କିଏ ଭଲ କିଏ ଅସଲ ଭେଲ?

ରାଣୀ ମହୁମାଛିର ଏପରି ଆଦେଶ ଓ ନିର୍ଦ୍ଧେଶରେ ପ୍ରଜା ମହୁମାଛିମାନେ ମହୁଫେଣାକୁ ଫେରିଗଲେ । ମହୁ ଆଣିଲେ ସମସ୍ତେ । ବିଲୁକୁ ମହୁ ଖାଇବାକୁ ଦେଲେ ଓ କହିଲେ ବିଲୁ ଭାଇ ତୁମେ ଆଜି ଆମ ରାଣୀଙ୍କ ଜୀବନ ରକ୍ଷା କରିଛ, ଏଣୁ ଆମେ ସମସ୍ତେ ତୁମ ନିକଟରେ ଚିର କୃତଜ୍ଞ । ତେଣୁ ଦୟାକରି ଆମର ଏ ଛୋଟିଆ ଦାନଟିକୁ ମହା ଆନନ୍ଦରେ ଗ୍ରହଣ କର । ଏ ମହୁ ଆମେ ଦେଉଛୁ ତୁମେ ଖାଅ । ବିଲୁ ଭାଲୁଟି ମହୁମାଛିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲା । ସେ ଚୁଗୁଲି ଭାଲୁ ତ ଏ ଦୃଶ୍ୟ ଗଛ ଆଢୁଆଳରେ ଛକି ଦେଖୁଥାଏ । କିନ୍ତୁ ଚୁଗୁଲି ଭାଲୁ ମହୁମାଛି ଓ ସେ ବିଲୁ ଭାଲୁଙ୍କର କଥାବାର୍ତ୍ତାକୁ ଆଦୌ ଶୁଣିପାରି ନଥିଲା । ଚୁଗୁଲି ଭାଲୁ କଦାପି ଜାଣିପାରି ନାହିଁ ଯେ, ବିଲୁ ଭାଲୁ ଯୋଗୁଁ ରାଣୀ ମହୁମାଛି ରକ୍ଷା ପାଇଗଲା ବୋଲି । କିନ୍ତୁ ସେ ଚୁଗୁଲି ଭାଲୁ ଭାବୁଥାଏ, ମହୁମାଛିମାନେ ଏ ବିଲୁକୁ କାହିଁକି ମହୁ ଖାଇବାକୁ ଦେଲେ? ବୋଧହୁଏ ମହୁମାଛିମାନେ ବିଲୁକୁ କ୍ଷମା କରିଦେଲେ । କିମ୍ବା ମହୁମାଛିମାନେ ବିଲୁ ଭାଲୁକୁ ଭୟ କରି ମହୁ ଖାଇବାକୁ ଦେଉଛନ୍ତି । ଏହିଭଳି ଅନେକ କଥା ଭାବିଲା ଚୁଗୁଲି ଭାଲୁ । ତାପରେ ସେ ଚୁଗୁଲି ଭାଲୁ ଆଉ ଗଛ ଆଢୁଆଳରେ ଛକି ନରହି ପଦାକୁ ବାହାରି ଆସିଲା, ଏବଂ ମହୁମାଛିମାନଙ୍କୁ କହିଲା, ହେ ମାଛିମାନେ ରହିଯାଅ, ତମେ ସମସ୍ତେ ସେ ବଦ୍ମାସ ଭାଲୁକୁ କାହିଁକି ‘ମହୁ’ ଖାଇବାକୁ ଦେଉଛ? ସେ ପରା ତୁମ ମହୁଫେଣାକୁ ପଥର ଫିଙ୍ଗିଲା । ଅଥଚ ତୁମେ ତାଙ୍କୁ ‘ମହୁ’ ଖାଇବାକୁ ଦେଉଛ? ମହୁମାଛିମାନେ ଭୀଷଣ ଭାବରେ ରାଗିଗଲେ ବିଲୁ ଭାଲୁ ଉପରେ ଚୁଗୁଲି ଭାଲୁର ମିଛ କଥା ଶୁଣି । ମହୁମାଛିମାନେ ଏପରି ରାଗିଯିବାର ଦେଖି ରାଣୀ ମହୁମାଛି କହିଲା, ରହିଯାଅ, ପ୍ରଜା ମାଛିବୃନ୍ଦ, ତହୁଁ ହଠାତ୍ ସେ ମାଛିମାନେ ରହିଗଲେ । ତାପରେ ସେ ରାଣୀ ମହୁମାଛି  କହିଲା, ବଦ୍ମାସ ଏଇ ମୁହୂର୍ତ୍ତରେ ଗଛ ଆଢୁଆଳରୁ ବାହାରି ନିଜକୁ ସାଧୁ ବୋଲି ପରିଚୟ ଦେଉଛୁ । ବିନ୍ଧିଯାଅ ମାଛିବୃନ୍ଦ, ଏ ବଦମାସକୁ ଆକ୍ରମଣ କର । ତାପରେ ସବୁ ମହୁମାଛୀମାନେ ରାଣୀ ମହୁମାଛିର ଆଦେଶ ପାଇ ସେ ଚୁଗୁଲି ଭାଲୁର ସାରା ଶରୀରକୁ ବିନ୍ଧି ଦେଇଗଲେ । ଫଳରେ ସେ ଚୁଗୁଲି ଯନ୍ତ୍ରଣାରେ ଖାଲି ଭାଁ ଭାଁ ହୋଇ ଦୌଡି ପଳାଇଲା । କୁଆଡେ ଯିବ ବୋଲି ବାଟ ବି ପାଇଲା ନାହିଁ । ସେହିଦିନୁ ସେ ଚୁଗୁଲି ଭାଲୁ କେବେ ବି ମହୁଫେଣାକୁ ଟେକା ଫିଙ୍ଗେ ନାହିଁ କି ବଦମାସ୍ କାମ ବି କରେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ