କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ

ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା । ତାଙ୍କର ‘ରତନା’ ନାମରେ ଏକ ବିଶ୍ୱସ୍ତ ଚାକର ଥିଲା । ସେ ଅତ୍ୟନ୍ତ ସଚ୍ଚୋଟ ଏବଂ ପ୍ରଭୁଭକ୍ତ ଥିବାରୁ ରାଜେନ୍ଦ୍ର ପ୍ରସାଦ ତାକୁ ବହୁତ ଭଲ ପାଉଥିଲେ ।

                ଦିନକର କଥା । ରତନା ଘର ଓଳାଉଥିବାବେଳେ ବାବୁଙ୍କର ଅତି ପ୍ରିୟ ପାର୍କର କଲମଟି ଅକସ୍ମାତ୍ ତଳେ ଖସିପଡିବାରୁ ତା’ର ମୁନଟି ଭାଙ୍ଗିଗଲା । ସେବକ ରତନାର ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି ସେ ମନରେ ଭାରି ଦୁଃଖ ପ୍ରକାଶ କଲା । ମାତ୍ର ଏହି ଘଟଣାକୁ ଲୁଚାଇ ନ ରଖି ବାବୁଙ୍କ ଆଗରେ ସତ ସତ କହିଦେବାପାଇଁ ସେ ଠିକ୍ କଲା ।

                ମନରେ ଅପାର ସାହସ ସଂଚୟ କରି ବାବୁଙ୍କ ପାଖରେ ଯାଇ ସେ ଠିଆହେଲା ଓ ସତଘଟଣାଟି ପ୍ରକାଶ କରିଦେଲା । ଏହା ଶୁଣି ରାଜେନ୍ଦ୍ର ପ୍ରସାଦ ଖୁବ୍ ରାଗିଯାଇ ଚାକିରି ଛାଡି ଚାଲିଯିବା ପାଇଁ ରତନାକୁ ତୁରନ୍ତ କହିଦେଲେ । ମାତ୍ର ଚାକରଟି ଅତ୍ୟନ୍ତ ସ୍ନେହୀ ଥିବାରୁ ସେ ରାଜେନ୍ଦ୍ର ପ୍ରସାଦଙ୍କ ଘର ଛାଡି ମୋଟେ ଗଲା ନାହିଁ ।

                ରାତିରେ ଶୋଇବାକୁ ଯିବାବେଳକୁ ରାଜେନ୍ଦ୍ର ପ୍ରସାଦଙ୍କର ହଠାତ୍ ସକାଳର ସେଇ ଘଟଣା କଥା ମନେପଡିଲା । ସେ ଏଥିଲାଗି ବହୁତ ଅନୁତାପ ବି କଲେ । ମନେ ମନେ ଭାବିଲେ ବିଚରା ଚାକରଟି ସତକଥା କହିବାକୁ ଯାଇ ଅଯଥାରେ କେତେ ଗାଳି ଖାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ