କାଠୁରିଆ ପୁଅ ଓ ଦୁଇ ଭୂତୁଣୀ

ଏ କଥା ଶୁଣି ଦିପୁର ସେ ପ୍ରଥମ ଭୂତୁଣୀ ପ୍ରତି ଟିକେ ଦୟା ଆସିଲା । ତହୁଁ ସେ ଦିପୁ କହିଲା – ତୁମେ ଯଦି ମୋ କଥା ମାନିବ ତେବେ ମୁଁ ତୁମକୁ ତୁମ ପୂର୍ବ ରୂପ ନିଶ୍ଚୟ ଫେରାଇ ଦେଇପାରିବି । ତୁମେ ଭୂତୁଣୀରୁ ପୁଣି ଝିଅଟିଏ ହୋଇପାରିବ । ଏକଥା ଶୁଣି ସେ ପ୍ରଥମ ଭୂତୁଣୀର ଦିପୁ ପ୍ରତି ଟିକେ ସନ୍ଦେହ ହେଲା । କିନ୍ତୁ ଦିପୁ ସେ ଭୂତୁଣୀର ମନ କଥା ଜାଣିପାରି କହିଲା – ତୁମେ ମୋ ଉପରେ ଆଦୌ ସନ୍ଦେହ କରନାହିଁ । ମୁଁ ଯାହା ବି କହୁଛି ସେ ସବୁ ସତ କଥା । ମୋ ଉପରେ ବିଶ୍ୱାସ ରଖ । ସବୁ ଶୁଣି ଏଥର ସେ ପ୍ରଥମ ଭୂତୁଣୀ କହିଲା – ତେବେ ମୁଁ କ’ଣ କରିବି କୁହ । ଏ ଭୂତୁଣୀ ରୂପ ମତେ ବି ଆଉ ଭଲ ଲାଗୁନି । ଦିପୁ କହିଲା – ଅମାବାସ୍ୟା ଦିନ ତୁମ୍ଭେ ତ ମତେ ହତ୍ୟା କରିବ ସତ ମାତ୍ର ତୁମେ ଯେପରି ମୋ ମଲା ଦେହକୁ ନ ଦେଖ । କାରଣ ତୁମେ ମୋର ମଲା ଦେହ ଦେଖିଲେ ତୁମେ ବି ମରିଯିବ । ଦିପୁର ଏପରି କଥା ଶୁଣି ପ୍ରଥମ ଭୂତୁଣୀ କହିଲା – ଏପରି କାହିଁକି? ତହୁଁ ସେ ଦିପୁ କହିଲା – ତୁମକୁ ବାଳକ ହତ୍ୟା ଦୋଷ ଲାଗିଯିବ । ତାପରେ ତୁମ୍ଭେ ପୁଣି ସାତ ଜନମ ପାଇଁ ଏହି ଭୂତୁଣୀ ରୂପରେ ଘୂରିବୁଲିବ । ତେଣୁ ମତେ ହତ୍ୟା କରିବା ସମୟରେ ତୁମେ ନିଜ ଆଖିରେ କଳା କନା ପଟି ବାନ୍ଧି ଦେବ । ଯାହା ଫଳରେ କି ତୁମେ ଆଉ ମୋ ମଲା ଶରୀର ଦେଖିପାରିବ ନାହିଁ ।

ଏକଥା ଶୁଣି ସେ ପ୍ରଥମ ଭୂତୁଣୀ ଅତ୍ୟନ୍ତ ଖୁସି ହୋଇଗଲା । ଭାବିଲା – ଦ୍ୱିତୀୟ ଭୂତୁଣୀ ଏ ପିଲାଟିକୁ ହତ୍ୟା କରିବ ଓ ଦେଖିବ । ଆଉ ମୁଁ ନା ଦେଖିବି ନା ହତ୍ୟା କରିବି । ଅମାବାସ୍ୟା ରାତ୍ରୀ । ଅନ୍ଧାରରେ ତ କିଛି ବି ଦେଖାଯାଉନଥିବ । ବାସ୍, ସବୁ ଦୋଷ କେବଳ ସେ ଦ୍ୱିତୀୟ ଭୂତୁଣୀର ହିଁ ହେବ । ତାପରେ ମୁଁ ଚୁପ୍ କିନା ରକ୍ତ ପିଇଯିବି ଓ ମଣିଷ ରୂପ ପାଇଯିବି । ଏ କଥା ଭାବି ପ୍ରଥମ ଭୂତୁଣୀ ମନେ ମନେ ବହୁତ ଖୁସି ହେଲା ଓ ଆସନ୍ତା ଅମାବାସ୍ୟା ରାତ୍ରୀକୁ ଅପେକ୍ଷା କଲା । ଏହି ସମୟରେ ଦ୍ୱିତୀୟ ଭୂତୁଣୀ ଦୁଇ ତିନିଟା ଛୁଆ ହରିଣ ଓ ଠେକୁଆ ଧରି ଆସି ପହଁଚିଲା । ତାପରେ ଭୂତୁଣୀ ଦୁହେଁ ଖାଇ ପିଇ ରାତିସାରା ଖୁବ୍ ମଜା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ