କାଉର ମୟୂର ଚାଲି

ଏହି ପରି ଭାବରେ କାଉ ବଡ ଅଭିମାନର ସହିତ ଚାଲିଲା ମୟୂର ସମାନାରେ ପହଁଚିବା ମାତ୍ରେ ମୟୂର ମାନେ ଜୋର୍ରେ ପାଟି କରିବାକୁ ଲାଗିଲେ । ଗୋଟିଏ ମୟୂର ପାଟି କରି କହିଲା – ଦେଖ ଦେଖ ତ ଏହି ନୀଚ୍ଚ କାଉକୁ । ଇଏ ଆମରି ପକା ହୋଇଥିବା ପୁଂଛ ଗୁଡିକ ଯୋଗାଡ କରି ମୟୂର ବେଶ ଧାରଣ କରିଛି । ଏହାକୁ ଆକ୍ରମଣ କର ଆଉ ଖୁମ୍ପି ଖୁମ୍ପି, ପଞ୍ଝା ମାରି ଏହାକୁ ରକ୍ତାକ୍ତ କରି ଦିଅ ।

ଏହା ଶୁଣିବା କ୍ଷଣି ସବୁ ମୟୂର ମାନେ ଏକ ସଙ୍ଗେ ଆକ୍ରମଣ କଲେ ଏବଂ ଥଂଟ ଓ ପଞ୍ଝାରେ ଆକ୍ରମଣ କରି କାଉଟିକୁ ରକ୍ତାକ୍ତ କରି ଦେଲେ । ସେ ସେଠାରୁ କିପରି ପଳାୟନ କରିବ ସେହି ବିଷୟରେ ଚିନ୍ତା କରିବାକୁ ଲାଗିଲା । ଯେ କୌଣସି ମତେ ନିଜକୁ ମୁକୁଳାଇ କାଉ ମାନଙ୍କ ପାଖରେ ପହଁଚି ଗଲା । କାଉ ମାନଙ୍କୁ କହିଲା ଏହି ମୟୂର ମାନେ କାଉ ମାନଙ୍କ ସହିତ ଶତ୍ରୁତା କରୁଛନ୍ତି । କିଛି ସମୟ ପୂର୍ବର କଥା ମୁଁ ତାଙ୍କ ସମାନା ଦେଇ ଯାଉ ଥିବା ବେଳେ ମୟୂର ମାନେ ସମସ୍ତ କାଉ ମାନଙ୍କୁ ଭତ୍ସନା କରି ଗାଳିମନ୍ଦ କରୁଥିଲେ ।

ଏହା ଶୁଣି ବୁଢା କାଉ ସମସ୍ତ କାଉ ଭାଇ ମାନଙ୍କୁ କହିଲା – ଶୁଣ ଏହି ବଦ୍ମାସର କଥା । ଏହି ବଦ୍ମାସ କାଉ ମୟୂର ବେଶ ଧାରଣ କରି ମୟୂର ମାନଙ୍କ ସଙ୍ଗେ ସମକକ୍ଷ ହେବାକୁ ଚେଷ୍ଟା କରୁ ଥିଲା । ୟାଙ୍କର ଏତିକି ବି ଜ୍ଞାନ ନାହିଁ କି ଯେଉଁ ପ୍ରାଣୀ ନିଜ ଜାତି ଉପରେ ସନ୍ତୁଷ୍ଟ ନୁହେଁ, ତାହାକୁ ବଦଳାଇବାକୁ ଚେଷ୍ଟା କରେ ସେ ପ୍ରାଣୀ ମହା ମୂର୍ଖ । ଆଜି ସେ ମୟୂର ରୂପ ଧାରଣ କରି ମୟୂର ମାନଙ୍କ ପାଖକୁ ଯାଇ ଥିଲା । ମୟୂର ମାନଙ୍କ ଠାରୁ ନାତ ଖାଇ ପୁଣି ଆମ ପାଖକୁ ଚାଲି ଆସିଲା । ବଦ୍ମାସ, ଧୋକାବାଜ କୋଉଠିକାର, ଏହାକୁ ତଂଟିଆ ମାରି ଏଠାରୁ ତଡି ଦିଅ ଆଉ ମନ ଇଚ୍ଛା ଖୁମ୍ପି ବାହାର କରି ଦିଅ ।

ଏହା ଶୁଣିବା ମାତ୍ରେ ଦଳବଦ୍ଧ ଭାବେ କାଉ ମାନେ ତାହାକୁ ଆକ୍ରମଣ କରି ଜୀବନରେ ମାରି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ