କାଠୁରିଆ ପୁଅ ଓ ଦୁଇ ଭୂତୁଣୀ

ସଂନ୍ଧ୍ୟା ଯାଇ ରାତି ହେଲା । ଏଣେ ଦିପୁର ବାପାମା’ ଗଭୀର ଚିନ୍ତାରେ ପଡିଗଲେ । ସେମାନେ କହିଲେ – ଛୋଟ ପିଲାଟିଏ । ଏତେ ବଡ ଜଙ୍ଗଲ ମଧ୍ୟରେ ଆଉ ହଜିଗଲା କି । କୌଣସି ଜୀଜନ୍ତୁଙ୍କ ହାବୁଡରେ ପଡିଲା କି! ଏହି ଚିନ୍ତାରେ ପଡିଗଲେ । ଏହି ସମୟରେ ସେ ଶୁଆ ଆସି ଦିପୁର ବାପାମା’ଙ୍କୁ ଦୁଇ ଭୂତୁଣୀଙ୍କ କଥା କହିଲା । ଦିପୁର ବାପମା’ ସେ ଶୁଆଠାରୁ ସବୁଶୁଣି ଖାଲି ହସିବାକୁ ଲାଗିଲେ । କହିଲେ – ଆମ ଦିପୁ ବହୁତ ବୁଦ୍ଧିମାନ ଓ ଚତୁର । ସେ ସେହି ଦୁଇ ଭୂତୁଣୀଙ୍କୁ ଉଚିତ୍ ଶିକ୍ଷା ଦେବ । ଏକଥା କହି କାଠୁରିଆ ଓ ତା’ ସ୍ତ୍ରୀ ଶୋଇ ପଡିଲେ । ମାତ୍ର ସେ ଶୁଆଟି ପରିସ୍ଥିତି ବିଷୟରେ ଅବଗତ ଥିବାରୁ ସେ ଖାଲି ପ୍ରମାଦ ଗଣିବାକୁ ଲାଗିଲା । ତେଣୁ ସେ ଭାବିଲା – ଏବେ ଦିପୁକୁ ଆଉ କେହିବି ରକ୍ଷା କରିପାରିବେନି ।

ଅମାବାସ୍ୟା ଆହୁରି ପାଂଚଦିନ ଥାଏ । ପ୍ରଥମ ଭୂତୁଣୀ କହିଲା – ଏଡେ ବକଟେ ପିଲାଟା । ମୁଁ ଏକୁଟିଆ ଜଗିବି । ତୁ ଏଠାରେ କ’ଣ କରିବୁ । ଦ୍ୱିତୀୟ ଭୂତୁଣୀ କହିଲା – ତା ହେଲେ ଠିକ୍ ଅଛି । ତୁ ଏ ଟୋକାଟାକୁ ଜଗିଥା । ମୁଁ ଯାଉଛି । କିଛି ଖାଇବା ନେଇ ଆସିବି । ପ୍ରଥମ ଭୂତୁଣୀ ତ ଦିପୁକୁ ଜଗିଥାଏ । ଏହି ସମୟରେ ଦିପୁ ତାକୁ ପଚାରିଲା – ତୁମେ ଏ ଭୂତୁଣୀ ରୂପ ପାଇଲ କେମିତି? ଏକଥା ଶୁଣି ସେ ପ୍ରଥମ ଭୂତୁଣୀ କହିଲା – “ମୁଁ ଜଣେ ଜମିଦାରଙ୍କ ଝିଅ । ମୋ ବାପା ଗରିବଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ । ଏହି କାରଣରୁ କିଛି ଗ୍ରାମବାସୀ ଗାଁ ଛାଡି ପଳେଇଗଲେ । ଏହିପରି ଭାବେ ଆସ୍ତେ ଆସ୍ତେ ଗାଁଟା ପୁରାପୁରି ଲୋକ ଶୂନ୍ୟ ହୋଇଗଲା । ଗୁମାସ୍ତା କହିଲେ – ଜମିଦାରଙ୍କର ଏସବୁ ଅଘଟଣ କେବଳ ତାଙ୍କ ଝିଅ ପାଇଁ ହିଁ ହଉଛି । ଗାଁ ତ ସମ୍ପୁର୍ଣ୍ଣ ରୂପେ ଜନଶୂନ୍ୟ ହୋଇଗଲାଣି । ତେଣୁ ଜମିଦାର ମହାଶୟ ବି ଧିରେ ଧିରେ ଗରିବ ହୋଇଯାଉଛନ୍ତି । ତାପରେ ଜମିଦାର ତାଙ୍କ ଗୁମାସ୍ତାଙ୍କ କଥାରେ ପଡି ମତେ ସେ ଘରୁ ବାହାର କରିଦେଲେ । ଦିନେ ଗାଁ ଲୋକମାନେ ମତେ ଏକୁଟିଆ ବୁଲିବାର ଦେଖିପକାଇଲେ । ସେହି ଗାଁ ଲୋକଙ୍କ ଡରରେ ମୁଁ ଗୋଟିଏ କୂଅ ଭିତରକୁ ଡେଇଁପଡିଲି । ଆଉ ସେ କୂଅ ଭିତରେ ବହୁତ ପାଣିଥିଲା । ତେଣୁ ସେ ପାଣିରେ ବୁଡି ମୁଁ ମରିଗଲି ଓ ତା’ପରେ ତ ମୁଁ ଏଇ ଭୂତୁଣୀ ରୂପରେ ଘୂରିବୁଲୁଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ