କୁକୁଡାର ନାଲିଚୁଳ

ବିଲୁଆ ଗୋଟିଏ ଉପାୟ ଚିନ୍ତା କଲା । ସେ’ ତ ବହୁତ ଚାଲାକ୍ ତେଣୁ ସେ ସେମାନଙ୍କ ନିକଟକୁ ଧୀରେ ଧୀରେ ଆସିଲା । ବିଲୁଆକୁ ଦେଖି କୁକୁର ଭୋ… ଭୋ… ରଡି ଛାଡି ବିଲୁଆ ଉପରକୁ ଡେଇଁ ପଡିଲା । ଏମିତି ଘଟଣା ଦେଖି ବିଲୁଆ ଡରିନଯାଇ ଦୁଇ ହାତ ଯୋଡି ଠିଆ ହୋଇ କହିଲା – “କୁକୁର ଭାଇ ତୁମେ ମୋତେ କୁକୁଡା ଛୁଆମାନଙ୍କର ଶତ୍ରୁ ବୋଲି ମନେକରୁଛ । ସତରେ ତୁମେ ବିଶ୍ୱାସ କର ମୁଁ ତାଙ୍କର କୌଣସି କ୍ଷତି କରିବି ନାହିଁ । ବଣ ଓ ଜଙ୍ଗଲରେ ବୁଲୁଥିବା ବିଲୁଆଙ୍କ ପରି ମୁଁ ନୁହେଁ । ମୁଁ ଏଇନା ବୁଢା ହୋଇ ଗଲିଣି । ମୋର ମୃତ୍ୟୁ ସମୟ ପାଖେଇ ଆସିଲାଣି । ତମମାନଙ୍କର ସ୍ନେହ ଓ ମମତା ଦେଖି ମୋତେ ବହୁତ ଖୁସି ଲାଗିଲା । ତେଣୁ ତୁମେ ମୋତେ ଭାଇ ଭାବରେ ଗ୍ରହଣ କରିନିଅ । କୁକୁଡା ମୋର ଭଉଣୀ ଓ ତା’ର ଛୁଆମାନେ ମୋର ଭାଣିଜୀ । ଜୀବନରେ ଏହି ବୁଢା ବୟସରେ ଲୋକମାନଙ୍କର କିଛି ଉପକାର କରି ମୁଁ କରିଥିବା ପାପର ପ୍ରାୟଶ୍ଚିତ କରିବି । ମୁଁ ମୋ ବଂଶର ରାଣଖାଇ ଶପଥ କରି କହୁଛିଯେ ମୁଁ କେବେବି ବିଶ୍ୱାସଘାତକତା କରିବି ନାହିଁ । ଯଦି ମୁଁ କେବେ ବିଶ୍ୱାସଘାତକତା କାର୍ଯ୍ୟକରେ ତେବେ ମୋ ବଂଶଧରମାନେ ରାତିରେ ଏକସଙ୍ଗେ ବୋବାଳି ଛାଡିବେ, ଯାହାଦ୍ୱାରା ରାତ୍ରିରେ ଅନ୍ୟଜୀବମାନେ ସତର୍କ ରହିବେ ।”

        ବିଲୁଆର ଏହି ଚତୁର ପଣିଆ କଥାରେ କୁକୁର ଓ କୁକୁଡା ରାଜିହୋଇ ବାଛୁରୀକୁ ଆଶ୍ୱାସନା ଦେଇ କୁକୁର କହିଲା – “ଭାଇ ଆମେ ଦୁହେଁ ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ପରି । ମୁଁ ବଂଚିଥିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦୁଃଖ କଷ୍ଟ ସହିପାରିବି ନାହିଁ । ତମେ ମାନେ ତ ଭଲ ଭାବରେ ଜାଣିଛ ମୁଁ ମୋର ଆଘ୍ରାଣ ଶକ୍ତି ବଳରେ ଦୋଷୀମାନଙ୍କୁ ଧରି ଦଣ୍ଡବିଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

        ବଡ ଭାଇଙ୍କ କଥାଶୁଣି ବାଛୁରୀ କହିଲା – “ଭାଇ ଶାସ୍ତ୍ରରେ କହିଛି ଦୁର୍ଜନ ସଙ୍ଗେ କଲେ ବାସ ନିଶ୍ଚେ ଘଟିବ ସର୍ବନାଶ ।” ହେଲା, ମୁଁ ମଧ୍ୟ ତୁମମାନଙ୍କ ସହିତ ଏକ ମତ ଦେଉଛି । ସେଇ ଦିନଠାରୁ ବିଲୁଆ ସନ୍ଧ୍ୟା ହେଲେ ରାବି ଘର ବାଡିରେ ଆସି ପହଁଚିଯାଏ । କୁକୁର, ବାଛୁରୀ, ବିଲୁଆ ଓ କୁକୁଡାର ପରିବାରମାନେ ମିଶି ରାତିରେ ନାନା ପ୍ରକାର କାମ, ଯଥା- ନାଚ, ଗୀତ ଓ ଭୋଜି ଭାତର ଆୟୋଜନ କରନ୍ତି । ବିଲୁଆ ପାହାନ୍ତି ପହର ବେଳକୁ ନଈକୂଳରେ ଥିବା ଘଂଚ ଜଙ୍ଗଲିଆ ବୁଦା ଭିତରେ ଥିବା ତା’ର ଗାତ ଭିତରେ ଲୁଚିରହେ ।

        ଦିନେ ସନ୍ଧ୍ୟାବେଳେ ବିଲୁଆ ଚାଷୀଟିର ଘର ଆଡକୁ ଆସୁଥିଲା । ଆସିବା ବାଟରେ ଶୁଣିଲା ତା’ର ଗୋଟିଏ ଭାଣିଜୀ ଚିଁ… ଚିଁ… ଶବ୍ଦକରି ଜୋର୍ରେ କାନ୍ଦୁଛି । କାନ୍ଦ ଆସୁଥିବା ଦିଗକୁ ଅନୁସରଣ କରି ବିଲୁଆ ତା’ର ଭାଣିଜୀ ପାଖରେ ପହଁଚିଲା । ସେଠାରେ ସେ ଜାଣିବାକୁ ପାଇଲାଯେ ଭାଣିଜୀ ଚରାବୁଲା କଲାବେଳେ ସେ ମାଆଙ୍କ କଥା ନମାନି ଏପରି ଦୁଃଖ ଭୋଗୁଛି । ମୁଁ ଖୁସିରେ ନାଚି ନାଚି ମୋ ଭାଇ ଭଉଣୀଙ୍କୁ ଛାଡି ଏତେ ଦୂର ଚାଲି ଆସିଲି କିନ୍ତୁ ଫେରିବା ବାଟ ମୋତେ ଜଣା ନାହିଁ । ମାମୁଁ ମୋତେ ମୋ ମାଆ ପାଖକୁ ନେଇ ଚାଲ । ଏଭଳି ସୁବର୍ଣ୍ଣ ସୁଯୋଗକୁ କ’ଣ କିଏ ହାତ ଛଡା କରେ । ବିଲୁଆଟି ତା’ର ପୂର୍ବ ଚରିତ୍ର ଦୋହରାଇଲା । ସେ ଭାଣିଜୀକୁ ଖପ୍କିନି ପାଟିରେ ପୂରାଇ ନିଜ ଗାତ ଭିତରକୁ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ