କଳାବତୀ

କଳାବତୀ କାଶୀର ରାଜକନ୍ୟା ଥିଲେ । ସେ ଯେତେବେଳେ ଶିଶୁ ଥିଲେ, ସେତେବେଳେ ବି ସେ ଶିବଙ୍କୁ ଧ୍ୟାନ କରୁଥିଲେ । ଋଷି ଦୁର୍ବାଷା ତାଙ୍କୁ ଧ୍ୟାନ ଓ ପ୍ରାର୍ଥନା କିପରି କରିବାକୁ ହୁଏ ତାହା ଶିଖାଇଥିଲେ । ତା’ସହିତ ସେ ତାଙ୍କୁ ଅନେକ ଗୁଡିଏ ଶକ୍ତିଶାଳୀ ମନ୍ତ୍ର ବି ଶିଖାଇଥିଲେ  ।

ମଥୁରାର ରାଜକୁମାର ଦଶାର୍ହଙ୍କ ସହ କଳାବତୀଙ୍କ ବିବାହ ହୋଇଥିଲା । ପ୍ରଥମେ ପ୍ରଥମେ ମନେ ହେଉଥିଲା, ସେ ରାଜକୁମାର ଧର୍ମପରାୟଣ ଓ ନୀତିବାଦୀ । କିନ୍ତୁ ଥରେ ରାଜା ହେବା ପରେ ଦେଖାଗଲା, ସେ ଖାଲି ନାନା ବିଳାସ ବ୍ୟସନରେ ମାତି ରହୁଛନ୍ତି । ନିଜର ବାସନା ତୃପ୍ତି ଛଡା ତାଙ୍କର ଅନ୍ୟ କେଉଁଥିରେ ବି ଆଗ୍ରହ ନଥିଲା ।

କଳାବତୀ ଯେତେବେଳେ ଏକଥା ବୁଝିଲେ, ସେତେବେଳେ ସେ ବଡ ଦୁଃଖ ପାଇଲେ । ରାଜା ବି କଳାବତୀଙ୍କୁ ଏଡାଇ ଚଳୁଥାନ୍ତି ।

କିନ୍ତୁ କଳାବତୀ ତାଙ୍କୁ ପତନରୁ ରକ୍ଷା କରିବା ନିମନ୍ତେ ବଦ୍ଧପରିକର ହେଲେ । ସେ ଥରେ ତାଙ୍କୁ ଗର୍ଗ ଋଷିଙ୍କ ଆଶ୍ରମକୁ ନେଇଗଲେ । ସେଠାକାର ପବିତ୍ର ବାତାବରଣରେ ରାଜା ବୁଝିଲେ ଯେ ବାସନା ଚରିତାର୍ଥ କରିବାରୁ ଯେଉଁ ଆମୋଦ ମିଳେ, ତାହା ତୁଳନାରେ ସତ୍ମାର୍ଗରୁ ମିଳୁଥିବା ଆନନ୍ଦର ମୂଲ୍ୟ ବହୁତ ଅଧିକ ।

ଗର୍ଗ ଋଷିଙ୍କ  ନିର୍ଦ୍ଧେଶରେ ଗୋଟିଏ ବିଶେଷ ମୁହୂର୍ତ୍ତରେ ରାଜା କାଳିନ୍ଦୀ ନଦୀରେ ବୁଡ ଦେଲେ । ଫଳରେ ତାଙ୍କର ପୂର୍ବ ପାପ ଗୋଟିଏ କାଉର ରୂପ ନେଇ ତାଙ୍କୁ ଛାଡି ଉଡି ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ