କୁଆ ଏବଂ ପେଚା ମାନଙ୍କ ମଧ୍ୟରେ ଶତ୍ରୁତା

       କୁଆ ନିଜର ମତାମତ ପ୍ରଦାନ କରିବାକୁ ଯାଇ କହିଲା, ‘ମୁଁ ତୁମ୍ଭମାନଙ୍କ ସହିତ ଏକମତ ନୁହେଁ । ତୁମ୍ଭେମାନେ କିପରି ଏକ ଅସୁନ୍ଦର ଏବଂ ଦିନାନ୍ଧ ପକ୍ଷୀକୁ ରାଜା ରୂପେ ନିର୍ବାଚିତ କଲ? ଆମ୍ଭମାନଙ୍କ ମଧ୍ୟରେ, ମୟୂର, କୋଇଲି, ହଂସ, ସାରସ, ପାରା ଇତ୍ୟାଦି ସୁନ୍ଦର ପକ୍ଷୀମାନେ ଥାଉ ଥାଉ ତୁମ୍ଭେମାନେ କିପରି ଏହି କାର୍ଯ୍ୟ କଲ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ତୁମ୍ଭମାନଙ୍କର ଏହି କାର୍ଯ୍ୟରେ ଏକମତ ନୁହେଁ । ତା’ର ଆଖି ଯୋଡିକ ଉଚ୍ଚ, ଏବଂ ନାକଟି ବଙ୍କା । ଯେତେବେଳେ ସେ ରାଗିଯିବ ପ୍ରକୃତରେ ସେ ଭୟଙ୍କର ଦେଖାଯିବ । ଗରୁଡଙ୍କ ପରି ରାଜା ଥାଉଁ ଥାଉଁ ଏହି ଅସୁନ୍ଦର ପକ୍ଷୀଟିକୁ ରାଜା କରି ଭୁଲ୍ କର ନାହିଁ । ଜଣେ ରାଜା ଅଛନ୍ତି, ତାଙ୍କ ଉପସ୍ଥିତିରେ ଅନ୍ୟ ଜଣକୁ ରାଜା ରୂପେ ବାଛ ନାହିଁ । ଗରୁଡଙ୍କ ନାମ ଶୁଣିବା ମାତ୍ରକେ ଆମ୍ଭମାନଙ୍କର ଶତ୍ରୁ ମଧ୍ୟ ଭୟଭୀତ ହୋଇପଡେ ।’ ଏହା କହି କୁଆ ଏକ କାହାଣୀ କହିବାକୁ ଆରମ୍ଭ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ