ମୁଖସ୍ଥ ନଡିଆ ଗଛ ମୂଳରେ ଯୁବକଟିଏ ବସି ହିସାବ କିତାବ କରୁଛି ।

ଅନସୂୟା ପଚାରିଲେ, “ପୁଅ ଏଇ ଘରର ଗୋଟିଏ ପାଖ ଭଡାରେ ଦେଇ ପାରିବକି?”

                ଯୁବକଟି ତାଙ୍କୁ ନିରେଖି ଚାହିଁଲେ, କ୍ଷଣକ ପରେ ଚିନ୍ତା କରି ସେ କହିଲେ, “ଏଇପାଖଟି ଚାରିଦିନ ପରେ ଖାଲି ହେବାର ଅଛି । ଭିତର ବୁଲି ଦେଖିବ?”

                ଗୃହର ସେଇ ପାଶ୍ୱର୍ରେ ତିନୋଟି ବଖରା ଥାଏ । ଅନସୂୟାକୁ ସେ ସ୍ଥାନ ପସନ୍ଦ ହେଲା । ଭଡାର ଦେୟ ବୁଝି ଜାଣିଲେ । ମାସକ ପାଇଁ ପାଂଚଶହ ଟଙ୍କା । ପ୍ରଥମେ ଦୁଇ ମାସର ଅର୍ଥ ଅଗ୍ରୀମ ଦେବାକୁ ହେବ । ଅନସୂୟା ସେଥିରେ ଏକ ମତ ହେଲେ । ଏକହଜାର ଟଙ୍କା ଯୁବକକୁ ଦେଇ ସେ କହିଲେ, “ରବିବାର ଦିନ ମୋର ସମସ୍ତ ଜିନିଷ ପତ୍ର ସହ ଏଠାରେ ମୁଁ ଆସି ପହଁଚିବି ।”

                ରବିବାରଦିନ ସମସ୍ତ ଗୃହପୋକରଣ, ଆସବାବ ପତ୍ର ଦୁଇଟି ଗାଡିରେ ବୋଝେଇ କରି ପାର୍ବତୀଙ୍କ ଠାରୁ ବିଦାୟମାଗି, ଅନସୂୟା ଓ କଲ୍ୟାଣୀ ସେ ସ୍ଥାନ ପରିତ୍ୟାଗ କଲେ ।

                ନୂଆଘର ପାଖରେ ଗାଡିରୁ ଜିନିଷପତ୍ର ଓହ୍ଲାଉଛନ୍ତି, ଜଣେ ବୃଦ୍ଧ ଆସି ପଚାରିଲେ, “ତୁମେ ମାନେ କିଏ?”

                ତା’ପରେ ଅନସୂୟା ପ୍ରତ୍ୟୁତ୍ତର ଦେଲେ “ଆପଣଙ୍କର ଏଇ ପାର୍ଶ୍ୱ ଘରେ ଆମେ ଭଡାରହିବା ପାଇଁ ଆସିଛୁ ।”

                ଏଭଳି କଥାରେ ବୃଦ୍ଧ ଆଶ୍ଚର୍ଯ୍ୟ ପ୍ରକଟକରି କହିଲେ, “ଭଡାରହିବ? ଏଘରତ ଖାଲି ନାହିଁ । ରାମଶାସ୍ତ୍ରୀ ପାଂଚବର୍ଷ ହେଲା ରହି ଆସୁଛନ୍ତି ।”

                ଏଭଳି କଥା ଶୁଣି ଅନସୂୟା ବିଚଳିତ ହୋଇ କହିଲେ “ଆପଣଙ୍କ ପୁତ୍ର କହିଲେ ଏହାର ଭଡାଟିଆ ଚାରିଦିନ ପରେ ଘର ବଦଳାଇବେ । ଏଥିଲାଗି ସେ ବି ମୋ ଠାରୁ ଅଗ୍ରୀମ ଏକହଜାର ଟଙ୍କା ଗ୍ରହଣ କଲେ ।”

                “ହେଲେ କାହିଁ ମୋର ତ କେହି ବି ପୁତ୍ର ନାହାଁନ୍ତି ।” ଏହା କହୁ କହୁ ବୃଦ୍ଧ ନିଜର ପତ୍ନୀକୁ ବଡପାଟିରେ ଡାକିଲେ । ତାଙ୍କ ପତ୍ନୀଙ୍କ ସହିତ ପାଶ୍ୱବର୍ତ୍ତୀ ଗୃହରେ ରହୁଥିବା ଲୋକମାନେ ବି ସେଠାକୁ ଆସିଲେ । ଅନସୂୟା ସମସ୍ତଘଟଣା ବର୍ଣ୍ଣନା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ