କୁଆ ଏବଂ କଳାନାଗ

ଏହାପରେ ତୁମେ ଜଣେ ଧନୀ ବ୍ୟକ୍ତିଙ୍କ ଘରକୁ  ଯିବ । ତୁମକୁ ଲକ୍ଷ୍ୟ କରିବାକୁ ହେବ, ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟମନସ୍କ ଥିବେ ତାଙ୍କ ବେକରୁ ହାରଟିକୁ ଝାମ୍ପି ଆଣିବାକୁ ପଡିବ । ଏହାପରେ ତୁମ ପଛରେ ନିଶ୍ଚୟ ଜଗୁଆଳୀମାନେ ଧାଇଁବେ । ତୁମେ କିନ୍ତୁ ଧୀରେ ଧୀରେ ଉଡୁଥିବ । ଶେଷରେ ସେହି ହାରଟିକୁ ସାପ ରହୁଥିବା ଗାତରେ ପକାଇ ଦେବ । ଧନୀ ବ୍ୟକ୍ତିଙ୍କ ଜଗୁଆଳୀ ଏକଥାକୁ ଦେଖିପାରିବେ । ତେଣୁ ଗାତ ମଧ୍ୟରୁ ହାର ବାହାର କରିବା ସମୟରେ ଜଗୁଆଳୀମାନେ ବିଷଧର ସର୍ପକୁ ଦେଖିଲେ ତାକୁ ନିଶ୍ଚୟ ଜୀବନରୁ ମାରିଦେବେ ।

        ଶୃଗାଳର ଉପଦେଶ ଶୁଣିସାରିବାପରେ କୁଆ ଦମ୍ପତ୍ତି ଲକ୍ଷ୍ୟ ପୂରଣ ଉଦ୍ଧେଶ୍ୟରେ ବାହାରିଗଲେ । ଉଡି ଉଡି ଯାଉଥିବା ସମୟରେ, ଏକ ହ୍ରଦ ମଧ୍ୟରେ ରାଣୀ ଅନ୍ତଃପୁରର ମହାରାଣୀ ଏବଂ ତାଙ୍କର ସହଚରୀମାନେ ସ୍ନାନ କରୁଥିବାର ଦେଖିବାକୁ ପାଇଲେ । ସ୍ନାନ ସମୟରେ ସେମାନେ ସୁନା ଏବଂ ମୋତି ଖଚିତ ରତ୍ନହାର ସହିତ ମୂଲ୍ୟବାନ ପୋଷାକ ଗୁଡିକୁ ହ୍ରଦର ପାହାଚ ଉପରେ ରଖିଥାଆନ୍ତି । ମା’କୁଆଟି ସୁଯୋଗ ଦେଖି ଏକ ମୋତି ମାଳା ଉଠାଇ ଆଣି ଉଡିବାକୁ ଲାଗିଲା । ମହାରାଣୀଙ୍କର ଅଙ୍ଗରକ୍ଷୀମାନେ ଏହା ଦେଖିବା ମାତ୍ରକେ ଠେଙ୍ଗା ବାଡି ଅସ୍ତ୍ର ଶସ୍ତ୍ର ଧରି କୁଆର ପଛେ ପଛେ ଧାଇଁଲେ । ଶେଷରେ କୁଆଟି ମୋତି ମାଳାଟିକୁ ସାପ ରହୁଥିବା ଗଛର ଗାତ ମୂଳରେ ପକାଇ ଦେଲା । ରାଜାଙ୍କ ଅଙ୍ଗରକ୍ଷୀ ଏହା ଦେଖିବା ପରେ ସଂଗେ ସଂଗେ ଗାତ ମଧ୍ୟରୁ ମୋତି ମାଳାଟିକୁ ବାହାର କରିବାକୁ ଉଦ୍ୟମ କରନ୍ତେ ଦେଖିଲେ ଏକ ବିଷଧର ସର୍ପ । ଶେଷରେ ସେମାନେ ଧରିଥିବା ବାଡି ସାହାଯ୍ୟରେ ସାପକୁ ମାରି ରତ୍ନମାଳାଟିକୁ ପାଇବାପରେ ମହାରାଣୀଙ୍କ ନିକଟକୁ ଫେରିଗଲେ । ସାପର ମୃତ୍ୟୁପରେ କୁଆ ଦମ୍ପତ୍ତି ଆନନ୍ଦରେ ବରଗଛରେ ବାସ କଲେ ।

        ଏହି ଗପରେ ଆମେ ଦେଖିଲେ ଯେ, ଶରୀରର ବଳ ଅପେକ୍ଷା ବୁଦ୍ଧିର ବଳ ହିଁ ଅଧିକ । ଜଣେ ବୁଦ୍ଧିମାନ ବ୍ୟକ୍ତି ପକ୍ଷରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ