କୁକୁରର ଲାଞ୍ଜ

                କିନ୍ତୁ ତେନାଲୀରାମା କୁକୁର ପାଇଁ ଏତେ ସବୁ କାର୍ଯ୍ୟ ନକରି କୁକୁରଟି କେବଳ ବଂଚିବା ପାଇଁ ଯେତିକି ଖାଦ୍ୟ ଆବଶ୍ୟକ କରୁଥାଏ, ତେନାଲୀରାମା ତାକୁ ସେତିକି ହିଁ ଖାଦ୍ୟ ଖାଇବାକୁ ଦେଉଥାଆନ୍ତି । ଫଳରେ କୁକୁରଟି ହୃଷ୍ଟପୁଷ୍ଟ ନହୋଇ ଖାଲି ବଂଚି ରହିଥାଏ । ଏପରି ନିର୍ଜୀବ ହୋଇ ସେ ପଡିଥାଏ ଯେ, ତା’ର ଲାଞ୍ଜ ନିସ୍ତେଜ ହୋଇ କେବଳ ପଡି ରହିଥାଏ । ତେଣୁ ତାହା ସିଧା ମଧ୍ୟ ଦେଖାଯାଉଥାଏ । ଛଅ’ ମାସ ପରେ ରାଜା ସେ କର୍ମଚାରୀମାନଙ୍କୁ କୁକୁର ସହିତ ଆସି ହାଜର ହେବାକୁ କହିଲେ । ନଅ ଜ’ଣ କର୍ମଚାରୀ କୁକୁରମାନଙ୍କୁ ବେଶ୍ ହୃଷ୍ଟପୁଷ୍ଟ କରି ପାଳିଥାଆନ୍ତି । ହେଲେ ସେ ନଅଟି କୁକୁରଙ୍କର ଲାଞ୍ଜ ଆଦୌ ସିଧା ହୋଇନଥାଏ । ମାଲିସ୍, ଔଷଧ, ପୂଜାପାଠ ଏପରିକି ତନ୍ତ୍ରମନ୍ତ୍ରର କୌଣସି ପ୍ରଭାବ ସେ କୁକୁରମାନଙ୍କର ଲାଞ୍ଜ ଉପରେ ମୋଟେ ପଡିନଥାଏ । ଶେଷରେ ରାଜା ତେନାଲୀରାମାଙ୍କୁ କହିଲେ, “ତୁମ କୁକୁର କାହିଁ? ତାକୁ ଆଣି ମୋତେ ଦେଖାଅ?” ରାଜାଙ୍କ ଆଦେଶ ପାଇ ତେନାଲୀରାମା ତାଙ୍କର ଦରମଲା କୁକୁରକୁ ଆଣି ଦରବାରରେ ହାଜର କରାଇଲେ । ସେତେବେଳେ ସେ କୁକୁରଟି ଏତେ ଦୁର୍ବଳ ହୋଇ ପଡିଥାଏ ଯେ ତାର ଲାଞ୍ଜଟି ନିସ୍ତେଜ ଭାବରେ ଲଟ୍କି ରହିଥାଏ । ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ମୋର କୁକୁରକୁ ଦେଖନ୍ତୁ । ତାର ଲାଞ୍ଜ କିପରି ସଳଖି ଯାଇଛି ।”

                ତେନାଲୀରାମାଙ୍କ କଥା ଶୁଣି ରାଜା କହିଲେ, “ତେନାଲୀରାମା, କ’ଣ ତୁମ ହୃଦୟରେ ସମାନ୍ୟତମ ଦୟା ଭାବ ବି ନାହିଁ । ଏହି କୁକୁରଟିକୁ ଆବଶ୍ୟକ ମୁତାବକ ଖାଦ୍ୟ ଖାଇବାକୁ ନ ଦେଇ ତୁମେ ତା’ର କ’ଣ କରିଛ? ଏମିତିକି ତା’ର ହଲ୍ଚଲ୍ ହେବାକୁ ମଧ୍ୟ ଶକ୍ତି ନାହିଁ ।” ତାପରେ ରାଜାଙ୍କ କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ଆପଣ ତ କୁକୁରକୁ ପ୍ରଚୁର ଖାଦ୍ୟ ଦେଇ ତାକୁ ହୃଷ୍ଟପୁଷ୍ଟ କରିବା ପାଇଁ କହିନଥିଲେ । ଆପଣ କେବଳ ତା’ର ଲାଞ୍ଜ କିପରି ସିଧା କରାଯାଇ ପାରିବ ସେହି କଥା ହିଁ କହିଥିଲେ । ଏହି କାର୍ଯ୍ୟ ତ କେବଳ କୁକୁରକୁ ଭୋକିଲା ରଖିବା ଦ୍ୱାରା ହିଁ ସମ୍ଭବ ହୋଇ ପାରିବ । ଠିକ୍ ସେହିପରି ମନୁଷ୍ୟର ସ୍ୱଭାବରେ ମଧ୍ୟ କଦାପି ପରିବର୍ତ୍ତନ ଆସେ ନାହିଁ । ଯଦି ଆପଣ ମନୁଷ୍ୟକୁ ଏକ କୋଠରୀ ମଧ୍ୟରେ ବନ୍ଦକରି ତାକୁ ଖାଦ୍ୟ ପଦାର୍ଥ ଖାଇବାକୁ ନ ଦେଇ, ତାକୁ ମାରିବା ସଂଗେ ସଂଗେ, ତାର ସ୍ୱଭାବକୁ ମଧ୍ୟ ମାରିଦେଇ ପାରନ୍ତି । ଶେଷରେ ସେ ତେନାଲୀରାମାଙ୍କ କଥା ରାଜା ଠିକ୍ ବୁଝିପାରିଲେ ଓ ତାଙ୍କର ବୁଦ୍ଧିକୁ ପ୍ରଶଂସା ନ କରି ଆଦୌ ରହିପାରିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ