କୁକର୍ମର ବିଷଫଳ

       ଗୋଟିଏ ଗାଁରେ ବଟ ଓ ନଟ ଦୁଇଭାଇ ଥିଲେ । ସ୍ୱଭାବରେ ବଟ ଅତ୍ୟନ୍ତ ଶାନ୍ତଶିଷ୍ଟ ଥିଲା, ହେଲେ ନଟ ଥିଲା ବହୁତ ଦୁଷ୍ଟ । ବଟ ଘରକାମରେ ବାପାଙ୍କୁ ସାହାଯ୍ୟ କରେ, ହେଲେ ଅମାନିଆ ନଟ କାହା କଥା ଶୁଣେନି । ଘରେ ବାହାରେ ସବୁଠି ଦୁଷ୍ଟାମୀ କରେ, ଅଯଥାରେ ବୁଲି ବୁଲି ସମୟ ନଷ୍ଟ କରିଦିଏ । ଲୋକମାନେ ନଟର ଏପ୍ରକାର କୁପ୍ରବୃତିକୁ ଘୃଣା କରନ୍ତି ।

       ଦୁଇଭାଇ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠପଢନ୍ତି । ଦିନେ ଗୁରୁଜୀ ଦୁହିଁଙ୍କୁ ଡାକି କହିଲେ, “ଆଶ୍ରମ ନିକଟରେ ଯେଉଁ ନଦୀ ବହିଯାଇଛି, ସେଠାରେ ଜଣେ ସାଧୁ ତପସ୍ୱୀ ରହୁଛନ୍ତି । ତୁମେ ଦୁଇଜଣଯାକ ପ୍ରତ୍ୟହ ତାଙ୍କ ପାଖକୁ ଯାଇ କିଛି ଶାସ୍ତ୍ରଜ୍ଞାନ ଆହରଣ କର । ତୁମମାନଙ୍କର ସ୍କୁଲପାଠ ସହିତ ଶାସ୍ତ୍ରଜ୍ଞାନ ବି ଲୋଡା ।”

       ଏବେ ଗୁରୁଜୀଙ୍କ କଥାରେ ଦୁଇଭାଇ ଚାଲିଲେ ସାଧୁଙ୍କ ଆଶ୍ରମକୁ । ତାଙ୍କୁ ମୁଣ୍ଡିଆ ମାରି ଆସିବାର ଅଭିପ୍ରାୟ ଜଣାଇଲେ ।

       ସାଧୁବାବା ଦୁହିଁଙ୍କୁ ପରୀକ୍ଷା କରି ଏବେ ବଟକୁ ଶାସ୍ତ୍ରଜ୍ଞାନ ଶିକ୍ଷା ଲାଗି ଅନୁମତି ଦେଲେ । ମାତ୍ର ନଟକୁ ମନା କରିଦେଲେ ତାର ନଟଖଟିଆ ପ୍ରକୃତି ଲାଗି । ଏହାଦ୍ୱାରା ଶିକ୍ଷକ ନଟକୁ ପିଲାଙ୍କ ଆଗରେ ତିରସ୍କାର କରିବାରୁ ନଟ ଏବେ ସାଧୁଙ୍କ ଉପରେ ଭୀଷଣ ରାଗିଗଲା । ସେ ମନେ ମନେ ଠିକ୍ କଲା ଆଶ୍ରମକୁ ଟେକା ପଥର ମାରି ଭାଙ୍ଗି ଦେଲେ ସାଧୁବାବା ଏଠା ଛାଡି ଚାଲିଯିବେ । ଶିକ୍ଷକ ଆଉ ଶାସ୍ତ୍ରଜ୍ଞାନ ଅଧ୍ୟୟନ ପାଇଁ ପଠାଇବେ ନାହିଁ । ଏହି କଥା ମନରେ ଭାବି ନଟ ସାଧୁଙ୍କ ଆଶ୍ରମକୁ ସାଧୁ ଧ୍ୟାନରେ ବସିଥିଲା ବେଳେ ଟେକା ପଥର ଫିଙ୍ଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ